or_tn/rev/front/intro.md

17 KiB
Raw Permalink Blame History

ପ୍ରକାଶିତ ବାକ୍ୟର ପରିଚୟ

ଭାଗ ୧:ସାଧାରଣ ପରିଚୟ

ପ୍ରକାଶିତ ବାକ୍ୟ ପୁସ୍ତକର ରୂପରେଖା

୧. ପ୍ରାରମ୍ଭ (୧:୧-) ୧.ସପ୍ତ ମଣ୍ଡଳୀକୁ ପତ୍ର (:୧- ୩:) ୧. ସ୍ବର୍ଗରେ ଈଶ୍ବରଙ୍କ ଦର୍ଶନ, ଓ ମେଷଶାବକଙ୍କ ଦର୍ଶନ (୪:୧- ୧୧) ୧. ସପ୍ତ ମୁଦ୍ରା (୬:୧-୮:୧)

  1. ସପ୍ତ ତୂରୀଧ୍ବନୀ (୮:- ୧୩:୧୮) ୧. ମେଷଶାବକଙ୍କ ଉପାସକ, ହତ ସାକ୍ଷୀଗଣ ଓ କ୍ରୋଧର ପାତ୍ର (୧୪:୧-) ୧.ସପ୍ତ ପାତ୍ର (୧୫:୧-୧୮:୨୪) ୧. ସ୍ବର୍ଗରେ ଉପାସନା (୧୯:୧-୧୦) ୧. ମେଷଶାବକଙ୍କ ବିଚାର, ପଶୁର ବିନାଶ, ସହସ୍ର ବର୍ଷ, ଶୟତାନର ବିନାଶ, ଓ ଅନ୍ତିମ ବିଚାର (:୧୧-୧୫) ୧. ନୂତନ ସୃଷ୍ଟି ଓ ନୂତନ ଯିରୂଶାଲମ (୨୧:୧-:୫) ୧. ଯୀଶୁଙ୍କ ଦ୍ବିତୀୟ ଆଗମନର ପ୍ରତିଜ୍ଞା, ଦୂତମାନଙ୍କ ସାକ୍ଷ୍ୟ, ଯୋହନଙ୍କ ଅନ୍ତିମ ବାର୍ତ୍ତା, ତାହାଙ୍କ ମଣ୍ଡଳୀ ନିକଟକୁ ଖ୍ରୀଷ୍ଟଙ୍କ ବାର୍ତ୍ତା, ନିମନ୍ତ୍ରଣ ଓ ସତର୍କ ବାଣୀ (:୬-୨୧)

ପ୍ରକାଶିତ ବାକ୍ୟ ପୁସ୍ତକକୁ କିଏ ଲେଖିଥିଲେ?

ଲେଖକ ଆପଣାକୁ ଯୋହନଭାବରେ ପରିଚୟ ଦିଅନ୍ତି I ସେ ହୁଏତ ପ୍ରେରିତ ଯୋହନ ଥିଲେ I ସେ ପାତ୍ମ ନାମକ ଦ୍ବୀପରେ ଥିବା ସମୟରେ ସେ ପ୍ରକାଶିତ ବାକ୍ୟ ପୁସ୍ତକ ଲେଖିଥିଲେ I ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିବା କାରଣରୁ ରୋମୀୟମାନେ ଯୋହନଙ୍କୁ ସେଠାରେ ନିର୍ବାସନ କରିଥିଲେ I

ପ୍ରକାଶିତ ବାକ୍ୟ ପୁସ୍ତକରେ କେଉଁ ବିଷୟରେ ଲେଖାଅଛି?

ଯୋହନ ବିଶ୍ବାସୀମାନଙ୍କୁ ବିଶ୍ବସ୍ତ ରହିବା ନିମନ୍ତେ ପ୍ରକାଶିତବାକ୍ୟ ପୁସ୍ତକ ଲେଖିଥିଲେ ଏପରିକି ଯେତେବେଳେ ସେମାନେ ଦୁଃଖଭୋଗ କରୁଥିଲେ I ଶୟତାନ ଓ ତାହାର ଅନୁଚରମାନେ ବିଶ୍ବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧକରି ସେମାନଙ୍କୁ ବଧ କରୁଥିବା ବିଷୟରେ ଯୋହନଙ୍କୁ ଦର୍ଶନ ପ୍ରାପ୍ତ ହୋଇ ତାହା ବର୍ଣ୍ଣନା କରୁଛନ୍ତି I ଦର୍ଶନରେ ଈଶ୍ବର ଦୁଷ୍ଟଲୋକମାନଙ୍କୁ ଦଣ୍ଡଦେବା ନିମନ୍ତେ ପୃଥିବୀରେ ଅନେକ ଭୟଙ୍କର ଘଟଣା ଘଟାଉଛନ୍ତି I ପରିଶେଷରେ, ଯୀଶୁ ଶୟତାନ ଓ ତାହାର ଅନୁଚରମାନଙ୍କୁ ପରାସ୍ତ କରୁଛନ୍ତି I ଏବଂ ଯୀଶୁ ସେମାନଙ୍କୁ ସାନ୍ତ୍ବନା ଦିଅନ୍ତି ଯେଉଁମାନେ ବିଶ୍ବସ୍ତ ଥିଲେ I ଅତଏବ ବିଶ୍ବାସୀମାନେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀରେ ଈଶ୍ବରଙ୍କ ସହିତ ଅନନ୍ତକାଳ ବାସ କରିବେ I

ଏହି ପୁସ୍ତକର ଶୀର୍ଷକ କିପରିଭାବରେ ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହାର ପାରମ୍ପରିକ ଶୀର୍ଷକ “ପ୍ରକାଶିତ ବାକ୍ୟ,” “ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ,” ସାଧୁ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ,” କିମ୍ବା “ଯୋହନଙ୍କ ଦ୍ବାରା ଶେଷ ସମୟର ବାଣୀ କିମ୍ବା” ଶୀର୍ଷକଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ ମନୋନୀତ କରି ଏହି ପୁସ୍ତକକୁ ନାମିତ କରିଥାଇପାରନ୍ତି I” କିମ୍ବା ସେମାନେ ସମ୍ଭବତଃ ଏକ ସ୍ପଷ୍ଟ ଶୀର୍ଷକ ମନୋନିତ କରିଥାଇପାରନ୍ତି, ଯେପରିକି “ବିଷୟସମୁହ ଯାହା ଖ୍ରୀଷ୍ଟ ଯୋହନଙ୍କୁ ଦେଖାଇଲେ” I (ଦେଖ: rc://*/ta/man/translate/translate-names)

ପ୍ରକାଶିତ ବାକ୍ୟ ପୁସ୍ତକ କି ପ୍ରକାର ଗ୍ରନ୍ଥ ଅଟେ?

ଯୋହନ ଆପଣା ଦର୍ଶନଗୁଡିକ ବର୍ଣ୍ଣନା କରିବା ନିମନ୍ତେ ଏକ ବିଶେଷ ଶୈଳୀ ବ୍ୟବହାର କରିଥିଲେ I ଯୋହନ ଅନେକ ସଂକେତ ବ୍ୟବହାର କରି ସେ ଦେଖିଥିବା ବିଷୟ ଗୁଡିକ ବର୍ଣ୍ଣନା କରିଛନ୍ତି I ଏପ୍ରକାର ଶୈଳୀର ଲେଖାକୁ ସାଙ୍କେତିକ ଭାବବାଣୀ ଅବା ଦୈବବାଣୀ ସାହିତ୍ୟ କୁହାଯାଏ I (ଦେଖ: rc://*/ta/man/translate/writing-apocalypticwriting)

ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ସମ୍ଭନ୍ଧିୟ ଧାରଣା

ପ୍ରକାଶିତ ବାକ୍ୟର ଘଟଣାଗୁଡିକ ଅତୀତର ଅବା ବର୍ତ୍ତମାନର ଅଟନ୍ତି?

ଆଦ୍ୟ ଖ୍ରୀଷ୍ଟିଆନ ସମୟରୁ, ପଣ୍ଡିତମାନେ ପ୍ରକାଶିତ ବାକ୍ୟ ପୁସ୍ତକକୁ ବିଭିନ୍ନ ପ୍ରକାରେ ତର୍ଜମା କରିଛନ୍ତି I କେତେକ ପଣ୍ଡିତ ଭାବୁଛନ୍ତି ଯେ ଯୋହନ ତାହାଙ୍କ ସମୟରେ ଘଟିଥିବା ଘଟଣାସମୁହ ବର୍ଣ୍ଣନା କରିଛନ୍ତି I କେତେକ ପଣ୍ଡିତ ଭାବୁଛନ୍ତି ଯେ ଯୋହନ ତାହାଙ୍କ ସମୟଠାରୁ ଯୀଶୁଙ୍କ ଦ୍ବିତୀୟ ଆଗମନ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଘଟଣାଗୁଡିକୁ ବର୍ଣ୍ଣନା କରିଛନ୍ତି I ଅନ୍ୟ ପଣ୍ଡିତମାନେ ଭାବୁଛନ୍ତି ଯେ ଯୋହନ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବିତୀୟ ଆଗମନର ଅଳ୍ପ ସମୟ ପୁର୍ବରୁ ଯାହାସବୁ ଘଟିବ ତାହା ବର୍ଣ୍ଣନା କରିଛନ୍ତି I

ଅନୁବାଦକମାନେ ଏହାକୁ ଅନୁବାଦ କରିବା ପୂର୍ବରୁ ଏହାକୁ କିପରି ତର୍ଜମା କରିବାକୁ ହେବ, ତାହା ସ୍ଥିର କରିବାର ପ୍ରୟୋଜନ ହେବ ନାହିଁ I ଅନୁବାଦକମାନେ କାଳ ଅନୁସାରେ ଭାବବାଣୀ ସବୁକୁ ଛାଡ଼ିଦେବା ଉଚିତ, ଯେପରି ULTରେ ବ୍ୟବହାର କରାଯାଇଛି I

ବାଇବଲରେ ପ୍ରକାଶିତ ବାକ୍ୟ ସଦୃଶ ଅନ୍ୟ କୌଣସି ପୁସ୍ତକ ଅଛି କି?

ବାଇବଲର ଅନ୍ୟ କୌଣସି ପୁସ୍ତକ ପ୍ରକାଶିତ ବାକ୍ୟ ପୁସ୍ତକ ସଦୃଶ ନୁହେଁ I କିନ୍ତୁ, ଯିହିଜିକଲ, ଯିଖରିୟ ଓ ବିଶେଷତଃ ଦାନିୟେଲ ପୁସ୍ତକର କେତେକ ଅନୁଚ୍ଛେଦ ବିଷୟବସ୍ତୁ ଓ ଶୈଳୀ ଦୃଷ୍ଟିକୋଣରୁ ପ୍ରକାଶିତ ବାକ୍ୟ ସଦୃଶ ଅଟନ୍ତି I ପ୍ରକାଶିତ ବାକ୍ୟ ଓ ଦାନିୟେଲ ପୁସ୍ତକକୁ ଏକା ସମୟରେ ଅନୁବାଦ କଲେ, ଉପକାର ହୋଇ ପରେ, ଯେହେତୁ ଉଭୟ ପୁସ୍ତକର କେତେକ ରୂପକଳ୍ପ ଓ ଶୈଳୀ ପ୍ରାୟ ସମାନ ଅଟେ I

ଭାଗ ୩: ମୁଖ୍ୟ ଅନୁବାଦ ସମସ୍ୟା

ଏହାକୁ ଅନୁବାଦ କରିବା ନିମନ୍ତେ ଜଣେ ପ୍ରକାଶିତ ବାକ୍ୟ ପୁସ୍ତକକୁ ବୁଝିବା ଆବଶ୍ୟକ କି?

ଏହାକୁ ଉପଯୁକ୍ତଭାବରେ ଅନୁବାଦ କରିବା ନିମନ୍ତେ ଜଣେ ପ୍ରକାଶିତ ବାକ୍ୟରେ ଥିବା ସବୁ ସଂକେତଗୁଡିକ ବୁଝିବା ଆବଶ୍ୟକ ନୁହେଁ I ଅନୁବାଦକମାନେ ସେମାନଙ୍କ ଅନୁବାଦରେ ସଂକେତ ଓ ସଂଖ୍ୟାଗୁଡିକର ସମ୍ଭାବିତ ଅର୍ଥ ଦେବା ଉଚିତ ନୁହଁ I (ଦେଖ: rc://*/ta/man/translate/writing-apocalypticwriting)

ୟୁ ଏଲ୍ ଟିର ପ୍ରକାଶିତ ବାକ୍ୟରେ “ପବିତ୍ର” ଓ “ପବିତ୍ରୀକୃତ ହେବା” ଚିନ୍ତାଧାରାକୁ କିପରି ପ୍ରକାଶ କରାଯାଇଛି?

ଶାସ୍ତ୍ର ଏହି ଶବ୍ଦସମୁହକୁ ସୁଚାଇବା ନିମନ୍ତେ ବିଭନ୍ନ ଚିନ୍ତାଧାରାର କୌଣସି ଗୋଟିଏକୁ ବ୍ୟବହାର କରିଥାଏ I ଏହି କାରଣରୁ, ଅନୁବାଦକମାନେ ସେମାନଙ୍କ ସଂସ୍କରଣରେ ଭଲଭାବରେ ବ୍ୟବହାର କରିବା ପ୍ରାୟତଃ କଷ୍ଟକର ହୋଇଥାଏ I ପ୍ରକାଶିତ ବାକ୍ୟକୁ ଇଂରାଜୀରେ ଅନୁବାଦ କରିବା ସମୟରେ ୟୁ ଏଲ୍ ଟି ନିମ୍ନଲିଖିତ ନିୟମଗୁଡିକ ବ୍ୟବହାର କରିଥାଏ:

  • ଦୁଇଟି ଅନୁଛେଦରେ ଅର୍ଥ ନୈତିକ ପବିତ୍ରତା ପ୍ରକାଶ କରିଥାଏ I ଏଠାରେ, ୟୁ ଏଲ୍ ଟି “ପବିତ୍ର” ଶବ୍ଦକୁ ବ୍ୟବହାର କରେ I ସାଧାରଣତଃ ପ୍ରକାଶିତ ବାକ୍ୟର ଅର୍ଥଗୁଡିକ ସେଥିର କୌଣସି ନିର୍ଦ୍ଦିଷ୍ଟ ଅନ୍ତର୍ନିହିତ ଅର୍ଥର ଭୂମିକାକୁ ସାବ୍ୟସ୍ତ ନକରି ସରଳଭାବରେ ଖ୍ରୀଷ୍ଟିୟାନମାନଙ୍କୁ ଇଙ୍ଗିତ କରିଥାଏ I ଏସବୁ କ୍ଷେତ୍ରରେ, ୟୁ ଏଲ୍ ଟି “ବିଶ୍ବାସୀ” କିମ୍ବା “ବିଶ୍ବାସୀମାନେ” ଶବ୍ଦ ବ୍ୟବହାର କରିଥାଏ I(ଦେଖ: ୫:୮; ୮:୩, ୪; ୧୧:୧୮; ୧୩:୭; ୧୬:୬; ୧୭:୬; ୧୮:, ୨୪; ୧୯:୮; :୯)
  • ବେଳେବେଳେ ଅର୍ଥଟି କେବଳ ଈଶ୍ବରଙ୍କ ନିମନ୍ତେ ପୃଥକୀକୃତ ହୋଇଥବା କୌଣସି ବ୍ୟକ୍ତି କିମ୍ବା କୌଣସି ବସ୍ତୁକୁ ବୁଝାଇଥାଏ I ଏହି ସବୁ କ୍ଷେତ୍ରରେ, ୟୁ ଏଲ୍ ଟି “ପବିତ୍ରୀକୃତ,“ “ପୃଥକୀକୃତ,” “ଉତ୍ସର୍ଗୀକୃତ” କିମ୍ବା “ସଂରକ୍ଷିତ” ଶବ୍ଦ ବ୍ୟବହାର କରିଥାଏ I

ଏହିସବୁ ଚିନ୍ତାଧାରାକୁ ସେମାନଙ୍କ ସଂସ୍କରଣରେ କିପରି ପ୍ରକାଶ କରାଯାଇ ପାରିବ, ସେ ବିଷୟରେ ଚିନ୍ତା କରିବା ବେଳେ UST ସର୍ବଦା ସହାୟକ ହେବ I

ସମୟର ଅବଧି

ଯୋହନ ପ୍ରକାଶିତ ବାକ୍ୟରେ ବିଭିନ୍ନ ସମୟର ଅବଧିକୁ ଉଲ୍ଲେଖ କରିଛନ୍ତି I ଉଦାହରଣ ସ୍ବରୂପ, ବୟାଳିଶ ମାସ, ସାତବର୍ଷ, ଓ ସାଢ଼େ ତିନିଦିନ ସମ୍ବନ୍ଧରେ ଅନେକ ଉଲ୍ଲେଖ ରହିଛି I କେତେକ ପଣ୍ଡିତ ଭାବନ୍ତି ଯେ ଏହି ସମୟ ଅବଧି ଗୁଡିକ ସାଂକେତିକ ଅଟନ୍ତି I ଅନ୍ୟ ପଣ୍ଡିତମାନେ ଭାବନ୍ତି ଯେ ଏଗୁଡିକ ପ୍ରକୃତ ସମୟର ଅବଧି ଅଟନ୍ତି I ଅନୁବାଦକ ଏହି ସମୟ ଅବଧିକୁ ପ୍ରକୃତ ସମୟ ଅବଧି ସଦୃଶ ନେବା ଉଚିତ I ତାପରେ ତର୍ଜମାକାରୀ ସେଗୁଡିକର ତାତ୍ପର୍ଯ୍ୟ ନିର୍ଦ୍ଧାରଣ କରିବେ କିମ୍ବା ସେଗୁଡିକ କ’ଣ ପ୍ରକାଶ କରିବ, ତାହା ସ୍ଥିର କରିବେ I

ପ୍ରକାଶିତ ବାକ୍ୟର ଲେଖାରେ କେଉଁସବୁ ମୁଖ୍ୟ ସମସ୍ୟା ରହିଛି?

ନିମ୍ନଲିଖିତ ପଦଗୁଡିକ ନିମନ୍ତେ, ବାଇବଲର କେତେକ ଆଧୁନିକ ସଂସ୍କରଣ ପ୍ରାଚୀନ ସଂସ୍କରଣଠାରୁ ଭିନ୍ନ ମତ ଦେଇଥାଏ I ୟୁ ଏଲ୍ ଟି ଆଧୁନିକ ଲେଖାକୁ ସ୍ଥାନଦେଇ ପ୍ରାଚୀନ ଲେଖାକୁ ପାଦଟୀକାରେ ଲେଖିଥାଏ I ଯଦି ବାଇବଲର କୌଣସି ଅନୁବାଦ ଏକ ସାଧାରଣ ଅଞ୍ଚଳରେ ସୀମିତ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣ ଗୁଡିକରେ ଥିବା ପାଠକୁ ବ୍ୟବହାର କରିବା ଉଚିତ I ଯଦି ନୁହେ, ଅନୁବାଦକ ମାନଙ୍କୁ ଆଧୁନିକ ପଠନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି I

  • “ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ, ଯେ ସର୍ବ ଶକ୍ତିମାନ୍, ସେହି ପ୍ରଭୁ ଈଶ୍ବର କହନ୍ତି, ଆମ୍ଭେ କ ଓ କ୍ଷ ଅଟୁ I” (୧:୮) କେତେକ ସଂସ୍କରଣ “ଆରମ୍ଭ ଓ ଶେଷ” ବାକ୍ୟାଂଶକୁ ଯୋଗ କରନ୍ତି I
  • “ପୁଣି ପ୍ରାଚୀନମାନେ ଉବୁଡ଼ହୋଇ ପ୍ରଣାମ କଲେ” (୫:୧୪ ) I କେତେକ ପ୍ରାଚୀନ ସଂସ୍କରଣରେ, ଚବିଶ ପ୍ରାଚୀନ ଉବୁଡ଼ହୋଇ ପ୍ରଣାମ କରି ଉପାସନା କଲେ ଯେ ଅନ୍ତନ୍ତକାଳ ଜୀବିତ ଅଟନ୍ତି I”
  • “ସେଥିରେ ତହିଁରୁ [ପୃଥିବୀର] ତୃତୀୟାଂଶ ଦଗ୍ଧ ହେଲା” (୮:୭) I କେତେକ ପୁରାତନ ସଂସ୍କରଣ ଏହି ବାକ୍ୟାଂଶକୁ ଯୋଗ କରନ୍ତି ନାହିଁ I
  • “ଯେ ବର୍ତ୍ତମାନ ଓ ଅତୀତରେ ଥିଲେ ”(୧୧:୧୭) I କେତେକ ସଂସ୍କରଣ “ଅତଏବ ଆଗମନ କରିବେ” ବାକ୍ୟାଂଶକୁ ଯୋଗ କରନ୍ତି I
  • “ସେମାନେ ନିର୍ଦ୍ଦୋଷ ଅଟନ୍ତି” (୧୪:୫) କେତେକ ସଂସ୍କରଣ “ଈଶ୍ବରଙ୍କ ସିଂହାସନ ସମ୍ମୁଖରେ” ବାକ୍ୟାଂଶ ଯୋଗ କରନ୍ତି (୧୪:୫) I
  • “ଯେ ବର୍ତ୍ତମାନ ଓ ଭୂତ, ଏକମାତ୍ର ପବିତ୍ର” (୧୬:୫) I କେତେକ ପୁରାତନ ସଂସ୍କରଣରେ, “ହେ ପ୍ରଭୁ, ଯେ ବର୍ତ୍ତମାନ, ଯେ ଭୂତ ଓ ଯେ ଭବିଷ୍ୟତ I”
  • “ଉଦ୍ଧାର ପ୍ରାପ୍ତ ଗୋଷ୍ଠୀସମୁହ ତହିଁର ସେହି ନଗରର ଆଲୋକରେ ଗମନାଗମନ କରିବେ I”
  • “ସେମାନେ ଧନ୍ୟ ଅଟନ୍ତି, ଯେଉଁମାନେ ଆପଣା ବସ୍ତ୍ର ଧୌତ କରନ୍ତି” (:୧୪) I କେତେକ ପୁରାତନ ସଂସ୍କରଣରେ, “ସେମାନେ ଧନ୍ୟ ଅଟନ୍ତି ଯେଉଁମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି I”
  • “ଈଶ୍ବର ଜୀବନବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବ” (:୧୯) I “କେତେକ ପୁରାତନ ସଂସ୍କରଣରେ, “ଈଶ୍ବର ଜୀବନ ପୁସ୍ତକ ଏବଂ ପବିତ୍ର ନଗରୀରୁ ତାହାର ଅଂଶ ଲୋପ କରିବେ I”

(ଦେଖ: rc://*/ta/man/translate/translate-textvariants)