or_tn/tit/02/intro.md

2.1 KiB
Raw Permalink Blame History

ତୀତସ୍ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଲିଙ୍ଗଗତ ଭୂମିକା

ଏହି ଅନୁଚ୍ଛେଦକୁ ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ କିପରି ବୁଝିବାକୁ ହେବ ତାହା ନେଇ ପଣ୍ଡିତମାନେ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

ଦାସତ୍ବ

ପାଉଲ ଏହି ଅଧ୍ୟାୟରେ ଦାସତ୍ବ ପ୍ରଥା ଭଲ କି ମନ୍ଦ, ସେ ବିଷୟରେ ଲେଖୁନାହାନ୍ତି I ପାଉଲ ଦାସମାନଙ୍କୁ ବିଶ୍ବସ୍ତଭାବରେ ଆପଣା କର୍ତ୍ତାମାନଙ୍କର ସେବା କରିବାକୁ ଶିକ୍ଷା ଦେଉଛନ୍ତି I ସେ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହେବାକୁ ଓ ସବୁ ପରିସ୍ଥିତିରେ ଯଥାର୍ଥ ଜୀବନ କାଟିବାକୁ ଶିକ୍ଷା ଦେଉଛନ୍ତି I