or_tn/phm/01/01.md

2.9 KiB

General Information:

ପାଉଲ ଏହି ପତ୍ରର ଲେଖକଭାବରେ ଆପଣାକୁ ତିନିଥର ପରିଚୟ ଦିଅନ୍ତି I ଏହା ସ୍ପଷ୍ଟରୁପେ ଜଣାପଡେ ଯେ ତୀମଥି ତାହାଙ୍କ ସହିତ ଥିଲେ ଓ ସମ୍ଭବତଃ ସେ ପାଉଲ କହୁଥିବା ପ୍ରକାରେ ପତ୍ର ଲେଖିଥିଲେ I ପାଉଲ ଅନ୍ୟମାନଙ୍କୁ ନମସ୍କାର ଜଣାଉଛନ୍ତି, ଯେଉଁମାନେ ଫିଲୀମୋନଙ୍କ ଗୃହରେ ମଣ୍ଡଳୀଭାବରେ ଏକତ୍ର ହେଉଥିଲେ I “ମୁଁ,” “ମୋତେ” ଓ “ମୋହର” ଉଲ୍ଲେଖଥିବା ସମସ୍ତ ବ୍ୟବହୃତ ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I ଫିଲୀମୋନ ମୁଖ୍ୟ ବ୍ୟକ୍ତି ଥିଲେ ଯାହାଙ୍କ ନିକଟକୁ ଏହି ପତ୍ର ଲେଖା ଯାଇଥିଲା I “ତୁମ୍ଭେ” ଓ “ତୁମ୍ଭର” ଉଲ୍ଲେଖ ଥିବା ସମସ୍ତ ଶବ୍ଦଗୁଡିକ ତାହାଙ୍କୁ ବୁଝାଏ ଓ ସୂଚାଇ ନଥିଲେ ତାହା କେବଳ ଏକବଚନ ଅଟେ I (ଦେଖ: rc://*/ta/man/translate/figs-you)

Paul, a prisoner of Christ Jesus, and the brother Timothy to Philemon

ତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ପରିଚୟ ଦେବା ନିମନ୍ତେ କୌଣସି ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ମୁଁ, ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ, ଓ ଆମ୍ଭମାନଙ୍କ ଭ୍ରାତା ତୀମଥି, ଫିଲୀମୋନ ନିକଟକୁ ଏହି ପତ୍ର ଲେଖୁଅଛୁ” (ଦେଖ: rc://*/ta/man/translate/figs-exclusive)

a prisoner of Christ Jesus

ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ଜଣେ ବନ୍ଦୀ I ପାଉଲଙ୍କର ପ୍ରଚାରକୁ ବିରୋଧ କରୁଥିବା ଲୋକମାନେ ତାହାଙ୍କୁ ବନ୍ଦୀଶାଳାରେ ରଖି ତାହାଙ୍କୁ ଦଣ୍ଡ ଦେଉଥିଲେ I

brother

ଏଠାରେ ଏହାର ଅର୍ଥ ଜଣେ ସହ ଖ୍ରୀଷ୍ଟିୟାନ I

our dear friend

ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

and fellow worker

ଯେ କି, ଆମ୍ଭମାନଙ୍କ ସଦୃଶ ସୁସମାଚାର ପ୍ରଚାର କାର୍ଯ୍ୟ କରନ୍ତି