2.2 KiB
General Information:
ଏହି ପଦଗୁଡିକ ଯୋହନଙ୍କ ଦର୍ଶନର ବିବରଣୀକୁ ଏକ ବିରତି ଦେଉଛି I ଏଠାରେ ସେ ଆପଣା ବିବରଣୀକୁ ପାଠ କରୁଥିବା ଲୋକମାନଙ୍କୁ ଏକ ସତର୍କ ବାଣୀ ଦେଉଛନ୍ତି I
If anyone has an ear, let him hear
ଯୀଶୁ ଗୁରୁତ୍ବ ଦେଉଛନ୍ତି ଯେ ସେ ସମ୍ପ୍ରତି ଯାହା କହିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଓ ତାହା ବୁଝିବାକୁ ଏବଂ ପାଳନ କରିବାକୁ କିଛି ଉଦ୍ୟମର ଆବଶ୍ୟକ ହେବ I ଏଠାରେ ବୁଝିବା ଏବଂ ବୁଝି ପାଳନ କରିବା ନିମନ୍ତେ “କର୍ଣ୍ଣ ଅଛି” ବାକ୍ୟାଂଶ ଏକ ରୂପକ ଅଟେ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ ୨:୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରେ, ସେ ଶୁଣୁ” କିମ୍ବା “ଯେ ବୁଝିବାକୁ ଇଚ୍ଛା କରେ, ସେ ବୁଝି ପାଳନ କରୁ I”(ଦେଖ: rc://*/ta/man/translate/figs-metonymy)
If anyone ... let him hear
ଯେହେତୁ ଯୀଶୁ ପ୍ରତ୍ୟକ୍ଷଭାବରେ ଆପଣା ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ଇଚ୍ଛା କରିପାର I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି ପ୍ରକାଶିତ ୨:୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କର, ବୁଝି ପାଳନ କର” (ଦେଖ: rc://*/ta/man/translate/figs-123person)