Door43-Catalog_or_tn/1JN/02/04.md

4.1 KiB

ଯେ କହେ

“ଯେଉଁମାନେ କୁହନ୍ତି” କିମ୍ବା “ଯେଉଁ ବ୍ୟକ୍ତି କୁହେ”

ମୁଁ ଈଶ୍ୱରଙ୍କୁ ଜାଣେ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱରଙ୍କ ସହିତ ମୋହର ଭଲ ସମ୍ପର୍କ ଅଛି|”

ପାଳନ ନ କରି

“କରେ ନାହିଁ” କିମ୍ବା “ଅବାଧ୍ୟ ହୁଏ”

ତାହାଙ୍କ ଆଜ୍ଞାଗୁଡ଼ିକ

“ଈଶ୍ୱର ତାହାକୁ ଯାହା କରିବା ନିମନ୍ତେ କୁହନ୍ତି”

ତାହାଠାରେ ସତ୍ୟ ନାହିଁ

“ଈଶ୍ୱର ଯାହା କହନ୍ତି ତାହା ସତ୍ୟ ଅଟେ ବୋଲି ସେ ବିଶ୍ୱାସ କରେ ନାହିଁ”

ପାଳନ କରେ

“କରେ” କିମ୍ବା “ବାଧ୍ୟ ହୁଏ”

ତାହାଙ୍କ ବାକ୍ୟ

“ଈଶ୍ୱର ତାହାକୁ ଯାହା କରିବା ନିମନ୍ତେ କୁହନ୍ତି”

ଈଶ୍ୱରଙ୍କ ପ୍ରେମ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଈଶ୍ୱରଙ୍କ ନିମନ୍ତେ ଆମ୍ଭମାନଙ୍କ ପ୍ରେମ” କିମ୍ବା 2) “ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ପ୍ରେମ|”

ପ୍ରକୃତରେ ସେହି ବ୍ୟକ୍ତି ଠାରେ ଈଶ୍ୱରଙ୍କ ପ୍ରେମ ସିଦ୍ଧ ହୋଇଅଛି

ଏହା ପ୍ରତ୍ୟକ୍ଷ ବାକ୍ୟରେ ଏହିପରି ଅନୁବାଦ କରାଯାଇପାରେ: “କିନ୍ତୁ ଯେଉଁମାନେ ଈଶ୍ୱର ଯାହା ଆଜ୍ଞା କରନ୍ତି କରିବା ନିମନ୍ତେ ତାହା ପାଳନ କରନ୍ତି, ସେହି ଲୋକମାନେ ସମସ୍ତ ପ୍ରକାରେ ଈଶ୍ୱରଙ୍କୁ ପ୍ରେମ କରନ୍ତି|” (ୟୁଡିବି) କିମ୍ବା “ଲୋକଙ୍କ ନିମନ୍ତେ ଈଶ୍ୱରଙ୍କ ପ୍ରେମ ଏହାର ଲକ୍ଷ୍ୟ ହାସଲ କରିଥାଏ ଯେତେବେଳେ ଈଶ୍ୱର ସେମାନଙ୍କୁ ଯାହା କହନ୍ତି ତାହା ସେମାନେ କରନ୍ତି|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ|

ଏହି ବାକ୍ୟାଂଶ “ଆମ୍ଭେମାନେ ତାହାଙ୍କଠାରେ ଅଛୁ” ଏହାର ଅର୍ଥ ଯେ, ବିଶ୍ୱାସୀମାନେ ସର୍ବଦା ଈଶ୍ୱରଙ୍କ ସହିତ ସଂଯୁକ୍ତ ହୁଅନ୍ତି କିମ୍ବା ଈଶ୍ୱରଙ୍କ ସହିତ ନିରନ୍ତର ସହଭାଗିତା କରନ୍ତି| ୧ ଯୋହନରେ ଏହି ବାକ୍ୟାଂଶ “ତାହାଙ୍କ ଠାରେ” ବାରମ୍ବାର ବ୍ୟବହାର କରାଯାଇଛି ସମାନ ବିଷୟକୁ ଅର୍ଥ କରିବା ନିମନ୍ତେ| ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଈଶ୍ୱର ଆମ୍ଭମାନଙ୍କୁ ଯାହା କହନ୍ତି ତାହା ପାଳନ କରୁ, ଆମ୍ଭେମାନେ ସୁନିଶ୍ଚିତ କରୁ ଯେ, ତାହାଙ୍କ ସହିତ ଆମ୍ଭମାନଙ୍କ ସହଭାଗିତା ଅଛି|”

ସେ ରହେ

“ତାହାର ଏକ ସମ୍ପର୍କ ଅଛି”

ତାହାର ଖ୍ରୀଷ୍ଟଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ

“ଖ୍ରୀଷ୍ଟଙ୍କ ପରି ଜୀବନଯାପନ କରିବା ଆବଶ୍ୟକ” କିମ୍ବା “ଈଶ୍ୱରଙ୍କ ଆଜ୍ଞାକାରୀ ହେବା ଉଚିତ୍ ଯେପରି ଖ୍ରୀଷ୍ଟ ହୋଇଥିଲେ”