or_tn/1ti/02/intro.md

2.6 KiB
Raw Blame History

୧ ତୀମଥି ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଶାନ୍ତି

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I

ମଣ୍ଡଳୀରେ ସ୍ତ୍ରୀଲୋକମାନେ

ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

ଏହି ଅଧ୍ୟାୟର ଅନୁବାଦ ସମ୍ବନ୍ଧୀୟ ଅନ୍ୟ ସମ୍ଭାବିତ ପ୍ରତିବନ୍ଧକ

“ପ୍ରାର୍ଥନା, ବିନତି ଓ ଧନ୍ୟବାଦାର୍ପଣ”

ଏହି ପଦଗୁଡିକର ଅର୍ଥ ଏକଆରେକ ମଧ୍ୟରେ ଏପଟ ସେପଟ ହୋଇଥାଏ I ସେଗୁଡିକୁ ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ କରିବା ଆବଶ୍ୟକ ନାହିଁ I