or_tn/1co/04/intro.md

3.2 KiB

୧କରିନ୍ଥୀୟ ୦୪ ପର୍ବ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ଗର୍ବ

ପାଉଲ କରିନ୍ଥୀୟମାନଙ୍କର ଗର୍ବ ଓ ପ୍ରେରିତମାନଙ୍କର ନମ୍ରତା ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରକାଶ କରୁଛନ୍ତି । କରିନ୍ଥୀୟ ବିଶ୍ବାସୀମାନଙ୍କର ଗର୍ବ କରିବାର କୌଣସି କାରଣ ନ ଥିଲା । ସେମାନଙ୍କ ପାଖରେ ଯାହା କିଛି ଥିଲା, ଓ ସେମାନେ ଯାହା କିଛି ହୋଇଥିଲେ ସେ ସବୁ ଇଶ୍ବରଙ୍କ ଦାନ ଥିଲା । (ଦେଖ:rc://*/tw/dict/bible/kt/apostle)

ଏହି ଅଧ୍ୟାୟର ବିଶେଷ ଅଳଙ୍କାରଗୁଡ଼ିକ ### ରୂପକଗୁଡିକ

ପାଉଲ ଏହି ଅଧ୍ୟାୟରେ ଅନେକଗୁଡିଏ ରୁପକ ବ୍ୟବହାର କରିଅଛନ୍ତି । ସେ ପ୍ରେରିତମାନଙ୍କୁ ଦାସ ଭାବରେ ବର୍ଣ୍ଣନା କରିଛନ୍ତି । ପାଉଲ ଏକ ବିଜୟୀ ଶୋଭାଯାତ୍ରା ବିଷୟରେ କହୁଅଛନ୍ତି ଯେଉଁଠାରେ ପ୍ରେରିତମାନେ ହତ ହେବା ନିମନ୍ତେ ବନ୍ଦୀଭାବରେ ନିଆ ଯାଉଅଛନ୍ତି । ସେ ଦଣ୍ଡକୁ ବୁଝାଇବା ନିମନ୍ତେ ବାଡି ଶବ୍ଦକୁ ବ୍ୟବହାର କରିଛନ୍ତି । ସେ ନିଜକୁ ସେମାନଙ୍କର ପିତା ବୋଲି କହନ୍ତି କାରଣ ସେ ସେମାନଙ୍କର “ଆତ୍ମିକ ପିତା” ଅଟନ୍ତି । (ଦେଖ:[[rc:///ta/man/translate/figs-metaphor]] ଏବଂ[[rc:///tw/dict/bible/kt/spirit]])

ବ୍ୟଙ୍ଗ

ଗର୍ବ କରୁଥିବା କରିନ୍ଥୀୟମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ପାଉଲ ବ୍ୟଙ୍ଗ ବ୍ୟବହାର କରୁଛନ୍ତି । କରିନ୍ଥୀୟ ବିଶ୍ବାସୀମାନେ ରାଜତ୍ବ କରୁଛନ୍ତି କିନ୍ତୁ ପ୍ରେରିତମାନେ ଦୁଃଖଭୋଗ କରୁଅଛନ୍ତି । (ଦେଖ:rc://*/ta/man/translate/figs-irony)

ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଧିଷ୍ଟ ପ୍ରଶ୍ନ

ପାଉଲ ଏହି ଅଧ୍ୟାୟରେ ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଧିଷ୍ଟ ଅନେକ ପ୍ରଶ୍ନ ବ୍ୟବହାର କରିଛନ୍ତି । ସେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେଉଥିବା ସମୟରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ବିଷୟକୁ ଜୋର୍ ଦେବା ନିମନ୍ତେ ତାହା କରିଛନ୍ତି (ଦେଖ:rc://*/ta/man/translate/ figs-rquestion)