or_tn/rev/09/intro.md

4.8 KiB

ପ୍ରକାଶିତ ବାକ୍ୟ ୦୯ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟରେ, ଯୋହନ ବର୍ଣ୍ଣନା ଜାରି ରଖିଛନ୍ତି ଯେ ସପ୍ତ ତୂରୀଧ୍ବନି କଲାପରେ କଅଣ ଘଟିବ I (ଦେଖ: rc://*/ta/man/translate/writing-apocalypticwriting)

ସନ୍ତାପ

ପ୍ରକାଶିତ ବାକ୍ୟ ପୁସ୍ତକରେ ଯୋହନ ଅନେକ “ସନ୍ତାପ” ବର୍ଣ୍ଣନା କରୁଛନ୍ତି I ୮ମ ଅଧ୍ୟାୟର ଶେଷରେ ଘୋଷଣା କରାଯାଇ ଥିବା ତିନୋଟି “ସନ୍ତାପ”କୁ ଏହି ଅଧ୍ୟାୟ ବର୍ଣ୍ଣନା କରିବାକୁ ଆରମ୍ଭ କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ପଶୁର ରୂପକଳ୍ପ

ଏହି ଅଧ୍ୟାୟରେ ଅନେକ ପଶୁମାନଙ୍କର ବର୍ଣ୍ଣନା ଅଛି: ପଙ୍ଗପାଳ, ବିଚ୍ଛା, ଅଶ୍ବ, ସିଂହ ଓ ସର୍ପ I ପଶୁ ମାନେ ବିଭିନ୍ନ ଗୁଣ ବା ଚରିତ୍ର ପ୍ରକାଶ କରନ୍ତି I ଉଦାହରଣ ସ୍ବରୂପ, ଏକ ସିଂହ ଶକ୍ତିଶାଳୀ ଓ ବିପଦଜନକ ଅଟେ I ଯଦି ସମ୍ଭବ ହୁଏ, ଅନୁବାଦକମାନେ ସେହି ପଶୁମାନଙ୍କୁ ସେମାନଙ୍କ ଅନୁବାଦରେ ବ୍ୟବହାର କରିବା ଉଚିତ I ଯଦି ସେହି ପଶୁ ଅପରିଚିତ ଅଟେ, ତେବେ ଏକାଭଳି ଗୁଣ ବା ଚରିତ୍ର ଥିବା ପଶୁମାନଙ୍କୁ ବ୍ୟବହାର କରି ପାରିବେ I

ପାତାଳକୁଣ୍ଡ

ପ୍ରକାଶିତ ବାକ୍ୟ ପୁସ୍ତକରେ ଏହି ରୂପକଳ୍ପ ଅନେକ ଥର ବ୍ୟବହୃତ ହୋଇଛି I ଏହା ରକ୍ଷା ପାଇ ପାରୁନଥିବା ନରକର ଏକ ଚିତ୍ର ଓ ଏହାର ବିପରୀତ ଦିଗ ସ୍ବର୍ଗ ଅଟେ I (ଦେଖ: rc://*/tw/dict/bible/kt/hell)

ଅବଦ୍ଦୋନ୍ ଓ ଅପଲ୍ଲିୟୋନ୍

” ଅବଦ୍ଦୋନ୍” ଏକ ଏବ୍ରୀୟ ଶବ୍ଦ I “ଅପଲ୍ଲିୟୋନ୍” ଏକ ଗ୍ରୀକ୍ ଶବ୍ଦ I ଉଭୟ ଶବ୍ଦର ଅର୍ଥ “ବିନାଶକାରୀ” ଅଟେ I ଯୋହନ ଏବ୍ରୀ ଶବ୍ଦର ଧ୍ବନି ବ୍ୟବହାର କରି ସେଗୁଡିକୁ ଗ୍ରୀକ୍ ଅକ୍ଷରରେ ଲେଖିଲେ I ୟୁ ଏଲ୍ ଟି ଓ UST ଇଂରାଜୀ ଅକ୍ଷରରେ ଉଭୟ ଶବ୍ଦର ଧ୍ବନିକୁ ଲେଖୁଛନ୍ତି I ଅନୁବାଦକମାନଙ୍କୁ ଉତ୍ସାହିତ କରାଯାଏ ଯେ ସେମାନେ ଯେଉଁ ଭାଷାରେ ଅନୁବାଦ କରୁଛନ୍ତି, ତାହାକୁ ଦୃଷ୍ଟିରେ ରଖି ଏହି ଶବ୍ଦଗୁଡିକୁ ଅନୁବାଦ କରିବା ଆବଶ୍ୟକ I ମୂଳ ଗ୍ରୀକ୍ ପାଠକମାନେ “ଅପଲ୍ଲିୟୋନ୍”ର ଅର୍ଥ “ବିନାଶକାରୀ” ଭାବେ ବୁଝି ପାରିଥିବେ I ଏଥିପାଇଁ ଅନୁବାଦକ ଲେଖା ମଧ୍ୟରେ ବା ପାଦଟୀକାରେ ତାହାର ଅର୍ଥକୁ ସ୍ପଷ୍ଟ ଭାବରେ ବୁଝାଇବା ଆବଶ୍ୟକ I (ଦେଖ: rc://*/ta/man/translate/translate-transliterate)

ମନ ପରିବର୍ତ୍ତନ

ମହାନ୍ ଚିହ୍ନଗୁଡିକ ସତ୍ତ୍ବେ, ଲୋକମାନେ ମନ ପରିବର୍ତ୍ତନ ନକରି ପାପରେ ରହିଥିବା ବିଷୟ ବର୍ଣ୍ଣନା କରାଯାଇଛି I ୧୬ ଅଧ୍ୟାୟରେ ଲୋକମାନେ ମନ ପରିବର୍ତ୍ତନ କରିବାକୁ ଅଗ୍ରାହ୍ୟ କରିବା ବିଷୟ ମଧ୍ୟ ଉଲ୍ଲେଖ କରାଯାଇଛି I (ଦେଖ: [[rc:///tw/dict/bible/kt/repent]] ଓ [[rc:///tw/dict/bible/kt/sin]])

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଉପମା

ଯୋହନ ଏହି ଅଧ୍ୟାୟରେ ଅନେକ ଉପମା ବ୍ୟବହାର କରିଛନ୍ତି I ସେସବୁ ସେ ଆପଣା ଦର୍ଶନରେ ଦେଖିଥିବା ପ୍ରତିମୂର୍ତ୍ତିଗୁଡିକୁ ବର୍ଣ୍ଣନା କରିବାରେ ସାହାଯ୍ୟ କରିଥାଏ I (ଦେଖ: rc://*/ta/man/translate/figs-simile)