or_tn/rev/04/intro.md

4.8 KiB

ପ୍ରକାଶିତ ବାକ୍ୟ ୦୪ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୮ ଓ ୧୧ ପଦରେ ତାହା କରୁଅଛି I

ଯୋହନ ମଣ୍ଡଳୀଗୁଡିକୁ ପତ୍ର ଦ୍ବାରା ବର୍ଣ୍ଣନା କରିବା ଶେଷ କରୁଛନ୍ତି I ସେ ବର୍ତ୍ତମାନ ଈଶ୍ବର ତାହାଙ୍କୁ ଦେଖାଇଥିବା ଏକ ଦର୍ଶନ ବର୍ଣ୍ଣନା କରିବା ଆରମ୍ଭ କରନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ହୀରା, ମାଣିକ୍ୟ ଓ ମରକତ ମଣି

ଏହି ଶବ୍ଦସବୁ ଯୋହନଙ୍କ ସମୟରେ ଲୋକମାନେ ବହୁମୂଲ୍ୟ ସଦୃଶ ବିବେଚନା କରୁଥିବା ବିଶେଷ ପ୍ରକାର ପ୍ରସ୍ତରଗୁଡିକୁ ବୁଝାଏ I ଯଦି ତୁମ ସଂସ୍କୃତିର ଲୋକମାନେ ଏହି ବିଶେଷ ପ୍ରକାର ପ୍ରସ୍ତର ଗୁଡିକୁ ବହୁମୂଲ୍ୟ ବୋଲି ବିବେଚନା କରନ୍ତି ନାହିଁ, ତେବେ ଏହି ଶବ୍ଦଗୁଡିକୁ ଅନୁବାଦ କରିବା ତୁମ ପାଇଁ କଷ୍ଟକର ହେବ I

ଚବିଶ ପ୍ରାଚୀନ

ପ୍ରାଚୀନମାନେ ମଣ୍ଡଳୀର ଅଧକ୍ଷଗଣ ଅଟନ୍ତି I ଚବିଶ ପ୍ରାଚୀନ ହୁଏତ ସବୁ ଯୁଗର ସମୁଦାୟ ମଣ୍ଡଳୀର ସଂକେତ ସ୍ବରୂପ ଅଟନ୍ତି I ପୁରାତନ ନିୟମରେ ଇଶ୍ରାୟେଲର ବାର ଗୋଷ୍ଠୀ ଥିଲେ ଓ ନୂତନ ନିୟମର ମଣ୍ଡଳୀରେ ବାର ଜଣ ପ୍ରେରିତ ଥିଲେ I (ଦେଖ: rc://*/ta/man/translate/writing-apocalypticwriting)

ଈଶ୍ବରଙ୍କ ସପ୍ତ ଆତ୍ମା

ଏହି ଆତ୍ମା ସବୁ ପ୍ରକାଶିତ ବାକ୍ୟ ୧:୪ର ସପ୍ତ ଆତ୍ମା ଅଟନ୍ତି I

ଈଶ୍ବରଙ୍କୁ ଗୌରବ ଦେବା

ଈଶ୍ବରଙ୍କ ଗୌରବ ଈଶ୍ବରଙ୍କଠାରେ ଥିବା ମହା ସୌନ୍ଦର୍ଯ୍ୟ ଓ ଜ୍ୟୋତିର୍ମୟ ପରାକ୍ରମକୁ ବୁଝାଏ, କାରଣ ସେ ଈଶ୍ବର ଅଟନ୍ତି I ଅନ୍ୟ ବାଇବଲ ଲେଖକମାନେ ଏହାକୁ ବର୍ଣ୍ଣନା କରନ୍ତି ଯେପରି ଏହା ଅତି ଚମକପ୍ରଦ ଯେକେହି ଏହାକୁ ଦେଖି ପାରିବେ ନାହିଁ I କେହି ଏହି ପ୍ରକାର ଗୌରବ ଈଶ୍ବରଙ୍କୁ ଦେଇ ପାରିବେ ନାହିଁ, କାରଣ ଏହା ସର୍ବଦା ତାଙ୍କରି ଅଟେ I ଯେତେବେଳେ ଲୋକମାନେ ଈଶ୍ବରଙ୍କୁ ଗୌରବ ଦିଅନ୍ତି ବା ଯେତେବେଳେ ଈଶ୍ବର ଗୌରବ ଗ୍ରହଣ କରନ୍ତି, ଲୋକମାନେ କହନ୍ତି ଯେ ଈଶ୍ବରଙ୍କର ଗୌରବ ଅଛି, ଯାହା କେବଳ ତାହାଙ୍କର ଅଟେ; ତାହା ଠିକ୍, କାରଣ ଈଶ୍ବରଙ୍କର ସେହି ଗୌରବ ଅଛି, ଏବଂ ଲୋକମାନେ ତାହାଙ୍କ ଉପାସନା କରିବା ଉଚିତ, କାରଣ ତାହାଙ୍କର ସେହି ଗୌରବ ଅଛି I (ଦେଖ: [[rc:///tw/dict/bible/kt/glory]] ଓ [[rc:///tw/dict/bible/kt/worthy]] ଓ rc://*/tw/dict/bible/kt/worship)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

କଷ୍ଟକର ପ୍ରତିକୃତି

ଯେପରି ସିଂହାସନ ମଧ୍ୟରୁ ବିଦ୍ୟୁତ୍ ନିର୍ଗତ ହେଉଅଛି, ପ୍ରଦୀପ ସବୁ ଯାହା ଆତ୍ମାଗଣ ଓ ସିଂହାସନ ସମ୍ମୁଖରେ ସମୁଦ୍ର; ଏଗୁଡିକ କଳ୍ପନା କରିବା କଷ୍ଟକର ଓ ଏଥିପାଇଁ ଏଗୁଡିକ ନିମନ୍ତେ ବ୍ୟବହୃତ ହୋଇଥିବା ଶବ୍ଦଗୁଡିକୁ ଅନୁବାଦ କରିବା କଷ୍ଟକର ଅଟେ I (ଦେଖ: rc://*/ta/man/translate/writing-apocalypticwriting)