or_tn/1ti/01/intro.md

3.2 KiB
Raw Blame History

୧ ତୀମଥି ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପାଉଲ ୧- ପଦରେ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାରେ ଆରମ୍ଭ କରୁଥିଲେ I

ଏହି ଅଧ୍ୟାୟର ବିଶେଷ ଧାରଣା

ଆତ୍ମିକ ସନ୍ତାନ

ଏହି ଅଧ୍ୟାୟରେ, ପାଉଲ ତୀମଥିଙ୍କୁ ଜଣେ “ପୁତ୍ର” ଓ ଆପଣା “ସନ୍ତାନ” ବୋଲି କହୁଛନ୍ତି I ପାଉଲ ତୀମଥିଙ୍କୁ ଜଣେ ଖ୍ରୀଷ୍ଟିୟାନ ଭାବରେ ଓ ଜଣେ ନେତା ଭାବରେ ଶିଷ୍ୟକରି ଗଢିଥିଲେ I ପାଉଲ ମଧ୍ୟ ତାହାଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ହୁଏତ କଢାଇ ନେଇଥିବେ I ସେଥିପାଇଁ, ପାଉଲ ତୀମଥିଙ୍କୁ “ବିଶ୍ବାସରେ ତାଙ୍କର ପୁତ୍ର” ବୋଲି କହିଥିଲେ I(ଦେଖ: [[rc:///tw/dict/bible/kt/disciple]], [[rc:///tw/dict/bible/kt/faith]] ଓ [[rc:///tw/dict/bible/kt/spirit]] ଓ [[rc:///ta/man/translate/figs-metaphor]])

ବଂଶାବଳୀ

ବଂଶାବଳୀ ହେଉଛି ଗୋଟିଏ ତାଲିକା ଯାହା ଜଣେ ଲୋକର ପୂର୍ବପୁରୁଷ ବା ପିତୃପୁରୁଷମାନଙ୍କୁ ଲିପିବଦ୍ଧ କରିଥାଏ I ରାଜା ହେବା ନିମନ୍ତେ ଜଣେ ଉପଯୁକ୍ତ ବ୍ୟକ୍ତିକୁ ବାଛିବା ନିମନ୍ତେ ଯିହୂଦୀମାନେ ବଂଶାବଳୀ ବ୍ୟବହାର କରୁଥିଲେ I ସେମାନେ ଏହା ଏଥିନିମନ୍ତେ କରୁଥିଲେ, କାରଣ ଜଣେ ରାଜାଙ୍କର ପୁତ୍ର ହିଁ ସାଧାରଣତଃ ରାଜା ହୋଇପାରିବ I ସେଥିରୁ ମଧ୍ୟ ଜଣାପଡୁଥିଲା ଯେ ସେମାନେ କେଉଁ ଗୋଷ୍ଠୀ ଓ ପରିବାରରୁ ଆସିଥିଲେ I ଉଦାହରଣ ସ୍ବରୂପ, ଯାଜକମାନେ ଲେବୀ ଗୋଷ୍ଠୀରୁ ଓ ହାରୋଣଙ୍କ ପରିବାରରୁ ଆସୁଥିଲେ I ଅତି ଗୁରୁତ୍ବପୂର୍ଣ୍ଣ ଲୋକମାନେ ସେମାନଙ୍କ ବଂଶାବଳୀକୁ ଲିପିବଦ୍ଧ କରି ରଖୁଥିଲେ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଶବ୍ଦର ଖେଳ

""ବ୍ୟବସ୍ଥା ଅନୁସାରେ କାର୍ଯ୍ୟକଲେ ବ୍ୟବସ୍ଥା ଉତ୍ତମ” ବାକ୍ୟାଂଶଟି ଗୋଟିଏ ଶବ୍ଦର ଖେଳ I ମୂଳ ଭାଷାରେ “ବ୍ୟବସ୍ଥା” ଓ “ବ୍ୟବସ୍ଥା ଅନୁସାରେ” ଶବ୍ଦଗୁଡିକ ଏକାଭଳି ଶୁଭିଥାଏ I