or_tn/rom/06/intro.md

4.7 KiB

ରୋମୀୟ ୦୬ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

ସେ ୫ ଅଧ୍ୟାୟରେ ଦେଇଥିବା ଶିକ୍ଷାକୁ ଜଣେ କିପରି ପରିକଳ୍ପିତ ଭାବରେ ବିରୋଧ କରିପାରେ, ତତ୍ ସମ୍ବନ୍ଧରେ ପାଉଲ ଉତ୍ତର ଦେଇ ଏହି ଅଧ୍ୟାୟ ଆରମ୍ଭ କରୁଛନ୍ତି (ଦେଖ:rc://*/ta/man/translate/figs-hypo)

ଏହି ଅଧ୍ୟାୟର ବିଶେଷ ଧାରଣା

ବ୍ୟବସ୍ଥାର ବିରୁଦ୍ଧରେ

ଏହି ଅଧ୍ୟାୟରେ, ପାଉଲ ସେହି ଶିକ୍ଷାର ଖଣ୍ଡନ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ପରିତ୍ରାଣ ପାଇଲା ପରେ ନିଜ ପସନ୍ଦ ଅନୁସାରେ ଜୀବନ କାଟିପାରିବେ I ବିଦ୍ବାନମାନେ ଏହାକୁ “ବ୍ୟବସ୍ଥା ବିରୁଦ୍ଧରେ” ବୋଲି କହନ୍ତି I ଇଶ୍ବରୀୟ ଜୀବନ ଅତିବାହିତ କରିବାପାଇଁ ପ୍ରେରଣା ଦେବା ସକାଶେ, ପାଉଲ ଜଣେ ଖ୍ରୀଷ୍ଟିୟାନକୁ ରକ୍ଷା କରିବା ପାଇଁ ଯୀଶୁଙ୍କ ଦ୍ବାରା ପ୍ରଦତ୍ତ ମହାନ ମୂଲ୍ୟକୁ ସ୍ମରଣ କରନ୍ତି I (ଦେଖ: [[rc:///tw/dict/bible/kt/save]] ଓ [[rc:///tw/dict/bible/kt/godly]])

ପାପର ସେବକ

ଯୀଶୁଙ୍କୁ ବିଶ୍ବାସ କରିବା ପୁର୍ବରୁ, ପାପ ଲୋକମାନଙ୍କୁ କ୍ରୀତଦାସ କରି ରଖେ I ଈଶ୍ବର ଖ୍ରୀଷ୍ଟିୟାନମାନଂକୁ ପାପ କରିବାରୁ ମୁକ୍ତ କରନ୍ତି I ସେମାନେ ସେମାନଙ୍କ ଜୀବନରେ ଖ୍ରୀଷ୍ଟଙ୍କୁ ସେବା କରିବା ପାଇଁ ବାଛିବାରେ ସକ୍ଷମ ଅଟନ୍ତି I ପାଉଲ ବର୍ଣ୍ଣନା କରନ୍ତି କି ଯେବେ ଖ୍ରୀଷ୍ଟିୟାନ ପାପ କରିବାକୁ ବାଛନ୍ତି, ତେବେ ସେମାନେ ଇଚ୍ଛାକୃତ ଭାବରେ ପାପ କରିବାକୁ ବାଛନ୍ତି I (ଦେଖ:[[rc:///tw/dict/bible/kt/faith]] ଓ [[rc:///tw/dict/bible/kt/sin]])

ଫଳ

ଏହି ଅଧ୍ୟାୟ ଫଳର ରୂପକଳ୍ପକୁ ବ୍ୟବହାର କରେ I ଫଳର ଛବି ସାଧାରଣ ଭାବରେ ଜଣେ ବ୍ୟକ୍ତିର ବିଶ୍ବାସକୁ ଦର୍ଶାଏ, ଯାହା ତାହାଙ୍କ ଜୀବନରେ ଭଲ କାର୍ଯ୍ୟକୁ ଉତ୍ପନ୍ନ କରେ I (ଦେଖ:[[rc:///tw/dict/bible/other/fruit]] ଓ [[rc:///tw/dict/bible/kt/righteous]])

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ ଅଳଙ୍କାର

ଭାବ ପ୍ରକାଶକ ପ୍ରଶ୍ନ

ପାଉଲ ଏହି ଅଧ୍ୟାୟରେ ଭାବ ପ୍ରକାଶକ ପ୍ରଶ୍ନର ବ୍ୟବହାର କରନ୍ତି I ଏହା ପ୍ରକଟ ହୁଏ ଯେ ଏହି ଭାବ ପ୍ରକାଶକ ପ୍ରଶ୍ନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ପାଠକଙ୍କୁ ସେମାନଙ୍କର ପାପକୁ ଦେଖାଇବା, ଯେପରି ସେମାନେ ଯୀଶୁଙ୍କୁ ବିଶ୍ବାସ କରିବେ I (ଦେଖ:[[rc:///ta/man/translate/figs-rquestion]] ଓ [[rc:///tw/dict/bible/kt/guilt]] ଓ rc://*/tw/dict/bible/kt/sin)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ଅସୁବିଧା

ମୃତ୍ୟୁ

ପାଉଲ ଏହି ଅଧ୍ୟାୟରେ “ମୃତ୍ୟୁ” ର ବ୍ୟବହାର ବିଭିନ୍ନ ପ୍ରକାରେ କରନ୍ତି: ଶାରୀରିକ ମୃତ୍ୟୁ, ଆତ୍ମିକ ମୃତ୍ୟୁ, ମନୁଷ୍ୟର ହୃଦୟରେ ରାଜତ୍ଵ କରୁଥିବା ପାପ, ଓ କୌଣସି ବିଷୟର ଶେଷ ଘଟାଇବା I ସେ ପାପ ଓ ମୃତ୍ୟୁକୁ ଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦତ୍ତ ହୋଇଥିବା ନୂତନ ଜୀବନ ଓ ପରିତ୍ରାଣ ପ୍ରାପ୍ତି ପରେ ଖ୍ରୀଷ୍ଟିୟାନମାନେ ନୂତନଭାବରେ ଜୀବନ କାଟିବା ଯେ ଆବଶ୍ୟକ, ସେ ବିଷୟକୁ ବିପରୀତଭାବରେ ତୁଳନା କରୁଛନ୍ତି I (ଦେଖ:rc://*/tw/dict/bible/other/death)