Door43-Catalog_or_tn/1JN/02/01.md

3.8 KiB

ହେ ମୋହର ବତ୍ସଗଣ

ଯୋହନ ଏକ ବୃଦ୍ଧ ବ୍ୟକ୍ତି ଓ ସେମାନଙ୍କ ନେତା ଥିଲେ| ସେ ସେମାନଙ୍କୁ ଆପଣା ପ୍ରେମ ଦେଖାଇବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ଖ୍ରୀଷ୍ଟରେ ମୋହର ପ୍ରିୟ ସନ୍ତାନମାନେ” କିମ୍ବା “ଯେଉଁମାନେ ମୋହର ନିଜ ସନ୍ତାନମାନଙ୍କ ପରି ମୋ ନିମନ୍ତେ ପ୍ରିୟ| ” (ଦେଖନ୍ତୁ: ଉଦାହରଣ)

ମୁଁ ଏହିସବୁ ଲେଖୁଅଛି

“ଏହି ପତ୍ର ମୁଁ ଲେଖୁଅଛି”

କିନ୍ତୁ କେହି ଯଦି ପାପ କରେ

ଏହା ଏହିପରି ବିଷୟ ଯାହା ଘଟିବାକୁ ଯାଉଛି| “କିନ୍ତୁ ଯେତେବେଳେ ଜଣେ ପାପ କରେ” (ଦେଖନ୍ତୁ: ପରିକଳ୍ପିତ ପରିସ୍ଥିତି)

ଆମ୍ଭେମାନେ…ଆମ୍ଭମାନଙ୍କ

୧ ୩ ପଦରେ ଏହି ପଦଗୁଡ଼ିକ ଯୋହନଙ୍କୁ ଏବଂ ଯେଉଁ ଲୋକମାନଙ୍କୁ ସେ ଲେଖୁଛନ୍ତି ସେମାନଙ୍କୁ ଦର୍ଶାଏ| (ଦେଖନ୍ତୁ:ସୀମା ଅନ୍ତର୍ଗତ)

ପିତାଙ୍କ ଛାମୁରେ ଜଣେ ସପକ୍ଷବାଦୀ ଅଛନ୍ତି

“କେହି ଜଣେ ଈଶ୍ୱର ପିତାଙ୍କ ସହିତ କଥପକଥନ କରନ୍ତି ଓ ଆମ୍ଭମାନଙ୍କ ପାପ କ୍ଷମା ନିମନ୍ତେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି|”

ଧାର୍ମିକ ଯୀଶୁଖ୍ରୀଷ୍ଟ

“ଏବଂ ସେହି ବ୍ୟକ୍ତି ଯୀଶୁଖ୍ରୀଷ୍ଟ ଅଟନ୍ତି, କେବଳ ଜଣେ ଯିଏ ସମ୍ପୂର୍ଣ୍ଣ ଦୋଷଶୂନ୍ୟ ଅଟନ୍ତି”

ସେ ଆମ୍ଭମାନଙ୍କ ପାପ ନିମନ୍ତେ ପ୍ରାୟଶ୍ଚିତ୍ତ ଅଟନ୍ତି

“ଯୀଶୁ ଖ୍ରୀଷ୍ଟ ସ୍ୱେଛାରେ ଆମ୍ଭମାନଙ୍କ ନିମନ୍ତେ ଆପଣା ଜୀବନ ବଳିଦାନ କଲେ, ତାହାର ପରିଣାମ ସ୍ୱରୁପ ଈଶ୍ୱର ଆମ୍ଭମାନଙ୍କ ପାପସବୁ କ୍ଷମା କରନ୍ତି|” (ୟୁଡିବି)

ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତଦ୍ୱାରା ଆମ୍ଭେମାନେ ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ

ଏହି ବାକ୍ୟାଂଶ “ଆମ୍ଭେମାନେ ତାହାଙ୍କୁ ଜାଣୁ” ର ଅର୍ଥ ହେଲା “ତାହାଙ୍କ ସହିତ ଆମ୍ଭେମାନଙ୍କ ସମ୍ପର୍କ ଅଛି|” ଏହା ଏହିପରି ଅନୁବାଦ କରାଯାଇପାରେ “ସେ ଆମ୍ଭମାନଙ୍କୁ ଯାହା କହନ୍ତି କରିବା ନିମନ୍ତେ, ତାହା ଯଦି ଆମ୍ଭେମାନେ କରୁ, ତାହାହେଲେ ଆମ୍ଭେମାନେ ସୁନିଶ୍ଚିତ ହୋଇପାରିବା ଯେ ତାହାଙ୍କ ସହିତ ଆମ୍ଭେମାନଙ୍କ ଉତ୍ତମ ସମ୍ପର୍କ ଅଛି|”

ତାହାଙ୍କୁ…ତାହାଙ୍କ

ଏହି ଶବ୍ଦଗୁଡ଼ିକ ଈଶ୍ୱରଙ୍କୁ କିମ୍ବା ଖ୍ରୀଷ୍ଟଙ୍କୁ ଦର୍ଶାଏ| (ଦେଖନ୍ତୁ:ଅସ୍ପଷ୍ଟତା)