or_tn/rom/03/intro.md

3.1 KiB

ରୋମୀୟ ୦୩ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦ ସହଜରେ ପଢିବାପାଇଁ କବିତାର ପ୍ରତ୍ୟେକ ଧାଡ଼ିକୁ ଅନ୍ୟ ଲେଖାର ଦୂର ଡାହାଣ ପାଖରେ ଲେଖିଛନ୍ତି । ULTରେ ଏହି ଅଧ୍ୟାୟର ୪ ପଦ ଓ ୧୦-୧୮ପଦଗୁଡ଼ିକଏହି ପ୍ରକାରେ ଲେଖାଯାଇଛି, ଯାହା ପୁରାତନ ବାକ୍ୟାଂଶରୁ ଆନୀତ।

ଏହି ଅଧ୍ୟାୟର ବିଶେଷ ଧାରଣା

୩ ଅଧ୍ୟାୟ “ବିଜାତୀୟ ତୁଳନାରେ ଯିହୂଦୀହେବା ଦ୍ବାରା କ’ଣ ସୁବିଧା ରହିଛି?” ପ୍ରଶ୍ନଟିର ଉତ୍ତର ଦେଉଛି (ଦେଖ:[[rc:///tw/dict/bible/kt/lawofmoses]] ଓ [[rc:///tw/dict/bible/kt/save]])

“ସମସ୍ତେ ପାପ କରିଅଛନ୍ତି ଓ ଈଶ୍ବରଙ୍କ ମହିମାରୁ ଉଣା ପଡିଅଛନ୍ତି”

କାରଣ ଈଶ୍ବର ପବିତ୍ର, ଜଣେ ବ୍ୟକ୍ତି ସ୍ବର୍ଗରେ ତାହାଙ୍କ ସହିତ ରହିବାକୁ ହେଲେ, ତାହାଙ୍କୁ ନିର୍ଦ୍ଧୋଷ ହେବା ଉଚିତ। ଯେ କୌଣସି ଗୋଟିଏ ପାପ ମଧ୍ୟ ଜଣେ ବ୍ୟକ୍ତିକୁ ଦଣ୍ଡିତ କରିପାରେ। (ଦେଖ:[[rc:///tw/dict/bible/kt/heaven]] ଓ [[rc:///tw/dict/bible/kt/condemn]])

ମୋଶାଙ୍କ ବ୍ୟବସ୍ଥାର ଉଦ୍ଧେଶ୍ୟ

ବ୍ୟବସ୍ଥା ପାଳନ କରିବା ଦ୍ବାରା ଜଣେ ବ୍ୟକ୍ତି ଈଶ୍ବରଙ୍କ ନିକଟରେ ସିଦ୍ଧ ହୋଇ ପାରେ ନାହିଁ। ଈଶ୍ବରଙ୍କ ବ୍ୟବସ୍ଥା ପାଳନକରିବା ପ୍ରକାଶ କରେ ଯେ ସେମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଅଛନ୍ତି। ଲୋକମାନେ କେବେଳ ବିଶ୍ବାସ ଦ୍ବାରା ଧାର୍ମିକ ଗଣିତ ହୋଇଅଛନ୍ତି। (ଦେଖ:[[rc:///tw/dict/bible/kt/justice]] ଓ [[rc:///tw/dict/bible/kt/faith]])

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଭାବପ୍ରକାଶକ ପ୍ରଶ୍ନସମୂହ

ପାଉଲ ଏହି ଅଧ୍ୟାୟରେ ବହୁଳଭାବେ ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରିଛନ୍ତି। ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରିବାର ଉଦ୍ଦେଶ୍ୟ ଏହା ଯେ ତାହାଙ୍କ ପାଠକମାନେ ସେମାନଙ୍କର ପାପକୁ ଜାଣନ୍ତୁ, ଯାହା ଫଳରେ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ I (ଦେଖ:[[rc:///ta/man/translate/figs-rquestion]] ଓ [[rc:///tw/dict/bible/kt/guilt]])