Door43-Catalog_or_tn/1JN/02/09.md

3.8 KiB

ଯେ କହେ

“ଯେ କେହି କହେ” କିମ୍ବା “ଯେଉଁମାନେ ଦାବି କରନ୍ତି” (ୟୁଡିବି)| ଏହା ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଦର୍ଶାଏ ନାହିଁ|

ସେ ଜ୍ୟୋତିଃରେ ଅଛି

ଏହା ସତ୍ୟତାରେ ଜୀବନଯାପନ ବିଷୟରେ କହିବାର ଏକ ଭାବ ଅଟେ| ଯେତେବେଳେ ଲୋକେ ଯାହା ସତ୍ୟ କାର୍ଯ୍ୟ କରନ୍ତି, ସେମାନେ ତାହା ଜ୍ୟୋତିଃରେ କରି ପାରନ୍ତି, ଏବଂ ଅନ୍ଧକାରରେ ଲୁଚାନ୍ତି ନାହିଁ| ଏହା ଅନୁବାଦ କରାଯାଇପାରେ “ଯାହା ସତ୍ୟ ତାହା ସେ କରେ” କିମ୍ବା “ଯାହା ସତ୍ୟ ତାହା କରି ସେ ଜ୍ୟୋତିଃରେ ଅଛି|” (ଦେଖନ୍ତୁ: ଉଦାହରଣ)

ଅନ୍ଧକାରରେ ଅଛି

ଏହା ପାପମୟ ଜୀବନଯାପନ ବିଷୟରେ କହିବାର ଏକ ଭାବ ଅଟେ| ଯେତେବେଳେ ଲୋକେ ଯାହା ଭୁଲ କାର୍ଯ୍ୟ କରନ୍ତି, ସେମାନେ ତାହା ଅନ୍ଧକାରରେ ଲୁଚାଇବା ନିମନ୍ତେ ଇଛା କରନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ଅନ୍ଧକାରରେ ଅଛି, ଯାହା ମନ୍ଦ ତାହା କରୁଅଛି|”

ତାହାଠାରେ ଝୁଣ୍ଟିବାର କୌଣସି କାରଣ ନାହିଁ

“ସେ ଝୁଣ୍ଟିବା ନିମନ୍ତେ କୌଣସି କାରଣ ନାହିଁ|” ଏହି ଶବ୍ଦ “ଝୁଣ୍ଟିବା” ଏକ ଉଦାହରଣ ଅଟେ ଯାହାର ଅର୍ଥ, ଆତ୍ମିକଭାବେ ବା ନୈତିକଭାବେ ହେବା| ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଠାରେ ପାପର କୌଣସି କାରଣ ନାହିଁ” କିମ୍ବା “ଈଶ୍ୱରଙ୍କ ଯାହା ସନ୍ତୋଷ ତାହା କରିବା ନିମନ୍ତେ ସେ କେବେ ମଧ୍ୟ ବିଫଳ ହୁଏ ନାହିଁ|”

ଅନ୍ଧକାରରେ ଅଛି, ଏବଂ ଅନ୍ଧକାରରେ ଭ୍ରମଣ କରେ

ଏହି ସମାନ ବିଚାର ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଦୁଇ ଥର କୁହାଯାଇଛି ଯେ, ଏକ ସହ ବିଶ୍ୱାସୀକୁ ଘୃଣା କରିବା କିପରି ମନ୍ଦ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ଅନ୍ଧକାରରେ ବାସ କରୁଅଛି” କିମ୍ବା “ପାପର ଅନ୍ଧକାରରେ ବାସ କରୁଅଛି|” (ଦେଖନ୍ତୁ: ଯୁଗ୍ମ)

ସେ କେଉଁ ଆଡ଼େ ଯାଉଅଛି, ତାହା ଜାଣେ ନାହିଁ

ଏହା ଏକ ଉଦାହରଣ ଅଟେ ଯାହା ଏହିପରି ଅନୁବାଦ କରାଯାଇପାରେ “ସେ ଏହା ମଧ୍ୟ ଜାଣନ୍ତି ନାହିଁ ଯେ ସେ ଯାହା କରୁଅଛନ୍ତି ତାହା ମନ୍ଦ ଅଟେ|”

ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି

“ଦେଖିବା ନିମନ୍ତେ ଅନ୍ଧକାର ତାହାକୁ ଅସମର୍ଥ କରିଛି|” ଏହା ଏହିପରି ଅନୁବାଦ କରାଯାଇପାରେ “ପାପ କାରଣରୁ ସେ ସତ୍ୟ ବୁଝିବା ଅସମ୍ଭବ ଅଟେ|”