Door43-Catalog_or_tn/1JN/01/01.md

4.2 KiB
Raw Permalink Blame History

ପ୍ରେରିତ ଯୋହନ କରିନ୍ଥୀୟମାନଙ୍କୁ ଏହା ଲେଖିଥିଲେ|

ଆଦ୍ୟରୁ ଯେ ଥିଲେ

ଏହି ବାକ୍ୟାଂଶ “ଆଦ୍ୟରୁ ଯେ ଥିଲେ” ଏହା ଯୀଶୁଙ୍କୁ ଦର୍ଶାଏ, ଯିଏ ସମସ୍ତ ବିଷୟ ନିର୍ମିତ ହେବା ପୂର୍ବରୁ ଥିଲେ| ତୁମ୍ଭେମାନେ ଏହିପରି ଅନୁବାଦ କରିପାର “ଆମ୍ଭେମାନେ ଜଣେ ବ୍ୟକ୍ତିଙ୍କ ବିଷୟରେ ତୁମ୍ଭମାନଙ୍କୁ ଲେଖୁଅଛୁ ଯିଏ ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଥିଲେ|”

ଆଦ୍ୟ

“ସମସ୍ତ ବିଷୟର ଆଦ୍ୟ” କିମ୍ବା “ଜଗତର ସୃଷ୍ଟି”

ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ

ଏହି ବାକ୍ୟାଂଶ “ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ” ଯୀଶୁ ସେମାନଙ୍କୁ ଯାହା ଶିକ୍ଷା ଦେଇଅଛନ୍ତି, ତାହାକୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କ ଶିକ୍ଷା ଆମ୍ଭେମାନେ ଶୁଣିଲୁ| ”

ଆମ୍ଭେମାନେ

୧ ଏବଂ ପଦରେ, ଏହି ଶବ୍ଦ “ଆମ୍ଭେମାନେ” ଯୋହନ ଓ ସେମାନଙ୍କୁ ଦର୍ଶାଏ ଯେଉଁମାନେ ଖ୍ରୀଷ୍ଟଙ୍କୁ ଜାଣିଥିଲେ ଯେତେବେଳେ ସେ ଏହି ଜଗତରେ ଥିଲେ, କିନ୍ତୁ ଯୋହନ ଯେଉଁମାନଙ୍କୁ ଲେଖୁଥିଲେ ସେହି ଲୋକମାନେ ଅନ୍ତର୍ଭୁକ୍ତ ନୁହନ୍ତି| (ଦେଖନ୍ତୁ: ସୀମା ବହିର୍ଭୁକ୍ତ)

ଯାହାଙ୍କୁ ଆମ୍ଭେମାନେ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ଆମ୍ଭେମାନେ ନିରୀକ୍ଷଣ କରିଅଛୁ

“ଆମ୍ଭେମାନେ ଆପେ ତାହାଙ୍କୁ ଦେଖିଅଛୁ|”

ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ

“ଆମ୍ଭେମାନେ ସ୍ୱହସ୍ତରେ ତାହାଙ୍କୁ ସ୍ପର୍ଶ କରିଅଛୁ”

ଜୀବନର ବାକ୍ୟ

ଏହା ଯୀଶୁଙ୍କୁ ଦର୍ଶାଏ| “କେବଳ ସେ ଜଣେ ଯେ ଲୋକଙ୍କ ଅନନ୍ତ ଜୀବନର କାରଣ ଅଟନ୍ତି|”

ସେହି ଜୀବନ ପ୍ରକାଶିତ ହେଲେ

ଏହା ପୃଥିବୀରେ ଯୀଶୁଙ୍କ ଆଗମନକୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ତାହାଙ୍କୁ ଏହି ପୃଥିବୀରେ ପ୍ରେରଣ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଆଉ ଆମ୍ଭେମାନେ ଦେଖିଅଛୁ

“ଆଉ ଆମ୍ଭେମାନେ ତାହାଙ୍କୁ ଦେଖିଲୁ”

ଓ ସାକ୍ଷ୍ୟ ଦେଉଅଛୁ

“ଓ ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ କହୁଅଛୁ”

ଯେଉଁ ଅନନ୍ତ ଜୀବନ

ଏହି ବାକ୍ୟାଂଶ ମଧ୍ୟ ଯୀଶୁଙ୍କୁ ଦର୍ଶାଏ, ଯିଏ ଅନନ୍ତ ଜୀବନର କାରଣ ଅଟନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ଯାହା ସେ ଆମ୍ଭମାନଙ୍କ ଅନନ୍ତ ଜୀବନର କାରଣ ଅଟନ୍ତି|”

ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ

“ସେ ଈଶ୍ୱର ପିତାଙ୍କ ସଙ୍ଗରେ ଥିଲେ ”

ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ

“କିନ୍ତୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ଆସିଲେ” (ୟୁଡିବି)