or_tn/rom/front/intro.md

88 lines
24 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ରୋମୀୟ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ
### ରୋମୀୟ ପୁସ୍ତକ ରୂପରେଖା
୧. ପରିଚୟ (୧ :୧-୧୫ )
୧. ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକତା (୧ :୧୬ -୧୭)
୧. ପାପ ସକାଶେ ସମସ୍ତ ମନୁଷ୍ୟ ଜାତି ଦଣ୍ଡିତ ହୋଇଅଛନ୍ତି (୧:୧୮-୩:)
୧. ତାହାଙ୍କଠାରେ ଅର୍ଥାତ୍, ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧIର୍ମିକତା (୩:୨୧-୪:୨୫)
୧. ଆତ୍ମାଙ୍କର ଫଳ ସମୂହ (୫:୧-୧୧)
୧. ଆଦମ ଓ ଖ୍ରୀଷ୍ଟଙ୍କୁ ତୁଳନା କରାଯାଇଛି (୫:୧୨-୨୧)
୧.ଏହି ଜୀବନରେ ଖ୍ରୀଷ୍ଟଙ୍କ ପରି ହେବା (୬:୧-୮:୩୯)
୧. ଇଶ୍ରାୟେଲ ପାଇଁ ଈଶ୍ବରଙ୍କ ଯୋଜନା (୯:୧-୧୧:୩୬)
୧. ଖ୍ରୀଷ୍ଟିୟାନଭାବରେ ଜୀବନଯାପନ କରିବାପାଇଁ ପ୍ରାୟୋଗିକ ଉପଦେଶ (୧୨:୧-୧୫:୧୩)
୧. ଉପସଂହାର ଓ ଅଭିବାଦନ (୧୫:୧୪-୧୬:୨୭)
### ରୋମୀୟ ପୁସ୍ତକ କିଏ ଲେଖିଥିଲେ?
ରୋମୀୟ ପୁସ୍ତକ ପ୍ରେରିତ ପାଉଲ ଲେଖିଥିଲେ। ପାଉଲ ତାର୍ଷ ନଗରର ଲୋକ ଥିଲେI ଖ୍ରୀଷ୍ଟଙ୍କୁ ଜାଣିବା ପୁର୍ବରୁ ସେ ଶାଉଲ ନାମରେ ପରିଚିତ ଥିଲେI ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଖ୍ରୀଷ୍ଟିୟାନ ହେଲା ପରେ, ଅନେକ ଥର ରୋମ୍ ସାମ୍ରାଜ୍ୟରେ ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ I
ପାଉଲ କରିନ୍ଥ ନଗରରେ ରହୁ ଥିବା ସମୟରେ, ରୋମୀୟ ସମ୍ରାଜ୍ୟରେ ତାହାଙ୍କ ତୃତୀୟ ଥର ଯାତ୍ରା କରିବା ସମୟରେ ସମ୍ଭବତଃ ଏହି ପତ୍ରଟି ଲେଖିଥିଲେ।
### ରୋମୀୟ ପୁସ୍ତକରେ କେଉଁ ବିଷୟରେ ଲେଖିା ଯାଇଛି?
ପାଉଲ ରୋମରେ ଥିବା ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର ଲେଖିଥିଲେ। ପାଉଲ ଚାହାଁନ୍ତି ଯେ ସେ ସେମାନଙ୍କୁ ନିକଟକୁ ଯିବା ସମୟରେ ସେମାନେ ପ୍ରସ୍ତୁତ ରହନ୍ତୁ। ତାହାଙ୍କ ଉଦ୍ଦେଶ୍ୟ ଏହା ଥିଲା ଯେ, “ବିଶ୍ବାସରେ ଆଜ୍ଞାବହତା ହେବା” (୧୬: ୨୬).
ଏହି ପତ୍ରରେ ପାଉଲ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରକୁ ସମ୍ପୂର୍ଣ୍ଣରୂପରେ ବର୍ଣ୍ଣନା କରିଅଛନ୍ତି। ସେ କହନ୍ତି ଯେ ଉଭୟ ଯିହୁଦୀ ଓ ଅଣ-ଯିହୂଦୀ ପାପ କରିଅଛନ୍ତି, ଓ I ଈଶ୍ବର ସେମାନଙ୍କୁ କ୍ଷମା କରିବେ ଓ ଧାର୍ମିକ ବୋଲି ଘୋଷଣା କରିବେ, ଯଦି ସେମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରିବେ(ଅଧ୍ୟାୟ ୧-୧୧). ତହିଁଉତ୍ତାରେ ସେ ସେମାନଙ୍କୁ ପ୍ରାୟୋଗିକ ଉପଦେଶ ବିଷୟରେ କହନ୍ତି କି ପ୍ରକାରେ ବିଶ୍ବାସୀମାନେ ରହିବା ଦରକାର (ଅଧ୍ୟାୟ ୧୨-୧୬),
### ଏହି ପୁସ୍ତକର ନାମ କେଉଁ ପ୍ରକାରେ ଅନୁବାଦ ହେବା ଆବଶ୍ୟକ?
ଅନୁବାଦକ ଏହି ପୁସ୍ତକର ପୁସ୍ତକର ନାମକୁ ଏହାର ପାରମ୍ପରିକ “ରୋମୀୟ” ନାମରେ ନାମିତ କରି ପାରିବେ, କିମ୍ବା ସେମାନେ ଏକ ସ୍ପଷ୍ଟ ନାମ ନାମରେ ନାମିତ କରି ପାରିବେ, ଯଥା “ରୋମୀୟ ମଣ୍ଡଳୀ ନିକଟକୁ ପାଉଲଙ୍କର ପତ୍ର,” ଓ “ରୋମରେ ଥିବା ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର.” (ଦେଖ:[[rc://*/ta/man/translate/translate-names]])
## ଭାଗ: ଗୁରତ୍ବପୂର୍ଣ୍ଣ ଧର୍ମ ସମ୍ଭନ୍ଧୀୟ ଓ ସାଂସ୍କୃତିକ ବିଷୟସମୂହ
### ଯୀଶୁଙ୍କ ନିମନ୍ତେ କେତେ ପ୍ରକାରର ଉପନାମ ବା ଶିରୋନାମା ବ୍ୟବହାର କରାଯାଇଛି?
ରୋମୀୟ ପୁସ୍ତକରେ, ପାଉଲ ଯୀଶୁ ଖ୍ରୀଷ୍ଟଙ୍କୁ ବିଭିନ୍ନ ପ୍ରକାରର ଉପନାମ ବା ଶିରୋନାମା ଦେଇ ବର୍ଣ୍ଣନା କରିଅଛନ୍ତି: ଯୀଶୁ ଖ୍ରୀଷ୍ଟ (୧:୧), ଦାଉଦଙ୍କର ବଂଶ (୧:୩), ଈଶ୍ବରଙ୍କ ପୁତ୍ର (୧:୪), ପ୍ରଭୁ ଯୀଶୁ ଖ୍ରୀଷ୍ଟ (୧:୭), ଖ୍ରୀଷ୍ଟ ଯୀଶୁ (୩:୨୪), ପ୍ରାୟଶ୍ଚିତ୍ତ ବଳି (୩:୨୫), ଯୀଶୁ (୩:୨୬), ଯୀଶୁ ଆମ୍ଭମାନଙ୍କର ପ୍ରଭୁ (୪:୨୪), ବାହିନୀମାନଙ୍କର ପ୍ରଭୁ (୯:୨୯), ଗୋଟିଏ ବାଧା ଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ (୯:୩୩), ବ୍ୟବସ୍ଥାର ଶେଷ (୧୦:୪), ଉଦ୍ଧାରକର୍ତ୍ତା (୧୧:୨୬), ମୃତ ଓ ଜୀବିତ ଉଭୟମାନଙ୍କ ପ୍ରଭୁ (୧୪:୯), ଓ ଯିଶୟଙ୍କର ମୂଳ(୧୫:୧୨).
### ରୋମୀୟ ପୁସ୍ତକରେ ଧର୍ମ ସମ୍ଭନ୍ଧୀୟ ଶବ୍ଦଗୁଡିକର ଅନୁବାଦ କି ପ୍ରକାରେ କରାଯିବା ଆବଶ୍ୟକ ?
ପାଉଲ ଅନେକ ପାରମାର୍ଥିକ ଶବ୍ଦଗୁଡିକର ବ୍ୟବହାର କରିଅଛନ୍ତି, ଯାହା ଚାରୋଟି ସୁସମାଚାରରେ ଉଲ୍ଲେଖ କରାଯାଇ ନାହିଁ। ଯେହେତୁ ପ୍ରଥମ ଶତାଦ୍ଦୀର ଖ୍ରୀଷ୍ଟିୟାନମାନେ ଯୀଶୁ ଖ୍ରୀଷ୍ଟଙ୍କ ଅର୍ଥ ଓ ତାହାଙ୍କ ସୁସମ୍ବାଦ ବିଷୟରେ ଅଧିକ ଶିଖିଥିଲେ, ସେମାନଙ୍କୁ ନୂଆଁ ବିଚାରଗୁଡିକ ପାଇଁ ଭାବ ପ୍ରବଣତାର ଶବ୍ଦଗୁଡିକ ଆବଶ୍ୟକତା ଥିଲା। ଏହି ପ୍ରକାରର ଶବ୍ଦଗୁଡିକର କେତେକ ଉଦାହରଣ ହେଲା, ଯଥା “ଧାର୍ମିକତା” (୫:୧), “ବ୍ୟବସ୍ଥାର କ୍ରିୟାକର୍ମ” (୩:), “ପୁନର୍ମିଳନ” (୫:୧୦), ପ୍ରାୟଶ୍ଚିତ୍ତ ବଳି (୩:୨୫), “ପବିତ୍ରୀକରଣ” (୬:୧୯), ଓ ପୁରାତନ ମନୁଷ୍ୟ ବା ସ୍ବଭାବ” (୬:୬).
ଏହି “ପ୍ରମୁଖ ଶବ୍ଦ”ର ଅର୍ଥ ବୁଝିବା ପାଇଁ ଶବ୍ଦକୋଷ ଅନୁବାଦକମାନଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ। (ଦେଖ:[[rc://*/ta/man/translate/figs-abstractnouns]])
ଉପରେ ଦିଆଯାଇଥିବା ଶବ୍ଦଗୁଡିକୁ ବର୍ଣ୍ଣନା କରିବା କଷ୍ଟକର ଅଟେ। ଅନୁବାଦକମାନଙ୍କର ନିଜ ଭାଷାରେ ସମାନ ଶବ୍ଦକୁ ବ୍ୟକ୍ତ କରିବା ପ୍ରାୟତଃ କଷ୍ଟ ଓ ଅସମ୍ଭବ ହୋଇଥାଏ। ଶବ୍ଦକୋଷ ଏହା ଜଣିବାରେ ସାହାଯ୍ୟ କରିଥାଏ ଯେ ସେହି ଶବ୍ଦଗୁଡ଼ିକର ସମାନ ଶବ୍ଦ ଲେଖିବା ଆବଶ୍ୟକ ନାହିଁ। ବରଂ, ଅନୁବାଦକମାନେ ଏହି ବିଚାରଗୁଡିକୁ ଜଣାଇଦେବା ପାଇଁ ସଂକ୍ଷିପ୍ତ ଅଭିବ୍ୟକ୍ତି ମଧ୍ୟ ପ୍ରସ୍ତୁତ କରିପାରିବେ। ଉଦାହରଣ ସ୍ବରୂପ, “ସୁସମାଚାର” ଶବ୍ଦକୁ “ଯୀଶୁ ଖ୍ରୀଷ୍ଟଙ୍କର ଶୁଭ ସମ୍ବାଦ” ଭାବରେ ଅନୁବାଦ କରାଯାଇପାରିବ”|
ଅନୁବାଦକମାନେ ଏହା ମନେରଖିବା ଉଚିତ୍ ଯେ ଏହି ଶବ୍ଦଗୁଡ଼ିକ ମଧ୍ୟରୁ କେତେକ ଶବ୍ଦ ଏକାଧିକ ଅର୍ଥ ବ୍ୟକ୍ତ କରେ। ଲେଖକଙ୍କ ଉପରେ ନିର୍ଭର କରେ ଯେ ସେ କେଉଁ ପ୍ରକାରେ ସେହି ଶବ୍ଦର ଅର୍ଥକୁ ଗୋଟିଏ ଅଧ୍ୟାୟରେ ବ୍ୟବହାର କରୁଛନ୍ତି। ଉଦାହରଣ ସ୍ବରୂପ, “ଧାର୍ମିକତା” ଏହାର ଅର୍ଥ କେତେକ ସ୍ଥାନରେ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ସୂଚିତ କରେ। ଅନ୍ୟ ଏକ ସ୍ଥାନରେ, “ଧାର୍ମିକତା” ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ପରମେଶ୍ବଙ୍କ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣଭାବେ ପାଳନ କରିଥିବା ଅର୍ଥକୁ ପ୍ରକାଶ କରେ।
### “ଇଶ୍ରାୟେଲର “ଏକ ଅବଶିଷ୍ଟାଂଶ” ବୋଲି ପାଉଲ କହିବାର ଅର୍ଥ କଅଣ ଥିଲା? (୧୧:୫)
“ଅବଶିଷ୍ଟାଂଶ” ର ଧାରଣା ଉଭୟ ପୁରାତନ ନିୟମରେ ଓ ପାଉଲଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ଅଟେ। ଯେତେବେଳେ ଅଶୂରୀୟମାନେ ଓ ବାବିଲୀୟମାନେ ଇଶ୍ରାୟେଲ ଦେଶକୁ ଆକ୍ରମଣ କଲେ ସେହି ସମୟରେ ଅଧିକାଂଶ ଇଶ୍ରାୟେଲୀୟମାନେ ମୃତ୍ୟୁବରଣ କଲେ, ଆଉ କେତେକ ଲୋକ ଅନ୍ୟ ଦେଶମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଗଲେ। ଅଳ୍ପ କେତେକ ଯିହୂଦୀମାନେ ଜୀବିତ ଥିଲେ। ସେମାନଙ୍କୁ ହିଁ “ଅବଶିଷ୍ଟାଂଶ” ବୋଲି କୁହାଯାଉଥିଲା I
୧୧:୧-୯ ରେ ପାଉଲ ଅନ୍ୟ ଏକ ଅବଶିଷ୍ଟାଂଶ ବିଷୟରେ କହନ୍ତି। ସେହି ଅବଶିଷ୍ଟାଂଶ ଯିହୂଦୀମାନେ ଅଟନ୍ତି, ଯେଉମାନଙ୍କୁ ଈଶ୍ବର ଯୀଶୁଙ୍କଠାରେ ବିଶ୍ବାସ କରିବା ସକାଶେ ରକ୍ଷା କରିଅଛନ୍ତି I (ଦେଖ:[[rc://*/tw/dict/bible/kt/remnant]])
## ଭାଗ ୩: ଅନୁବାଦରେ ଥିବା ଗୁରୁତ୍ବପୁର୍ଣ୍ଣ ସମସ୍ୟାସମୂହ
### “ଖ୍ରୀଷ୍ଟଙ୍କଠାରେ” ବୋଲି କହିବାରେ ପାଉଲଙ୍କର ଅର୍ଥ କ’ଣ ଥିଲା?
“ଖ୍ରୀଷ୍ଟଙ୍କଠାରେ” ଓ ଏହି ପ୍ରକାର ବାକ୍ୟାଂଶ ଗୁଡ଼ିକ ୩ :୨୪; ୬ :୧୧, ୨୩ ; ୮:୧,,୩୯; ୯:୧; ୧୨:୫,୧୭; ୧୫:୧୭; ଓ ୧୬:୩, ୭,୯,୧୦ରେ ଉଲ୍ଲେଖ ଅଛି । ପାଉଲ ଏହି ପ୍ରକାରର ବାକ୍ୟାଂଶ ଗୁଡ଼ିକୁ ବ୍ୟକ୍ତ କରିବାପାଇଁ ରୂପକ ଶବ୍ଦକୁ ବ୍ୟବହାର କରନ୍ତି ଯେ ଖ୍ରୀଷ୍ଟିୟାନ ବିଶ୍ବାସୀମାନେ ଖ୍ରୀଷ୍ଟଙ୍କର ଅଟନ୍ତି। ଖ୍ରୀଷ୍ଟଙ୍କର ଅଟନ୍ତି ବୋଲି କହିବାର ଅର୍ଥ ଯେ ବିଶ୍ବାସୀ ଉଦ୍ଧାର ପାଇଅଛି ଓ ଈଶ୍ବରଙ୍କ ସହିତ ବନ୍ଧୁ ହୋଇଅଛି। ବିଶ୍ବାସୀ ଈଶ୍ବରଙ୍କ ସହିତ ଅନନ୍ତକାଳ ପର୍ଯ୍ୟନ୍ତ ରହିବା ପାଇଁ ପ୍ରତିଜ୍ଞା ମଧ୍ୟ ପାଇଅଛି। କିନ୍ତୁ, ଏହି ଧାରଣାକୁ ଅଧିକାଂଶ ଭାଷାରେ ପରିପ୍ରକାଶ କରିବାରେ କଷ୍ଟ ହୋଇପାରେ।
ଲେଖକ ଗୋଟିଏ ନିର୍ଦ୍ଦିଷ୍ଟ ଅଧ୍ୟାୟରେ କିପରି ସେହି ଶବ୍ଦକୁ ବ୍ୟବହାର କରୁଅଛନ୍ତି। ଉଦାହରଣ ସ୍ବରୂପ, “ଧାର୍ମିକତା” ର ଅର୍ଥ କେତେକ ସ୍ଥାନରେ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ସୂଚିତ କରେ। ଆଉ କେତେକ ସ୍ଥାନରେ, “ଧାର୍ମିକତା” ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ବ୍ୟବସ୍ଥାକୁ ସମ୍ଫୁର୍ଣ୍ଣଭାବେ ପାଳନ କରିଥିବା ଅର୍ଥକୁ ପ୍ରକାଶ କରେ।
### ପାଉଲଙ୍କ ଅର୍ଥ କ’ଣ ଥିଲା ଇଶ୍ରାୟେଲର “ଏକ ଅବଶିଷ୍ଟାଂଶ” ବୋଲି କହିବାରେ ପାଉଲଙ୍କ ଅର୍ଥ କ’ଣ ଥିଲା (୧୧:୫)?“ଏକ ଅବଶିଷ୍ଟାଂଶ” ର ଧାରଣା ଗୁରୁତ୍ବପୁର୍ଣ୍ଣ ଅଟେ
ଏହି ବାକ୍ୟାଂଶ ଗୁଡିକରେ ମଧ୍ୟ ବିଶିଷ୍ଟ ଅର୍ଥ ରହିଛି, ଯାହା ପାଉଲଙ୍କ ଉପରେ ନିର୍ଭର କରେ ଯେ ସେ କିପରି ଏହାର ଅର୍ଥକୁ ନିର୍ଦ୍ଦିଷ୍ଟ ଅଧ୍ୟାୟରେ ବ୍ୟବହାର କରିଅଛନ୍ତି। ଉଦାହରଣ ସ୍ବରୂପ, ୩:୨୪ (ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ରହିଛି ), ଯୀଶୁଖ୍ରୀଷ୍ଟଙ୍କ “ସକାଶେ” ଆମ୍ଭମାନଙ୍କ ମୁକ୍ତି ହୋଇଥିବା ବିଷୟକୁ ପାଉଲ ଉଲ୍ଲେଖ କରନ୍ତି”। ୮:୯ ପଦରେ (“ତୁମ୍ଭେମାନେ ଶରୀରରେ ନୁହଁ, କିନ୍ତୁ ଆତ୍ମାରେ ଅଛ”),ବୋଲି ପାଉଲ ବିଶ୍ବାସୀମାନେ ପବିତ୍ର ଆତ୍ମାଙ୍କ “ଠାରେ” ସମର୍ପିତ ହେବା ବିଷୟରେ କହନ୍ତି। ୯:୧ ପଦରେ (“ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି”), ପାଉଲଙ୍କ କହିବାର ଅର୍ଥ ଏହା ଯେ ସେ ସତ୍ୟ କଥା କହୁଅଛନ୍ତି, ଯାହା ସେ ଯୀଶୁ ଖ୍ରୀଷ୍ଟଙ୍କଠାରେ “ଚୁକ୍ତି କରିଅଛନ୍ତି”।
ତଥାପି, ଏହି ଅଧ୍ୟାୟରେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ (ଓ ପବିତ୍ର ଆତ୍ମାଙ୍କ ସହିତ) ଆମ୍ଭମାନଙ୍କର ସେହି ଏକତା ବା ଘନିଷ୍ଠତା ହେବା ମୂଳ ବିଷୟ ପରିପ୍ରକଶ ହୋଇଛି। ସେଥିପାଇଁ, ଅନୁବାଦକଙ୍କ ପାଖରେ ଏହିପରି ଅନେକ ଅନୁଚ୍ଛେଦ ରହିଛି ଯେଉଠାରେ “ରେ/ଠାରେ” ବ୍ୟବହାର କରିହେବ। ସେ(ଅନୁବାଦକ)ପ୍ରତି ମୂହୁର୍ତ୍ତରେ “ରେ/ଠାରେ” ବାକ୍ୟକୁ ବ୍ୟକ୍ତ କରିବା ବେଳେ ସଂଯୋଗର ଶବ୍ଦକୁ ବ୍ୟବହାର କରିବା ପାଇ ଚିନ୍ତା କରିବା ଦରକାର, ଯଥା, “ ଏହା ମାଧ୍ୟମରେ,” “ ଏହି ପ୍ରକାରେ,” ଓ “ଏହାର ଅନୁସାରେ”। କିନ୍ତୁ ଯଦି ସମ୍ଭବ ହୁଏ, ଅନୁବାଦକ ଗୋଟିଏ ଶବ୍ଦ ବା ଗୋଟିଏ ବାକ୍ୟାଂଶ ବ୍ୟବହାର କରିବା ଉଚିତ, ଯାହା ତତ୍କାଳିକ ଅର୍ଥ ଓ “ସଂଯୋଗ”ର ଅର୍ଥକୁ ବୁଝାଉଥିବ। (ଦେଖ:[[rc://*/tw/dict/bible/kt/inchrist]])
### ULTରେ ରୋମୀୟ ପୁସ୍ତକରେ “ପବିତ୍ର”, “ସାଧୁ”ଓ “ପବିତ୍ରଜଣ” ଓ “ପବିତ୍ରତା” ବିଷୟଗୁଡିକ କେଉଁ ପ୍ରକାରେ ଉପସ୍ଥାପନା କରାଯାଇଛି? ଶାସ୍ତ୍ରରେ ବିଭିନ୍ନ ଚିନ୍ତାଧାରାର ଯେ କୌଣସି ଗୋଟିଏକୁ ସୂଚିତ କରିବାପାଇଁ ଏହି ପ୍ରକାରର ଶବ୍ଦକୁ ବ୍ୟବହାର କରାଯାଇଛି। ଏହି କାରଣରୁ, ଏହି ଶବ୍ଦ ବା ବାକ୍ୟାଂଶଗୁଡ଼ିକୁ ସେମାନଙ୍କ ସଂସ୍କରଣରେ ଉପସ୍ଥାପନା କରିବା ବେଳେ ଅନୁବାଦକମାନଙ୍କ ପାଇଁ ପ୍ରାୟତଃ କଷ୍ଟ ହୋଇଥାଏ । ଇଂରାଜୀରେ ଅନୁବାଦ କରିବା ପାଇଁ, ULT ନିମ୍ନଲିଖିତ ସିଦ୍ଧାନ୍ତଗୁଡିକ ବ୍ୟବହାର କରିଥାଏ: ଏହାର ଅର୍ଥ କେତେକ ଅଧ୍ୟାୟରେ ନୈତିକ ପବିତ୍ରତାର ଅର୍ଥକୁ ବୁଝାଇଥାଏ। ପ୍ରକୃତରେ ସୁସମାଚାରକୁ ବୁଝିବା ପାଇଁ ଗୁରୁତ୍ବପୂର୍ଣ୍ଣ ସତ୍ୟ ଏହା ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ନିଷ୍ପାପ/ପାପଶୂନ୍ୟ ବୋଲି ବିବେଚନା କରନ୍ତି, କାରଣ ସେମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ ଅଟନ୍ତି। ଅନ୍ୟ ଏକ ସତ୍ୟ ଏହା ଯେ ଈଶ୍ବର ନିର୍ଦ୍ଦୋଷ ଓ ନିଷ୍କଳଙ୍କ ଅଟନ୍ତି। ତୃତୀୟ ସତ୍ୟ ଏହି ଯେ ଖ୍ରୀଷ୍ଟିୟାନମାନେ ସେମାନଙ୍କର ଜୀବନକୁ ନିର୍ଦ୍ଦୋଷ ଓ ନିଷ୍କଳଙ୍କ ଭାବରେ ଅତିବାହିତ କରିବା ଦରକାର। ଏହି ପରିସ୍ଥିତିରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” “ପବିତ୍ରଜଣ ” ଓ “ପବିତ୍ର ଲୋକମାନେ” ବୋଲି ବ୍ୟବହାର କରେ । (ଦେଖ:୧:୭)
* କେତେକ ଅଧ୍ୟାୟରେ ଏହି ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି, ସେମାନଙ୍କର କୌଣସି ବିଶେଷ ଭୂମିକା ସକାଶେ ନୁହେଁ I କେତେକ ଇଂରାଜୀ ସଂସ୍କରଣରେ “ସାଧୁ” ଓ “ପବିତ୍ର ବ୍ୟକ୍ତି” ଶବ୍ଦ ବ୍ୟବହାର କରାଯାଇଛି, ULT ଏହିପରି ସ୍ଥାନରେ ବିଶ୍ବସୀମାନେ ଶବ୍ଦକୁ ବ୍ୟବହାର କରିଥାଏ (ଦେଖ:୮:୨୭;୧୨:୧୩; ୧୫:୨୫,୨୬,୩୧; ୧୬:,୧୫)
*ଏହାର ଅର୍ଥ କେତେକ ଅଧ୍ୟାୟରେ ଜଣେ ବ୍ୟକ୍ତିଙ୍କୁ ବା ଈଶ୍ବରଙ୍କ ଦ୍ବାରା ପୃଥକୀକୃତ କରାଯାଇଥିବା ଲୋକଙ୍କୁ ଦର୍ଶାଏ । ଏହି ସ୍ଥାନରେ ULT “ପୃଥକୀକୃତ,” “ଉତ୍ସର୍ଗୀକୃତ,”ସଂରକ୍ଷିତ,” ଓ “ପବିତ୍ରୀକୃତ” ବ୍ୟବହାର କରିଛି । (ଦେଖ:୧୫:୧୬)
ଅନୁବାଦକମାନେ ଏହିପରି ଅର୍ଥକୁ ନିଜ ସଂସ୍କରଣ ଗୁଡିକରେ କିପରି ବ୍ୟବହାର କରିବେ ବୋଲି ଚିନ୍ତା କରିବା ବେଳେ UST ବହୁତ ସାହଯ୍ୟ କରିଥାଏ।
### ରୋମୀୟ ପୁସ୍ତକର ଅଧ୍ୟାୟରେ ଗୁରୁତ୍ବପୂର୍ଣ ବିଷୟ କ’ଣ ଅଟେ?
ନିମ୍ନ ଲିଖିତ ପଦଗୁଡିକରେ, ପୁରତାନ ବାଇବଲଠାରୁ ଆଧୁନିକ ସଂସ୍କରଣ ଅଲଗା ଅଟେ। ULT ଆଧୁନିକ ଯୁଗର ବାଇବଲକୁ ଅନୁସରଣ କରେ ଓ ପୁରାତନ ସଂସ୍କରଣର ବାଇବଲକୁ ତଳେ ଦର୍ଶାଇ ଥାଏ।
* “ଉତ୍ତମତା ପାଇ ସେ [ଈଶ୍ବର] ସମସ୍ତ କାର୍ଯ୍ୟ ଏକ ସାଙ୍ଗରେ କରନ୍ତି” (୮:୨୮। କେତେକ ପୁରାତନ ବାଇବଲରେ ଲେଖାଅଛି, “ଉତ୍ତମତା ପାଇଁ ସମସ୍ତ କାର୍ଯ୍ୟ ଏକ ସାଙ୍ଗରେ କରାଯାଇଥାଏ”।“
* ""କିନ୍ତୁ ଯଦି ଏହା ଅନୁଗ୍ରହ ଦ୍ବାରା ହୁଏ, ତାହାହେଲେ ଏହା ଏବେ କର୍ମ ଦ୍ବାରା ହେବ ନାହିଁ. “(୧୧:୬)। ନଚେତ୍ ଅନୁଗ୍ରହ ଆଉ ଅନୁଗ୍ରହ ହୋଇ ରହିବ ନାହି। କେତେକ ପୁରାତନ ବାବଲରେ ଲେଖାଅଛି: “କିନ୍ତୁ ଯଦି ଏହା କର୍ମ ଦ୍ବାରା ହୁଏ, ତେବେ କଣ ଆଉ ଅନୁଗ୍ରହ ନୁହେଁ: ନଚେତ୍ କର୍ମ ଆଉ କର୍ମ ହୋଇ ରହିବ ନାହି।) ”
ନିମ୍ନଲିଖିତ ପଦଗୁଡିକ ପୁରାତାନ ବାଇବଲରେ ଏତେ ସ୍ପଷ୍ଟ ହୋଇ ନାହିଁ। ଅନୁବାଦକକୁ ଏହି ପଦଗୁଡ଼ିକ ଅନୁବାଦ ନକରିବା ପାଇଁ ଉପଦେଶ ଦିଆଯାଏ । ଅନୁବାଦକମାନଙ୍କ ଅଞ୍ଚଳରେ ପୁରାତନ ସଂସ୍କରଣର ବାଇବଲରେ ଏହି ପଦଗୁଡିକ ଥିଲେ, ଅନୁବାଦକ ଏହାକୁ ଅନୁବାଦ କରିପାରିବେ। ଯଦି ଏହାର ଅନୁବାଦ କରାଯାଏ, ତାହାହେଲେ ରୋମୀୟ ପୁସ୍ତକରେ ସମ୍ଭବତଃ ରହି ନ ଥାଇପାରେ ବୋଲି ଦର୍ଶାଇବା ପାଇଁଏହାକୁଏକ ବର୍ଗବନ୍ଧନୀରେ ଲେଖାଯିବା ଉଚିତ। ।
* “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ, ଆମେନ୍” (୧୬:୨୪).
(ଦେଖ:[[rc://*/ta/man/translate/translate-textvariants]])