Door43-Catalog_or_tn/1JN/02/07.md

2.8 KiB

ହେ ପ୍ରିୟମାନେ

ଏହା ଏହିପରି ଅନୁବାଦ କରାଯାଇପାରେ “ବନ୍ଧୁମାନେ” କିମ୍ବା “ଖ୍ରୀଷ୍ଟରେ ପ୍ରିୟ ବିଶ୍ଵାସୀମାନେ”

ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁନାହିଁ, କିନ୍ତୁ ପୁରାତନ ଆଜ୍ଞା

ପରସ୍ପରକୁ ପ୍ରେମ କର ଯୀଶୁଙ୍କ ଏହି ଆଜ୍ଞାକୁ ଯୋହନ ଦର୍ଶାଉଛନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ପରସ୍ପରକୁ ପ୍ରେମ କର ଏହା ମୁଁ ତୁମ୍ଭମାନଙ୍କୁ ଲେଖୁଅଛି| ତାହା ଏକ ନୂତନ ବିଷୟ ନୁହେଁ କରିବାକୁ କିନ୍ତୁ ପୁରାତନ ଆଜ୍ଞା ଯାହା ତୁମ୍ଭମାନଙ୍କୁ କୁହାଯାଇଛି|”

ଆରମ୍ଭରୁ

“ଯେବେ ଠାରୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ପ୍ରଥମେ ବିଶ୍ୱାସ କଲ” (ଦେଖନ୍ତୁ: ସ୍ପଷ୍ଟ ଏବଂ ଅବ୍ୟକ୍ତ)

ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ଏକ ପ୍ରକାରେ ଯେଉଁ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଲେଖିଅଛି ତାହା ନୂତନ ଅଟେ|”

ଯାହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ

ଏହା ଏହିପରି ଅନୁବାଦ କରାଯାଇପାରେ “ଏହା ନୂତନ ଅଟେ କାରଣ ଖ୍ରୀଷ୍ଟ ଯାହା କଲେ ତାହା ନୂତନ ଅଟେ, ଏବଂ ତୁମ୍ଭେମାନେ ଯାହା କରୁଅଛ ତାହା ନୂତନ ଅଟେ|”

ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି

ଏଠାରେ “ଅନ୍ଧକାର” ମନ୍ଦତାକୁ ଦର୍ଶାଏ ଏବଂ “ଜ୍ୟୋତିଃ” ଉତ୍ତମତାକୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “କାରଣ ତୁମ୍ଭେମାନେ ମନ୍ଦ କାର୍ଯ୍ୟ କରିବାରୁ କ୍ଷାନ୍ତ ହେଉଅଛ ଓ ତୁମ୍ଭେମାନେ ଅଧିକରୁ ଅଧିକ ଉତ୍ତମ କାର୍ଯ୍ୟ କରୁଅଛ|” (ଦେଖନ୍ତୁ: ଉଦାହରଣ)