or_tn/tit/03/intro.md

14 lines
1.7 KiB
Markdown

# ତୀତସ୍ ୦୩ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ଏହି ଅଧ୍ୟାୟରେ ପାଉଲ ତୀତସଙ୍କୁ ବ୍ୟକ୍ତିଗତ ଉପଦେଶ ଦେଉଛନ୍ତି I
୧୫ ପଦ ଔପଚାରିକ ଭାବରେ ପତ୍ରଟିକୁ ସମାପ୍ତ କରୁଛି I ଏହା ପ୍ରାଚୀନ ନିକଟପୂର୍ବ ଅଞ୍ଚଳରେ ପତ୍ରଗୁଡିକୁ ସମାପ୍ତି କରିବାର ଏକ ସାଧାରଣ ଧାରା I
## ଏହି ଅଧ୍ୟାୟର ବିଶେଷ ଧାରଣା
### ବଂଶାବଳୀ
ବଂଶାବଳୀ ହେଉଛି ଗୋଟିଏ ତାଲିକା ଯାହା ଜଣେ ଲୋକର ପୂର୍ବପୁରୁଷ ବା ପିତୃପୁରୁଷମାନଙ୍କୁ ଲିପିବଦ୍ଧ କରେ I ରାଜା ହେବା ନିମନ୍ତେ ଜଣେ ଉପଯୁକ୍ତ ବ୍ୟକ୍ତିକୁ ବାଛିବା ନିମନ୍ତେ ଯିହୂଦୀମାନେ ବଂଶାବଳୀ ବ୍ୟବହାର କରୁଥିଲେ I ସେମାନେ ଏଥିନିମନ୍ତେ ଏହା କରୁଥିଲେ, କାରଣ ଜଣେ ରାଜାଙ୍କର ପୁତ୍ର ହିଁ ସାଧାରଣତଃ ରାଜା ହୋଇପାରିବ I ସେଥିରୁ ମଧ୍ୟ ଜଣାପଡୁଥିଲା ଯେ ସେମାନେ କେଉଁ ଗୋଷ୍ଠୀ ଓ ପରିବାରରୁ ଆସିଥିଲେ I ଉଦାହରଣ ସ୍ବରୂପ, ଯାଜକମାନେ ଲେବୀ ଗୋଷ୍ଠୀରୁ ଓ ହାରୋଣଙ୍କ ପରିବାରରୁ ଆସୁଥିଲେ I