Door43-Catalog_or_tn/1JN/01/08.md

3.3 KiB

ଯଦି ଆମ୍ଭେମାନେ

୮,୯ ଏବଂ ୧୦ ପଦରେ ଏହି ବାକ୍ୟାଂଶ “ଯଦି ଆମ୍ଭେମାନେ” ଏକ ପରିକଳ୍ପିତ ପରିସ୍ଥିତି ଯାହା ସମ୍ଭବତଃ ଘଟିବାକୁ ଥିଲା| (ଦେଖନ୍ତୁ: ପରିକଳ୍ପିତ ପରିସ୍ଥିତି)

ଆମ୍ଭେମାନେ…ଆମ୍ଭମାନଙ୍କୁ

୮ ୧୦ ପଦରେ ଏହି ସର୍ବନାମଗୁଡ଼ିକ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କୁ” ସମସ୍ତ ବିଶ୍ୱାସୀମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ସୀମା ଅନ୍ତର୍ଗତ)

ପାପ ନାହିଁ

“କେବେ ମଧ୍ୟ ପାପ କରି ନାହିଁ” କିମ୍ବା “କେବେ ମଧ୍ୟ ପାପ କରୁ ନ ଥିଲା” (ୟୁଡିବି)

ପ୍ରବଞ୍ଚନା

“ପ୍ରତାରଣା” କିମ୍ବା “ମୂର୍ଖ”

ଆମ୍ଭମାନଙ୍କଠାରେ ସତ୍ୟ ନାହିଁ

“ଯାହା ସେ କହନ୍ତି ତାହା ସତ୍ୟ ଅଟେ ବୋଲି ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ”

ସେ…ତାହାଙ୍କୁ…ତାହାଙ୍କ

ଏହି ସର୍ବନାମଗୁଡ଼ିକ ସମ୍ଭବତଃ ଯୀଶୁଙ୍କୁ ଦର୍ଶାଏ, କିନ୍ତୁ ସେଗୁଡ଼ିକ ଈଶ୍ୱର ପିତାଙ୍କୁ ଦର୍ଶାଇପାରେ| ଏହି ସନ୍ଦେହଜନକ ସର୍ବନାମଗୁଡ଼ିକ ଛାଡ଼ିଦେବା ଭଲ ଅଟେ ଯଦି ଆପଣଙ୍କ ଭାଷା ଏହାକୁ ଅନୁମତି ଦେବ| (ଦେଖନ୍ତୁ: ଅସ୍ପଷ୍ଟତା)

ବିଶ୍ୱସ୍ତ ଓ ଧାର୍ମିକ

“କୁଳିନ ଓ ଭଲ”

ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ

“ଏବଂ ଯାହା ଆମ୍ଭେମାନେ ଭୁଲ୍ କରିଛୁ ତାହା ନିମନ୍ତେ ସମ୍ପୂର୍ଣ୍ଣଭାବେ ଆମ୍ଭମାନଙ୍କୁ କ୍ଷମା କରିବେ|” (ଦେଖନ୍ତୁ: ଯୁଗ୍ମ)

ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ

“ଏହା, ତାହାଙ୍କୁ ମିଥ୍ୟାବାଦୀ ବୋଲି କହିବା ସଙ୍ଗେ ସମାନ ଅଟେ, କାରଣ ସେ କହିଲେ ଆମ୍ଭେମାନେ ସମସ୍ତେ ପାପ କରିଅଛୁ|” ଏହି ବାକ୍ୟାଂଶ “କାରଣ ସେ କହିଲେ ଆମ୍ଭେମାନେ ସମସ୍ତେ ପାପ କରିଅଛୁ” ଅସ୍ପଷ୍ଟ ଅଛି| (ଦେଖନ୍ତୁ: ସ୍ପଷ୍ଟ ଏବଂ ଅବ୍ୟକ୍ତ ସୂଚ଼ନା)

ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ସେ ଯାହା କହନ୍ତି ତାହା ଆମ୍ଭେମାନେ ବୁଝୁନାହୁଁ କିମ୍ବା ପାଳନ କରୁନାହୁଁ|”