or_tn/rev/16/intro.md

3.0 KiB

ପ୍ରକାଶିତ ବାକ୍ୟ ୧୬ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟ ୧୫ ଅଧ୍ୟାୟର ଦର୍ଶନକୁ ବର୍ଣ୍ଣନା କରିବା ଜାରି ରଖିଛି I ଏହି ଦୁଇ ଅଧ୍ୟାୟ ଏକତ୍ରଭାବରେ ଈଶ୍ବରଙ୍କ କ୍ରୋଧକୁ ସମ୍ପୂର୍ଣ୍ଣ କରୁଥିବା ସପ୍ତକ୍ଲେଶକୁ ବର୍ଣ୍ଣନା କରୁଛନ୍ତି I (ଦେଖ: rc://*/tw/dict/bible/kt/wrath)

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୫-୭ପଦରେ ତାହା କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

“ମୁଁ ମନ୍ଦିର ମଧ୍ୟରୁ ଏକ ଉଚ୍ଚ ସ୍ବର ଶୁଣିଲି”

ଏହା ସେହି ମନ୍ଦିର ଯାହା ୧୫ ଅଧ୍ୟାୟରେ ଉଲ୍ଲେଖିତ ହୋଇଛି I

ଈଶ୍ବରଙ୍କ କ୍ରୋଧର ସପ୍ତପାତ୍ର

ଏହି ଅଧ୍ୟାୟ ଭୟାନକ ଦଣ୍ଡକୁ ପ୍ରକାଶ କରେ I ସେଗୁଡିକୁ ଦୂତମାନେ ଈଶ୍ବରଙ୍କ କ୍ରୋଧର ସପ୍ତପାତ୍ରକୁ ଢାଳିବା ସଦୃଶ ଚିତ୍ରଣ କରାଯାଇଛି I (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାମାନ

ଏହି ଅଧ୍ୟାୟର ସ୍ବର ପାଠକଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ନିମନ୍ତେ ଉଦ୍ଦିଷ୍ଟ ଅଟେ I ଅନୁବାଦ ଗୁଡିକ ଏହି ଅଧ୍ୟାୟରେ ପ୍ରକାଶ କରାଯାଇଥିବା ଜୀବନ୍ତ ଭାଷାକୁ ନ୍ୟୂନୀକୃତ କରବା ଉଚିତ ନୁହଁ I

ହର୍ମିଗିଦ୍ଦୋନ୍

ଏହା ଏକ ଏବ୍ରୀୟ ଶବ୍ଦ ଅଟେ I ଏହା ଏକ ସ୍ଥାନର ନାମ ଅଟେ I ଯୋହନ ଏବ୍ରୀୟ ଶବ୍ଦର ଧ୍ବନିକୁ ବ୍ୟବହାର କରି ଗ୍ରୀକ୍ ଅକ୍ଷରରେ ସେଗୁଡିକୁ ଲେଖିଛନ୍ତି I ଅନୁବାଦକମାନଙ୍କୁ ଉତ୍ସାହିତ କରାଯାଏ ଯେ ସେମାନେ ଯେଉଁ ଭାଷାରେ ଅନୁବାଦ କରୁଛନ୍ତି, ସେହି ଭାଷାର ଶବ୍ଦଗୁଡିକୁ ବ୍ୟବହାର କରି ଏହା ଅନୁବାଦ କରନ୍ତୁ I (ଦେଖ: rc://*/ta/man/translate/translate-transliterate)