Door43-Catalog_or_tn/1JN/01/05.md

3.5 KiB

ଆମ୍ଭେମାନେ ଶୁଣିଅଛୁ

ଏଠାରେ ଏହି ଶବ୍ଦ “ଆମ୍ଭେମାନେ” ଯୋହନ ଏବଂ ସେମାନଙ୍କୁ ଦର୍ଶାଏ ଯେଉଁମାନେ ଯୀଶୁଙ୍କୁ ଜାଣିଥିଲେ ଯେତେବେଳେ ସେ ଏହି ପୃଥିବୀରେ ଥିଲେ| (ଦେଖନ୍ତୁ ସୀମା ବହିର୍ଭୁକ୍ତ)

ତୁମ୍ଭେମାନେ

ଏହି ଶବ୍ଦ “ତୁମ୍ଭେମାନେ” ବହୁବଚ଼ନ ଅଟେ ଏବଂ ଯେଉଁମାନଙ୍କୁ ଯୋହନ ଲେଖୁଛନ୍ତି ସେମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)

ଈଶ୍ୱର ଜ୍ୟୋତିଃ ଅଟନ୍ତି

ଏହାର ଅର୍ଥ, ଈଶ୍ୱର ସମ୍ପୂର୍ଣ୍ଣଭାବେ ଶୁଦ୍ଧ ଓ ପବିତ୍ର ଅଟନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ସମ୍ପୂର୍ଣ୍ଣଭାବେ ଶୁଦ୍ଧ ଜ୍ୟୋତିଃ ସଦୃଶ ଧାର୍ମିକ ଅଟନ୍ତି|” ଆଲୋକ ସହ ଉତ୍ତମତାର ସହଭାଗୀ ସଂସ୍କୃତି, ଉପମା ବିନା ଆଲୋକର ଧାରାଣା ଧରି ରଖିବାକୁ ସମର୍ଥ ହେବେ| (ଦେଖନ୍ତୁ: ଉଦାହରଣ)

ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ

ଏହାର ଅର୍ଥ, ଈଶ୍ୱର କେବେ ମଧ୍ୟ ପାପ କରନ୍ତି ନାହିଁ ଏବଂ କୌଣସି ପ୍ରକାରେ ମନ୍ଦ ନୁହନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କଠାରେ ପାପର ଅନ୍ଧକାର ନାହିଁ|” ସଂସ୍କୃତିଗୁଡ଼ିକ ଯାହା ମନ୍ଦତା ସହ ଅନ୍ଧକାର, ଉପମା ବିନା ବର୍ଣ୍ଣନା ଅନ୍ଧକାରର ଚିନ୍ତାଧାରାକୁ ବଜାଇ ରଖିବାରେ ସକ୍ଷମ ହୋଇପାରେ|

ଆମ୍ଭେମାନେ…ଆମ୍ଭମାନଙ୍କୁ

୬ ୭ ପଦରେ ଏହି ସର୍ବନାମଗୁଡ଼ିକ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କୁ” ସମସ୍ତ ବିଶ୍ୱାସୀମାନଙ୍କୁ ଦର୍ଶାଏ, ଯୋହନ ଯେଉଁମାନଙ୍କୁ ଲେଖୁଛନ୍ତି ସେହି ଲୋକମାନଙ୍କ ସମେତ| (ଦେଖନ୍ତୁ: ସୀମା ଅନ୍ତର୍ଗତ)

ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟରେ ଆଚରଣ କରୁ ନ ଥାଉ

“ଆମ୍ଭେମାନେ ନିଶ୍ଚିତରୂପେ ମିଥ୍ୟା କହୁଅଛୁ” (ଦେଖନ୍ତୁ: ଯୁଗ୍ମ)

ଅନ୍ଧକାରରେ ଆଚରଣ କରୁ

ଏହାର ଅର୍ଥ “ମନ୍ଦରେ ଆଚରଣ କରୁ” କିମ୍ବା “ସଦାବେଳେ ମନ୍ଦ କରୁ|”

ଜ୍ୟୋତିଃରେ ଆଚରଣ କରୁ

ଏହାର ଅର୍ଥ “ସଦ୍‍ଗୁଣରେ ଆଚରଣ କରୁ” କିମ୍ବା “ଯାହା ଭଲ ତାହା ସଦାବେଳେ କରୁ|”

ଯୀଶୁଙ୍କ ରକ୍ତ

ଏହା ଯୀଶୁଙ୍କ ମୃତ୍ୟୁକୁ ଦର୍ଶାଏ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)