or_tn/rom/04/intro.md

3.3 KiB

ରୋମୀୟ୦୪ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦରେ କବିତାର ଧାଡ଼ିକୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ ଡାହାଣ ପାଖରେ ଲେଖାଯାଇଛି, ଯାହା ପଢିବାପାଇଁ ସହଜ ହୁଏ। ଏହି ଅଧ୍ୟାୟର ୭-୮ ପଦରେ ULT ସେପରି କରିଛି, ଯେଉଁ ଶାସ୍ତ୍ରାଂଶଗୁଡ଼ିକ ପୁରାତାନ ନିୟମରୁ ଆନୀତ I

ଏହି ଅଧ୍ୟାୟର ବିଶେଷ ଧାରଣା

ମୋଶାଙ୍କ ବ୍ୟବସ୍ଥାର ଉଦ୍ଦେଶ୍ୟ

ପାଉଲ ୩ ଆଧ୍ୟାୟର ବିଷୟବସ୍ତୁ ଉପରେ ଆପଣାର ଲେଖା ମଜବୁତ୍ କରନ୍ତି। ସେ ବର୍ଣ୍ଣନା କରନ୍ତି କିପରି ଇଶ୍ରାୟେଲର ପିତା ଅବ୍ରାହାମ୍ ଧାର୍ମିକ ଗଣିତ ହୋଇଥିଲେ। ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ଜଣେ ଈଶ୍ବରଙ୍କ ସହିତ ଧାର୍ମିକ ହୋଇପାରେ ନାହିଁ। ଈଶ୍ବରଙ୍କ ଆଜ୍ଞାକୁ ପାଳନ କରିବା ଏକ ମାଧ୍ୟମ ଅଟେ, ଯାହା ଜଣେ ବ୍ୟକ୍ତି ଈଶ୍ବରଙ୍କଠାରେ ବିଶ୍ବାସ କରେ ବୋଲି ପ୍ରମାଣିତ କରିଥାଏ। ଲୋକମାନେ ସବୁବେଳେ ବିଶ୍ବାସ ଦ୍ବାରା ଧାର୍ମିକ ଗଣିତ ହୋଇଅଛନ୍ତି। (ଦେଖ:[[rc:///tw/dict/bible/kt/justice]] ଓ [[rc:///tw/dict/bible/kt/lawofmoses]] ଓ rc://*/tw/dict/bible/kt/faith)

ସୁନ୍ନତ

ସୁନ୍ନତ ଇଶ୍ରାୟେଲମାନଙ୍କ ନିମନ୍ତେ ଗୁରୁତ୍ବପୁର୍ଣ୍ଣ ଥିଲା I ଏହା ଜଣେ ବ୍ୟକ୍ତିଙ୍କୁ ଅବ୍ରାହାମଙ୍କ ବଂଶଧର ବୋଲି ପରିଚୟ ପ୍ରଦାନ କରୁଥିଲା । ଅବ୍ରାହାମ ଓ ପରମେଶ୍ବରଙ୍କ ମଧ୍ୟରେ ଚୁକ୍ତିର ଏକ ଚିହ୍ନ ଥିଲା. ତଥାପି, କୌଣସି ବ୍ୟକ୍ତି କେବଳ ସୁନ୍ନତ ହେବା ଦ୍ବାରା ଧାର୍ମିକ ଗଣିତ ହୋଇ ନ ଥିଲା (ଦେଖ:[[rc:///tw/dict/bible/kt/circumcise]] ଓ [[rc:///tw/dict/bible/kt/covenant]])

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଭାବ ପ୍ରକାଶକ ପ୍ରଶ୍ନ

ପାଉଲ ଏହି ଅଧ୍ୟାୟରେ ଭାବ ପ୍ରକାଶକ ପ୍ରଶ୍ନଗୁଡିକ ବ୍ୟବହାର କରିଛନ୍ତି I ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରିବାର ଉଦ୍ଦେଶ୍ୟ ଏହା ଯେ ତାହାଙ୍କ ପାଠକମାନେ ସେମାନଙ୍କର ପାପକୁ ଜାଣନ୍ତୁ, ଯାହା ଫଳରେ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ। (ଦେଖ:[[rc:///ta/man/translate/figs-rquestion]] ଓ [[rc:///tw/dict/bible/kt/guilt]])