or_tn/rev/02/intro.md

38 lines
5.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ପ୍ରକାଶିତ ବାକ୍ୟ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି
ଓ ୩ ଅଧ୍ୟାୟକୁ ମିଳିତଭାବେ “ସପ୍ତ ମଣ୍ଡଳୀକୁ ସପ୍ତପତ୍ର” କୁହାଯାଏ I ତୁମେମାନେ ହୁଏତ ପ୍ରତ୍ୟେକ ପତ୍ରକୁ ପୃଥକ୍ କରି ପାର I ପାଠକମାନେ ସେଗୁଡିକୁ ସହଜରେ ପୃଥକ୍ ପତ୍ରଭାବରେ ଦେଖି ପାରିବେ I
କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତ ବାକ୍ୟଗୁଡିକୁ ସହଜରେ ପଢ଼ିବା ନିମନ୍ତେ ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୨୭ ପଦରେ ଉଦ୍ଧୃତ ହୋଇଥିବା ବିଷୟକୁ ୟୁ ଏଲ୍ ଟି ଏପରି କରୁଅଛି I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଦୀନତା ଓ ଧନ
ସ୍ମୁର୍ଣ୍ଣା ମଣ୍ଡଳୀର ଖ୍ରୀଷ୍ଟିୟାନମାନେ ଗରିବ ଥିଲେ କାରଣ ସେମାନଙ୍କ ପାଖରେ ବେଶୀ ଅର୍ଥ ନଥିଲା I କିନ୍ତୁ ସେମାନେ ଆତ୍ମିକ ଧନବାନ୍ ଥିଲେ କାରଣ ଈଶ୍ବର ସେମାନଙ୍କୁ ସେମାନଙ୍କ କ୍ଲେଶଭୋଗ ନିମନ୍ତେ ପୁରସ୍କାର ଦେବେ I (ଦେଖ: [[rc://*/tw/dict/bible/kt/spirit]])
### “ଶୟତାନ ଉଦ୍ୟତ ଅଟେ”
ଲୋକମାନେ ସ୍ମୁର୍ଣ୍ଣା ମଣ୍ଡଳୀର କେତେକ ଖ୍ରୀଷ୍ଟିୟାନମାନଙ୍କୁ କାରାଗାରରେ ନିକ୍ଷେପ କରି, ଏପରିକି, କେତେକଙ୍କୁ ବଧ କରିବାକୁ ଉଦ୍ୟତ ଥିଲେ ([ପ୍ରକାଶିତ ବାକ୍ୟ :୧୦](../../rev/02/10.md))I ଏହି ଲୋକମାନେ କିଏ ଥିଲେ, ଯୋହନ ତାହା କହନ୍ତି ନାହିଁ I କିନ୍ତୁ ଶୟତାନ ନିଜେ ସେମାନଙ୍କୁ କ୍ଲେଶ ଦେବା ସଦୃଶ ସେମାନେ ଖ୍ରୀଷ୍ଟିୟାନମାନଙ୍କୁ କ୍ଲେଶ ଦେଉଥିଲେ I (ଦେଖ: [[rc://*/ta/man/translate/figs-metonymy]])
### ବିଲିୟମ, ବାଲାକ ଓ ଯିଜେବଲ
ଯୀଶୁଙ୍କ ଜନ୍ମର ବହୁ ପୂର୍ବରୁ ବିଲିୟମ, ବାଲାକ ଓ ଯିଜେବଲ ବାସ କରୁଥିଲେ I ସେମାନେ ଅଭିଶାପ ଦ୍ବାରା ହେଉ କିମ୍ବା ଈଶ୍ବରଙ୍କ ଆଜ୍ଞା ପାଳନ କରିବାରୁ ନିବୃତ୍ତ କରାଇବା ଦ୍ବାରା ହେଉ, ଇଶ୍ରାୟେଲୀୟମାନଙ୍କ ଅନିଷ୍ଟ କରିବାକୁ ଚେଷ୍ଟା କରୁଥିଲେ I
ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### “ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ଶୁଣୁ”
ଲେଖକ ଜାଣିଥିଲେ ଯେ ତାହାଙ୍କର ପ୍ରାୟ ସମସ୍ତ ପାଠକମାନଙ୍କ ଶାରୀରିକ କର୍ଣ୍ଣ ଅଛି I ଏଠାରେ କର୍ଣ୍ଣ ରୂପକ ଭାବରେ ଈଶ୍ବର ଯାହା କହୁଛନ୍ତି ତାହା ଶୁଣିବା ନିମନ୍ତ ଇଚ୍ଛା କରିବା ବିଷୟକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])
## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### “ମଣ୍ଡଳୀର ଦୂତ”
ଏଠାରେ ”ଦୂତ” ଶବ୍ଦ “ବାର୍ତ୍ତାବାହକ”ଙ୍କୁ ମଧ୍ୟ ବୁଝାଇ ପାରେ I ଏହା ମଣ୍ଡଳୀର ବାର୍ତ୍ତାବାହକ ବା ଅଧକ୍ଷଙ୍କୁ ବୁଝାଇ ପାରେ I ଦେଖ ତୁମେ “ଦୂତ” ଶବ୍ଦକୁ କିପରି[ପ୍ରକାଶିତ ବାକ୍ୟ ୧:](../../rev/01/20.md)ରେ ଅନୁବାଦ କରିଅଛ I
### “ଯେ ଅଛନ୍ତି, ତାହାଙ୍କ ବାକ୍ୟସମୂହ”
ଏହି ଶବ୍ଦ ଥିବା ପଦଗୁଡିକ ଅନୁବାଦ କରିବା କଷ୍ଟକର ହୋଇପାରେ I ସେଗୁଡିକ ପୂର୍ଣ୍ଣ ବାକ୍ୟ ହୋଇ ନପାରେ I ତୁମେ ଏହି ପଦଗୁଡିକର ଆରମ୍ଭରେ “ଏହିସବୁ” ଶବ୍ଦ ସଂଯୁକ୍ତ କରିବା ଆବଶ୍ୟକ ହୋଇପାରେ I ଯୀଶୁ ମଧ୍ୟ ଯେପରି ଅନ୍ୟଜଣକୁ କହୁଥିବା ପରି, ଆପଣାକୁ ବୁଝାଇବା ନିମନ୍ତେ ଏହି ବାକ୍ୟଗୁଡିକ ବ୍ୟବହାର କରିଥିଲେ I ତୁମ ଭାଷା ହୁଏତ ଯେପରି ଅନ୍ୟମାନଙ୍କୁ କହୁଥିବା ପରି ଆପଣା ଆପଣାକୁ ବୁଝାଇବା ସକାଶେ ଅନୁମତି ଦେଇ ନପାରେ I ଯୀଶୁ [ପ୍ରକାଶିତ ବାକ୍ୟ ୧:୧୭](../../rev/01/17.md)ରେ କହିବାକୁ ଆରମ୍ଭ କଲେ I ସେ ୩ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ କହି ଚାଲିଛନ୍ତି I