or_tn/rom/05/intro.md

4.4 KiB

ରୋମୀୟ ୦୫ ଅଧ୍ୟାୟର ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ବିଦ୍ବାନମାନେ ୧୨-୧୭ ପଦଗୁଡ଼ିକ ଅଧିକ ଗୁରୁତ୍ବପୁର୍ଣ୍ଣ ବୋଲି ମତ ଦିଅନ୍ତି, କିନ୍ତୁ ଶାସ୍ତ୍ରରେ ଏହି ପଦଗୁଡିକ ବୁଝିବା ପାଇଁ କଷ୍ଟ । ମୂଳ ଗ୍ରୀକ୍ ବାଇବଲରେ ଯେପରି ସଂଗଠିତ ହୋଇଛି, ସେଥିରୁ ଅନୁବାଦ କରିବା ସମୟରେ ସେଗୁଡିକର ତାତ୍ପର୍ଯ୍ୟ ଓ ଅର୍ଥରେ କିଛି ଛାଡି ଦିଆଯାଇଛି ।

ଏହି ଅଧ୍ୟାୟର ବିଶେଷ ଧାରଣା

ଧାର୍ମିକ ଗଣିତ ହେବାର ଫଳ

ପାଉଲ ଆମ୍ଭମାନଙ୍କ ଧାର୍ମିକ ଗଣିତ ହେବାର ଫଳ ବିଷୟରେ ବର୍ଣ୍ଣନା କରନ୍ତି, ଯାହା ଏହି ଅଧ୍ୟାୟର ଏକ ଗୁରୁତ୍ବପୁର୍ଣ୍ଣ ଅଂଶ ଅଟେ I ଏହି ପରିଣାମରେ ଈଶ୍ବରଙ୍କ ସହିତ ଶାନ୍ତିରେ ରହିବା, ଈଶ୍ବରଙ୍କ ନିକଟକୁ ପ୍ରବେଶାଧିକାର ପାଇବା, ଆମ୍ଭମାନଙ୍କର ଭବିଷ୍ୟତ ବିଷୟରେ ସୁନିଶ୍ଚିତ ହେବା, ଦୁଃଖ ବେଳେ ଆନନ୍ଦିତ ହେବା, ଅନନ୍ତକାଳ ପର୍ଯ୍ୟନ୍ତ ରକ୍ଷା ପାଇଁବା, ଓ ଈଶ୍ବରଙ୍କ ସହିତ ପୁନର୍ମିଳତ ହେବା ମିଳିତ ହେବା ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ଅଛି I (ଦେଖ:rc://*/tw/dict/bible/kt/justice)

“ସମସ୍ତେ ପାପ କରିଅଛନ୍ତି”

ପାଉଲ ଯାହା ୧୨ ପଦରେ କହିଛନ୍ତି, ସେ ବିଷୟରେ ବିଦ୍ବାନମାନଙ୍କର ଅନେକ ମତାମତ ରହିଛି I “ମୃତ୍ୟୁ ସମସ୍ତ ଲୋକମାନଙ୍କ ମଧ୍ୟରେ ବ୍ୟାପିଗଲା, କାରଣ ସମସ୍ତେ ପାପ କଲେ I” କେତେକ ବିଶ୍ବାସ କରନ୍ତି ଯେ ମାନବ ଜାତି “ଆଦମଙ୍କ ବଂଶରେ” ଥିଲେ। ତେଣୁ, ଆଦମ ମନୁଷ୍ୟ ଜାତିର ଆଦି ପିତା, ଆଦମ ପାପ କରିବା ସମୟରେ ସମସ୍ତ ମନୁଷ୍ୟ ଜାତି ଆଦମଙ୍କଠାରେ ଥିଲେ। ଅନ୍ୟମାନେ ବିଶ୍ବାସ କରନ୍ତି ଯେ ଆଦମ ମାନବ ଜାତିର ଏକ ପ୍ରତିନିଧି ଥିଲେ I ତେଣୁ ସେ ଯେତେବେଳେ ପାପ କଲା, ସମସ୍ତ ମାନବ ଜାତି ସେଥିର ଫଳସ୍ବରୂପେ “ପତିତ ହେଲା”। କ’ଣ ଆଜି ବି ଲୋକମାନେ ଆଦମଙ୍କ ପ୍ରଥମ ପାପର ସକ୍ରିୟ ଓ ନିଷ୍କ୍ରିୟ ଭୂମିକା ଗ୍ରହଣ କରିବ, ଏହି ବିଚାରରେ ଭିନ୍ନତା ଅଛି I ଅନ୍ୟ ଅନୁଛେଦଗୁଡିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ I(ଦେଖ:[[rc:///tw/dict/bible/other/seed]] ଓ [[rc:///tw/dict/bible/kt/sin]] ଓ rc://*/ta/man/translate/figs-activepassive)

ଦ୍ବିତୀୟ ଆଦମ

ଆଦମ ହେଉଛନ୍ତି ପ୍ରଥମ ମନୁଷ୍ୟ ଓ ପ୍ରଥମ “ଈଶ୍ବରଙ୍କ ପୁତ୍ର” ଥିଲେ I ସେ ଈଶ୍ବରଙ୍କ ଦ୍ବାରା ସୃଷ୍ଟି ହୋଇଥିଲା I ସେ ନିଷିଦ୍ଧ ଫଳ ଖାଇ ସଂସାରରେ ପାପ ଓ ମୃତ୍ୟୁ ଆଣିଲା I ପାଉଲ ଯୀଶୁଙ୍କୁ ଏହି ଅଧ୍ୟାୟରେ “ଦ୍ବିତୀୟ ଆଦମ” ଓ ଈଶ୍ବରଙ୍କ ସତ୍ୟ ପୁତ୍ର ଭାବରେ ବର୍ଣ୍ଣନା କରନ୍ତି I ସେ ଜୀବନ ଆଣନ୍ତି ଓ କ୍ରୁଶ ଉପରେ ମୃତ୍ୟୁବରଣ କରି ପାପ ଓ ମୃତ୍ୟୁ ଉପରେ ବିଜୟ ଲାଭ କରନ୍ତି I (ଦେଖ: [[rc:///tw/dict/bible/kt/sonofgod]] ଓ [[rc:///tw/dict/bible/other/death]])