or_tn/rom/11/intro.md

3.8 KiB

ରୋମୀୟ ୧୧ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦରେ କବିତାର ପ୍ରତ୍ୟେକ ଧାଡିକୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ ଡାହାଣ ପାଖରୁ କିଛି ଦୂରରେ ଲେଖା ଯାଇଛି, ଯାହାକୁ ପଢିବା ପାଇଁ ସହଜ ହୁଏ । ୯-୧୦, ୨୬-୨୭, ଓ ୩୪-୩୫ ପଦଗୁଡ଼ିକରେ ULT ଏହି ପ୍ରକାରେ ଲେଖିଅଛି, ଯାହା ପୁରାତାନ ନିୟମରୁ ଆନୀତ

ଏହି ଅଧ୍ୟାୟର ବିଶେଷ ଧାରଣା

କଲମୀକରଣ

ପାଉଲ “କଲମୀକରଣ”ର ଚିତ୍ରକୁ ଈଶ୍ବରଙ୍କ ଯୋଜନାରେ ଅନ୍ୟଜାତିମାନେ ଓ ଯିହୂଦୀମାନଙ୍କର ସ୍ଥାନକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରନ୍ତି। ଗୋଟିଏ ଚାରାକୁ ଅନ୍ୟ ଏକ ଚାରା ସହିତ ସ୍ଥାୟୀ ରୂପରେ ସଂଯୋଗ କରାଗଲେ, ତାକୁ “କଲମୀକରଣ” କୁହାଯାଏ। ପରମେଶ୍ବର ବିଜାତୀୟମାନଙ୍କୁ ଏକ ଜଙ୍ଗଲୀ ଶାଖା ରୂପରେ ତାହାର ଉଦ୍ଧାର କରିବା ଯୋଜନାରେ କଲମୀକରଣ କରିଥିବା ଚିତ୍ରକୁ ପାଉଲ ବ୍ୟବହାର କରନ୍ତି। କିନ୍ତୁ ଈଶ୍ବର ଯିହୂଦୀମାନଙ୍କ ବିଷୟରେ ଭୁଲି ନାହାନ୍ତି, ଯେଉଁମାନଙ୍କୁ ପ୍ରାକୃତିକ ଚାରା ଭାବରେ କୁହାଯାଏ। ଈଶ୍ବର ଯିହୂଦୀମାନଙ୍କୁ ମଧ୍ୟ ଉଦ୍ଧାର କରିବେ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି।

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡିକ

”କ’ଣ ଈଶ୍ବର ତାହାଙ୍କ ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ଏହା କେବେ ମଧ୍ୟ ହୋଇପାରିବ ନାହିଁ”

ଇଶ୍ରାୟେଲ (ଅବ୍ରାହାମ, ଇସହାକ ଓ ଯାକୁବଙ୍କ ଶାରୀରିକ ବଂଶଜ) ଈଶ୍ବରଙ୍କ ଭବିଷ୍ୟତ ଯୋଜନାରେ ଅଛି, ବା ଯଦି ସେମାନଙ୍କୁ ମଣ୍ଡଳୀ ମାଧ୍ୟମରେ ଈଶ୍ବରଙ୍କ ଯୋଜନାରେ ପୁନଃସ୍ଥାପନ କରାଯାଇଅଛି, ଏହା ୯-୧୦ ଅଧ୍ୟାୟରେ ଏକ ଜଟିଳ ପାରମାର୍ଥିକ ପ୍ରସଙ୍ଗ ଅଟେ । ଏହି ବାକ୍ୟାଂଶ ରୋମୀୟ ପୁସ୍ତକରେ ଏକ ମହତ୍ବପୂର୍ଣ୍ଣ ଅଂଶ ଅଟେ। ଏହା ଏପରି ସଙ୍କେତ ଦେବାଭଳି ମନେ ହୁଏ ଯେ ଇଶ୍ରାୟେଲ ମଣ୍ଡଳୀରୁ ପୃଥକ ରହିବ। ସମସ୍ତ ବିଦ୍ବାନମାନେ ଏହି ସିଦ୍ଧାନ୍ତରେ ସହମତ ହୁଅନ୍ତି ନାହିଁ। ବର୍ତ୍ତମାନ ସେମାନେ ଯୀଶୁଙ୍କୁ ସେମାନଙ୍କର ମଶୀହ ରୂପରେ ଅସ୍ବୀକାର କରୁଥିବା ସତ୍ତ୍ବେ ଇଶ୍ରାୟେଲ ଈଶ୍ବରଙ୍କ ଅନୁଗ୍ରହ ଓ କୃପାକୁ ହରାଇ ନାହିଁ । (ଦେଖ:[[rc:///tw/dict/bible/kt/christ]] ଓ [[rc:///tw/dict/bible/kt/grace]] ଓ rc://*/tw/dict/bible/kt/mercy)