or_tn/rom/01/intro.md

28 lines
5.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ରୋମୀୟ ୦୧ ଅଧ୍ୟାୟର ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଓ ରୂପରେଖ
ପ୍ରଥମ ପଦଟି ଏକସୂଚନା ବା ପରିଚୟ ସ୍ବରୂପ ଅଟେ। ପ୍ରାଚୀନ ଭୂମଧ୍ୟସାଗରୀୟ ଅଂଚଳରେ ଲୋକମାନେ ସାଧାରଣତଃ ପତ୍ର ଏହି ପ୍ରକାରେ ଆରମ୍ଭ କରୁଥିଲେ। ଏହାକୁ “ଅଭିବାଦନ”ବୋଲି ମଧ୍ୟ କହନ୍ତି।
## ଏହି ଅଧ୍ୟାୟର ବିଶେଷ ଧାରଣା
### ସୁସମାଚାର
ଏହି ଅଧ୍ୟାୟ “ସୁସମାଚାର” ([ରୋମୀୟ ୧:](../../rom/୦୧/.md))କୁ ରୋମୀୟ ପୁସ୍ତକର ମୂଖ୍ୟ ବିଷୟବସ୍ତୁ ବୋଲି ଦର୍ଶାଏ I ରୋମୀୟ ପୁସ୍ତକ ମାଥିଉ, ମାର୍କ, ଲୂକ ଓ ଯୋହନ ପୁସ୍ତକ ପରି ସୁସମାଚାର ନୁହେଁ I ତଥାପି, ଅଧ୍ୟାୟ ୧-୮ ରେ ବାଇବଲର ସୁସମାଚାରକୁ ଉପସ୍ଥାପନ କରାଯାଇଛି: ସମସ୍ତେ ପାପ କରିଅଛନ୍ତି। ଯୀଶୁ ଆମ୍ଭମାନଙ୍କର ପାପ ପାଇଁ ମୃତ୍ୟୁବରଣ କଲେ। ସେ ପୁନର୍ବାର ଜୀବିତ ହେଲେ ଯଦ୍ଦ୍ବାରା ଆମ୍ଭେମାନେ ତାହାଙ୍କଠାରେ ନୂତନ ଜୀବନ ପାଇପାରିବା
### ଫଳ
ଏହି ଅଧ୍ୟାୟରେ ଫଳର କାଳ୍ପନିକ ବା ଚିତ୍ର ଶବ୍ଦ ବ୍ୟବହାର କରାଯାଇଛି। ଫଳର ଛବି ସାଧାରଣ ଭାବରେ ଜଣେ ବ୍ୟକ୍ତିର ବିଶ୍ବାସକୁ ଦର୍ଶାଏ, ଯାହା ତାହାର ଜୀବନରେ ଭଲ କାର୍ଯ୍ୟ କରିଥାଏ। ଏହି ଅଧ୍ୟାୟରେ, ରୋମୀୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ପାଉଲଙ୍କ କର୍ମର ଫଳଗୁଡିକୁ ଦର୍ଶାଏ I (ଦେଖ:[[rc://*/tw/dict/bible/other/fruit]] ଓ[[rc://*/tw/dict/bible/kt/faith]])
### ସାର୍ବଜନୀନଭାବେ ଦଣ୍ଡିତ ହେବା ଓ ଈଶ୍ବରଙ୍କ କ୍ରୋଧ
ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ କାହା ପାଖରେ ହେଲେ କ୍ଷମା ମାଗିବାର କାରଣ ନ ଥିବ । ଆମ୍ଭେମାନେ ସମସ୍ତେ ସତ୍ୟ ଈଶ୍ବରଙ୍କ ବିଷୟରେ ଜାଣିଅଛୁ, ଯିହୋବା, ତାହାଙ୍କ ସମସ୍ତ ସୃଷ୍ଟବସ୍ତୁ ଓ ଆମ୍ଭମାନଙ୍କ ଚାରିପାଖରେ ଅଛନ୍ତି। ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପାପ ରୂପ ସ୍ବଭାବ କାରଣରୁ ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କ କ୍ରୋଧର ଯୋଗ୍ୟ ଅଟନ୍ତି। ଯୀଶୁ କ୍ରୁଶରେ ଉପରେ ମୃତ୍ୟୁଭୋଗ କରିବା ଦ୍ବାରା ଏହି କ୍ରୋଧ ଦୂର ହୋଇଛି, ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି। (ଦେଖ:[[rc://*/tw/dict/bible/kt/righteous]] ଓ [[rc://*/tw/dict/bible/kt/believe]])
## ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଅଳଙ୍କାରିକ ଶବ୍ଦ
### “ଈଶ୍ବର ସେମାନଙ୍କୁ ସମର୍ପିତ କରିଅଛନ୍ତି”
କେତେକ ବିଦ୍ବାନମାନେ କହନ୍ତି ଯେ “ଈଶ୍ବର ସେମାନଙ୍କୁ ସମର୍ପିତ କରିଅଛନ୍ତି” ଓ “ଈଶ୍ବର ସେମାନଙ୍କୁ ଛାଡି ଦେଇଅଛନ୍ତି” ବାକ୍ୟାଂଶରେ ଧର୍ମତତ୍ତ୍ବ ସମ୍ବନ୍ଧୀୟ ଗୁରୁତ୍ବପୁର୍ଣ୍ଣ. ତଥ୍ୟ ରହିଛି। ସେଥିପାଇଁ, ଏହି ବାକ୍ୟାଂଶରେ ଈଶ୍ବରଙ୍କୁ ସକ୍ରିୟାତ୍ମକ ବାକ୍ୟରେ ଅନୁବାଦ କରିବା ଦରକାର। ଈଶ୍ବର ମନୁଷ୍ୟକୁ ନିଜର ଇଚ୍ଛାନୁସାରେ ଚାଲିବା ପାଇ ଛାଡି ଦେଇ ଅଛନ୍ତି, ସେ ସେମାନଙ୍କୁ ବାଧ୍ୟ କରିବେ ନାହିଁ. (ଦେଖ:[[rc://*/tw/dict/bible/kt/sin]])
## ଏହି ଅଧ୍ୟାୟରେ ଅନ୍ୟ ଏକ ଅନୁବାଦ କରିବା କଷ୍ଟକର ଅଟେ
### ଅନୁବାଦକ ବାକ୍ୟର ଅର୍ଥ ଜାଣିବା ପାଇUST ବାଇବଲ ବ୍ୟବହାର କରିବା ଅବଶ୍ୟକ ଓ ସେହି ବାକ୍ୟାଂଶକୁ ସ୍ପଷ୍ଟଭାବରେ ଅନୁବାଦ କରିବା ଉଚିତ।
ଏହି ଅଧ୍ୟାୟରେ କେତେକ କଠିନ ବାକ୍ୟଗୁଡିକ ରହିଛି: “ବିଶ୍ବାସର ଅନୁକାରୀ ହୁଅ/ଆଜ୍ଞାକାରୀ ହୁଅ” “ଆତ୍ମାରେ ଯାହାଙ୍କର ଉପାସନା / ସେବା କରେ”, “ବିଶ୍ବାସ ଉପରେ ବିଶ୍ବାସ”ଓ “କ୍ଷୟଣୀୟ ମନୁଷ୍ୟର ପ୍ରତିମୂର୍ତ୍ତିଠାରୁ ଅକ୍ଷୟଣୀୟ ପରମେଶ୍ବରଙ୍କର ଗୌରବରେ ପରିବର୍ତ୍ତିତ ହେବା”।