or_tn/tit/01/10.md

1.9 KiB

Connecting Statement:

ଈଶ୍ବରଙ୍କ ବାକ୍ୟର ବିରୋଧ କରୁଥିବା ଲୋକମାନଙ୍କ ସକାଶୁ, ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟର ପ୍ରଚାର କରିବାର କାରଣସବୁ ଦେଉଛନ୍ତି ଓ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଉଛନ୍ତି I

rebellious people

ଏମାନେ ବିଦ୍ରୋହୀ ଲୋକେ, ଯେଉଁମାନେ ପାଉଲଙ୍କ ସୁସମାଚାରର ବାକ୍ୟକୁ ବିରୋଧ କରୁଛନ୍ତି I

empty talkers and deceivers

ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶରେ ଉଲ୍ଲେଖ କରାଯାଇଥିବା ବିଦ୍ରୋହୀ ଲୋକମାନଙ୍କ ବିଷୟ ବର୍ଣ୍ଣନା କରେ I ଏଠାରେ “ଅସାର” ମୂଲ୍ୟହୀନ ନିମନ୍ତେ ଗୋଟିଏ ରୂପକ, ଓ “ଅସାର ବାକ୍ୟବାଦୀ”ମାନେ ହେଉଛନ୍ତି, ଯେଉଁମାନେ ମୂଲ୍ୟହୀନ ବା ନିର୍ବୋଧ କଥା କହନ୍ତି I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ମୂଲ୍ୟହୀନ କଥାକହି ଅନ୍ୟମାନଙ୍କୁ ପ୍ରବଞ୍ଚିତ କରନ୍ତି” (ଦେଖ: rc://*/ta/man/translate/figs-metaphor)

those of the circumcision

ଏହା ଖ୍ରୀଷ୍ଟିୟାନ ଯିହୂଦୀମାନଙ୍କୁ ବୁଝାଏ, ଯେଉଁମାନେ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟଙ୍କର ଶିଷ୍ୟ ହେବାପାଇଁ ପୁରୁଷମାନେ ସୁନ୍ନତ ହେବା ଆବଶ୍ୟକ I (ଦେଖ: rc://*/ta/man/translate/figs-metonymy)