or_tn/rev/06/intro.md

3.3 KiB

ପ୍ରକାଶିତ ବାକ୍ୟ ୦୬ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ମେଷଶାବକ ପ୍ରଥମ ଛଅଗୋଟି ମୁଦ୍ରାକୁ ଭାଙ୍ଗିଲା ପରେ କଅଣ ଘଟିଲା, ତାହା ଲେଖକ ବର୍ଣ୍ଣନା କରୁଛନ୍ତି I ୮ମ ଅଧ୍ୟାୟ ପର୍ଯ୍ୟନ୍ତ ମେଷଶାବକ ସପ୍ତମ ମୁଦ୍ରା ଭାଙ୍ଗୁ ନାହାନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ସପ୍ତ ମୁଦ୍ରା

ଯୋହନଙ୍କ ସମୟରେ ରାଜା ଓ ଖ୍ୟାତିସମ୍ପନ୍ନ ଲୋକମାନେ ମୂଲ୍ୟବାନ୍ ଦଲିଲସବୁ ବଡ ବଡ କାଗଜ ଖଣ୍ଡରେ ଅବା ପଶୁ ଚମଡାରେ ଲେଖୁଥିଲେ I ତାପରେ ସେମାନେ ସେଗୁଡିକୁ ନଳାକାରଭାବରେ ମୋଡି ଅଠା ଦେଇ ମୁଦ୍ରାଙ୍କିତ କରି ରଖୁଥିଲେ, ଯେପରି ସେଗୁଡିକ ବନ୍ଦହୋଇ ସୁରକ୍ଷିତ ରହିବ I ଏକମାତ୍ର ବ୍ୟକ୍ତି ଯାହାଙ୍କ ନିମନ୍ତେ ଦଲିଲ ଲେଖା ଯାଇଥିଲା, ସେ ହିଁ କେବଳ ସେଥିର ମୁଦ୍ରା ଭାଙ୍ଗି ତାହା ଖୋଲିବା ନିମନ୍ତେ ଅଧିକାର ପ୍ରାପ୍ତ ହୋଇଥିଲେ I ଏହି ଅଧ୍ୟାୟରେ, ମେଷଶାବକ ମୁଦ୍ରାଗୁଡିକୁ ଫିଟାଉଛନ୍ତି I (ଦେଖ: rc://*/ta/man/translate/writing-apocalypticwriting)

ଚାରିଜଣ ଅଶ୍ବାରୋହୀ

ମେଷଶାବକ ପ୍ରଥମ ଚାରୋଟି ମୁଦ୍ରା ଫିଟାଉଥିବା ସମୟରେ, ଲେଖକ ଅଶ୍ବାରୋହୀମାନେ ବିଭିନ୍ନ ବର୍ଣ୍ଣର ଅଶ୍ବରେ ଚଢି ଯାଉଥିବା ବିଷୟ ବର୍ଣ୍ଣନା କରୁଛନ୍ତି I ଆରୋହୀମାନେ ପୃଥିବୀରେ କିପ୍ରକାର କ୍ଲେଶ ଘଟାଇବେ,ଅଶ୍ବଗୁଡିକର ବର୍ଣ୍ଣ ତାହା ନିଦର୍ଶନ ସ୍ବରୂପେ ପ୍ରକାଶ କରୁଥିବା ଜଣାପଡୁଛି I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ମେଷଶାବକ

ଏହା ଯୀଶୁଙ୍କୁ ବୁଝାଏ I ଏହି ଅଧ୍ୟାୟରେ, ଏହା ମଧ୍ୟ ଯୀଶୁଙ୍କ ନିମନ୍ତେ ଏକ ଶୀର୍ଷକ ଅଟେ I (ଦେଖ: [[rc:///tw/dict/bible/kt/lamb]] ଓ [[rc:///ta/man/translate/figs-explicit]])

ଉପମା

୧୨-୧୪ ପଦରେ, ଲେଖକ ଦର୍ଶନରେ ଦେଖିଥିବା ପ୍ରତିମୂର୍ତ୍ତିଗୁଡିକୁ ବର୍ଣ୍ଣନା କରିବା ନିମନ୍ତେ ଚେଷ୍ଟା କରିବାକୁ ଯାଇ କେତେକ ଉପମା ବ୍ୟବହାର କରୁଛନ୍ତି I ସେ ପ୍ରତିମୂର୍ତ୍ତିଗୁଡିକୁ ନିତିଦିନିଆ ବିଷୟଗୁଡିକ ସହିତ ତୁଳନା କରୁଛନ୍ତି I (ଦେଖ: rc://*/ta/man/translate/figs-simile)