or_tn/rom/13/intro.md

3.3 KiB

ରୋମୀୟ ୧୩ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

ଏହି ଅଧ୍ୟାୟର ପ୍ରଥମ ଭାଗରେ, ପାଉଲ ଅଧିକାରୀ ବା ଶାସକମାନଙ୍କୁ ମାନିବା ବିଷୟରେ ଖ୍ରୀଷ୍ଟିୟାନମାନଙ୍କୁ ଶିକ୍ଷା ଦିଅନ୍ତି। ସେହିସମୟରେ, ଅଧାର୍ମିକ ରୋମୀୟ ଶାସକମାନେ ଶାସନ କରୁଥିଲେI (ଦେଖ:rc://*/tw/dict/bible/kt/godly)

ଏହି ଅଧ୍ୟାୟର ବିଶେଷ ଧାରଣା

ଅଧାର୍ମିକ ଶାସକମାନେ

ପାଉଲ ଶାସକମାନଙ୍କୁ ମାନିବା ବିଷୟରେ ଶିକ୍ଷା ଦେବା ସମୟରେ, କେତେକ ପାଠକମାନେ ଏହାକୁ ବୁଝିବା କଷ୍ଟ ହେବ, ବିଶେଷକରି ଯେଉଁ ସ୍ଥାନଗୁଡିକରେ ଶାସକମାନେ ମଣ୍ଡଳୀକୁ ତାଡନା କରନ୍ତି। ଖ୍ରୀଷ୍ଟିୟାନମାନେ ଈଶ୍ବରଙ୍କ ସହିତ ସେମାନଙ୍କର ଶାସକମାନଙ୍କୁ ମଧ୍ୟ ମାନିବା ଉଚିତ୍, ଯେପର୍ଯ୍ୟନ୍ତ ଶାସକମାନେ ଖ୍ରୀଷ୍ଟିୟାନମାନଙ୍କୁ, ଈଶ୍ବର ସେମାନଙ୍କୁ ସ୍ପଷ୍ଟଭାବରେ ଆଜ୍ଞା କରିଥିବା ବିଷୟରେ କିଛି କରିବାକୁ ଦିଅନ୍ତି ନାହିଁ । ଏପରି କେତେକ ସମୟ ଅଛି, ଯେତେବେଳେ ବିଶ୍ବାସୀମାନେ ଶାସକମାନଙ୍କର ବଶୀଭୂତ ହେବା ଉଚିତ୍ ଓ ସେମାନଙ୍କ ହସ୍ତ ଦ୍ବାରା ତାଡନା ମଧ୍ୟ ପାଇବାକୁ ହେବ। ଖ୍ରୀଷ୍ଟିୟାନଏହା ଜାଣିବା ଦରକାର ଯେଏହି ଜଗତ କ୍ଷଣକାଳ ସ୍ଥାୟୀ ଅଟେ ଓ ସେମାନେ ଈଶ୍ବରଙ୍କ ସହିତ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ। (ଦେଖ:rc://*/tw/dict/bible/kt/eternity)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ଅସୁବିଧା

ଶରୀର

ଏହା ଏକ ଜଟିଳ ବିଷୟ ଅଟେ I “ଶରୀର” ସମ୍ଭବତଃ ଆମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବର ଏକ ରୂପକ ଅଟେ। ପାଉଲ ଏହା କହୁ ନାହାନ୍ତି ଯେ ଆମ୍ଭମାନଙ୍କ ଭୌତିକ ଶରୀର ପାପ ଅଟେ। ପାଉଲ ଏହା ଶିଖାଇବା ଭଳି ମନେ ହୁଏ ଯେ ଯେପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଜୀବିତ ଅଛନ୍ତି (“ଶରୀରରେ”), ଆମ୍ଭେମାନେ ପାପ କର୍ମ କରି ଚାଲିଥିବା। କିନ୍ତୁ ଆମ୍ଭର ନୂତନ ସ୍ବଭାବ, ପୂରାତାନ ସ୍ବଭାବ ବିରୁଦ୍ଧରେ ଯୁଦ୍ଧ କରୁଥିବ I (ଦେଖ:[[rc:///tw/dict/bible/kt/flesh]] ଓ [[rc:///tw/dict/bible/kt/sin]])