or_tn/rom/12/intro.md

18 lines
3.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ରୋମୀୟ ୧୨ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଓ ରୂପରେଖ
କେତେକ ଅନୁବାଦରେ କବିତାର ପ୍ରତ୍ୟେକ ପଂକ୍ତିଙ୍କୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ ଡାହାଣ ପାଖରୁ କିଛି ଦୂରରେ ଲେଖା ଯାଇଛି,ଏହା ପଢିବା ପାଇଁ ସହଜସାଧ୍ୟ ଅଟେ। ପଦରେ ULT ଏହିପରି ଲେଖିଅଛି, ଯାହା ପୁରାତନ ନିୟମରୁ ଆନୀତ।
ଅନେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ପୂର୍ବ ୧-୧୧ଅଧ୍ୟାୟ ପର୍ଯ୍ୟନ୍ତ ଉଲ୍ଲେଖ କରିଥିବା ବିଷୟକୁ ସୂଚାଇବା ପାଇଁ ପାଉଲ [ରୋମୀୟ ୧୨: ୧] (II/II/rom/୧୨/୧Imd)ରେ “ଅତଏବ” ଶବ୍ଦର ବ୍ୟବହାର କରୁଛନ୍ତି । ଖ୍ରୀଷ୍ଟିୟାନ ସୁସମାଚାରକୁ ଧ୍ୟାନର ସହିତ ବର୍ଣ୍ଣନା କରିବା ପରେ, ପାଉଲ ଏବେ ବର୍ଣ୍ଣନା କରନ୍ତି କିପରି ଖ୍ରୀଷ୍ଟିୟାନମାନଙ୍କୁ ଏହି ମହାନ ସତ୍ୟତାର ଆଲୋକରେ ରହିବାକୁ ହେବ। ୧୨-୧୬ ଅଧ୍ୟାୟରେ ଖ୍ରୀଷ୍ଟିୟାନ ବିଶ୍ବାସରେ ଜଣେ ବ୍ୟକ୍ତି ଜୀବନଯାପନ କରିବା ବିଷୟରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ବ୍ୟବହାରିକ ସୂଚନା ଦେବାପାଇଁ ଏହି ଅଧ୍ୟାୟରେ ପାଉଲ ବିଭିନ୍ନ ପ୍ରକାରର ଆଦେଶ ଦେଇଅଛନ୍ତି । (ଦେଖ:[[rc://*/tw/dict/bible/kt/faith]])
## ଏହି ଅଧ୍ୟାୟର ବିଶେଷ ଧାରଣା
### ଖ୍ରୀଷ୍ଟିୟାନ ଜୀବନ ଯାପନ
ମୋଶାଙ୍କ ବ୍ୟବସ୍ଥା ଅଧୀନରେ ବା ଅନୁସାରେ, ମନ୍ଦିରରେ ଲୋକମାନଙ୍କୁ ପଶୁ କିମ୍ବା ଶସ୍ୟ ଉତ୍ସର୍ଗ କରିବାକୁ ପଡୁଥିଲା I ବର୍ତ୍ତମାନ ଖ୍ରୀଷ୍ଟିୟାନମାନେ ଈଶ୍ବରଙ୍କ ନିକଟରେ ଏକ ବଳିଦାନ ରୂପରେ ନିଜର ଜୀବନକୁ ଅତିବାହିତ କରିବା ଆବଶ୍ୟକତା ରହିଛି। ଶାରୀରିକ ବଳିଦାନଗୁଡିକ ଏବେ ଆଉ ଆବଶ୍ୟକ ନାହିଁ I (ଦେଖ:[[rc://*/tw/dict/bible/kt/lawofmoses]])
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଶବ୍ଦ ଅଳଙ୍କାର
### ଖ୍ରୀଷ୍ଟଙ୍କ ଶରୀର
ଖ୍ରୀଷ୍ଟଙ୍କ ଶରୀର ଏକ ଗୁରୁତ୍ବପୂର୍ଣ୍ଣ ରୂପକ ବା ଚିତ୍ର ଅଟେ, ଯାହା ମଣ୍ଡଳୀକୁ ଦର୍ଶାଇବା ପାଇଁ ପବିତ୍ର ଶାସ୍ତ୍ରରେ ବ୍ୟବହାର କରାଯାଇଅଛି। ମଣ୍ଡଳୀର ପ୍ରତ୍ୟେକ ସଦସ୍ୟର ଏକ ବିଶେଷ ଭୂମିକା ବା କାର୍ଯ୍ୟ ରହିଛି । ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ପରସ୍ପରର ଆବଶ୍ୟକତା ରହିଛି। (ଦେଖ:[[rc://*/tw/dict/bible/kt/body]] ଓ [[rc://*/ta/man/translate/figs-metaphor]])