or_tn/mrk/front/intro.md

66 lines
17 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ମାର୍କ ଲିଖିତ ସୁସମାଚାରର ପରିଚୟ
## ଭାଗ ୧: ସାଧାରଣ ପରିଚୟ
### ମାର୍କ ଲିଖିତ ସୁସମାଚାରର ରୁପରେଖ
୧. ପରିଚୟ (୧:୧-୧୩)
୧. ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟ
- ପ୍ରାରମ୍ଭିକ ସେବାକାର୍ଯ୍ୟ (୧:୧୪-୩:୬)
- ଯୀଶୁ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୁଅନ୍ତି (୩:୭-୫:୪୩)
- ଗଲିଲୀରୁ ପ୍ରସ୍ଥାନ ଓ ପ୍ରତ୍ୟାବର୍ତ୍ତନ (୬:୧-୮:୨୬)
୧. ଯିରୁଶାଲମ ଅଭିମୁଖେ ଯାତ୍ରା, ଯୀଶୁ ତାହାଙ୍କ ମୃତ୍ୟୁ ସମ୍ବନ୍ଧରେ ବାରମ୍ବାର ଭବିଷ୍ୟବାଣୀର ପୁନରାବୃତ୍ତି କରୁଛନ୍ତି; ଶିଷ୍ୟମାନେ ତାହାଙ୍କୁ ଭୁଲ ବୁଝନ୍ତି, ଏବଂ ଯୀଶୁଙ୍କୁ ଅନୁକରଣ କରିବା କେଡେ କଷ୍ଟକର ତାହା ସେମାନଙ୍କୁ ଶିକ୍ଷା ଦେଉଥିଲେ (୮:୨୭-୧୦:୫୨)
୧. ସେବାକାର୍ଯ୍ୟର ଅନ୍ତିମ ପର୍ଯ୍ୟାୟ ଓ ଯିରୁଶାଲମରେ ଅନ୍ତିମ କ୍ଲେଶ ନିମନ୍ତେ ପ୍ରସ୍ତୁତି (୧୧:୧ ୧୩:୩୭)
୧.ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ଶୁନ୍ୟ ସମାଧି (୧୪:୧-୧୬:୮)
### ମାର୍କ ଲିଖିତ ସୁସମାଚାର କାହା ସମ୍ବନ୍ଧରେ ପ୍ରକାଶ କରେ ?
ନୁତନ ନିୟମର ଚାରି ସୁସମାଚାର ମଧ୍ୟରୁ ମାର୍କ ଲିଖିତ ସୁସମାଚାର ଅନ୍ୟତମ ଅଟେ ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନୀରୁ କିଛି ଅଂଶ ବର୍ଣ୍ଣନା କରାଯାଇଅଛି I ସୁସମାଚାରର ଲେଖକମାନେ ଯୀଶୁ କିଏ ଓ ସେ କ’ଣ ସବୁ କରିଛନ୍ତି ସେ ସମ୍ବନ୍ଧରେ ବିଭିନ୍ନ ଦୃଷ୍ଟିକୋଣରୁ ଲେଖିଛନ୍ତି I ମାର୍କ ଅଧିକାଂଶ ଯୀଶୁ କିପରି ଦୁଖଭୋଗ କଲେ ଓ କୃଶିୟ ମୃତ୍ୟୁ ଭୋଗ କଲେ ସେ ସମ୍ବନ୍ଧରେ ଲେଖିଛନ୍ତି I ସେ ଏହିସବୁ ବିଷୟ ତାହାଙ୍କ ତାଡ଼ନାପ୍ରାପ୍ତ ପାଠକମାନଙ୍କୁ ଉତ୍ସାହିତ କରିବା ପାଇଁ କରିଥିଲେ I ମାର୍କ ମଧ୍ୟ ଅରାମିୟ ଶବ୍ଦାବଳୀ ଏବଂ ଈହୁଦୀ ପ୍ରଥାଗୁଡିକର ବ୍ୟାଖ୍ୟା ପ୍ରଦାନ କରିଛନ୍ତି I ଏହା ସୁଚିତ କରେ ଯେ ମାର୍କଙ୍କ ପ୍ରଥମ ପାଠକମାନେ ବିଜାତିମାନେ ହେବା ଅନୁମାନ କରାଯାଏ I
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ ?
ଅନୁବାଦକମାନେ ହୁଏତ ଏହାର
ପାରମ୍ପରିକ ଶୀର୍ଷକ ’’ମାର୍କ ଲିଖିତ ସୁସମାଚାର” କିମ୍ବା “ମାର୍କଙ୍କ ଅନୁସାରେ ସୁସମାଚାର” ମନୋନିତ କରିଥାଇ ପାରନ୍ତି I ସେମାନେ ମଧ୍ୟ ଏକ ସ୍ପଷ୍ଟ ନାମ ମନୋନୀତ କରିଥାଇ ପାରନ୍ତି, ଯେପରିକି “ଯୀଶୁଙ୍କ ବିଷୟରେ ଶୁଭ ସୁସମାଚାର ଯାହା ମାର୍କଙ୍କ ଦ୍ଵାରା ଲିଖିତ ହୋଇଛି” (ଦେଖ: [[rc://*/ta/man/translate/translate-names]]
### ମାର୍କ ଲିଖିତ ସୁସମାଚାର କିଏ ଲେଖିଛନ୍ତି ?
ଏହି ପୁସ୍ତକ ଲେଖକଙ୍କ ନାମ ଉଲ୍ଲେଖ କରେନାହିଁ | ଯାହହେଉ, ଯେହେତୁ ପ୍ରାଚୀନ ଖ୍ରୀଷ୍ଟିୟାନମାନଙ୍କ ସମୟରେ, ଅଧିକାଂଶ ଖ୍ରୀଷ୍ଟିୟାନମାନଙ୍କ ଚିନ୍ତାଧାରାରେ ମାର୍କ ଲେଖକ ଥିଲେ I ମାର୍କ ମଧ୍ୟ ଯୋହନ ମାର୍କ ଭାବେ ପରିଚିତ ଥିଲେ I. ସେ ପିତରଙ୍କ ଅନ୍ତରଂଗ ବନ୍ଧୁ ଥିଲେ I ମାର୍କ ହୁଏତ ଯୀଶୁ କ’ଣ କହୁଥିଲେ ଏବଂ କରୁଥିଲେ ତାହାର ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ I କିନ୍ତୁ ବାଇବଲ ପଣ୍ଡିତମାନେ ଭାବନ୍ତି ଯେ ମାର୍କ ତାହାଙ୍କ ସୁସମାଚାର ଲେଖିଛନ୍ତି ଯାହା ଯୀଶୁଙ୍କ ସମ୍ବନ୍ଧରେ ପିତର ତାହାଙ୍କୁ କହିଥିଲେ
## ଭାଗ : ଗୁରୁତ୍ବପୂର୍ଣ୍ଣ ଧାର୍ମିକ ଓ ସାଂସ୍କୃତିକ ଧାରଣା
### ଯୀଶୁଙ୍କ ଶିକ୍ଷାର ପ୍ରଣାଳୀ କ’ଣ ଥିଲା ?
ଲୋକମାନେ ଯୀଶୁଙ୍କୁ ଜଣେ ଗୁରୁ ଭାବେ ସମ୍ମାନ କରୁଥିଲେ I ଜଣେ ଗୁରୁ ବ୍ୟବସ୍ଥାର ଶିକ୍ଷକ ଅଟନ୍ତି I ଯୀଶୁ ଇସ୍ରାଏଲର ଅନ୍ୟ ଧାର୍ମିକ ଶିକ୍ଷକମାନଙ୍କ ପରି ଶିକ୍ଷା ଦେଉଥିଲେ I ତାହାଙ୍କର ଛାତ୍ରମାନେ ଥିଲେ ଯେଉଁମାନେ ତାହାଙ୍କୁ ସର୍ବତ୍ର ଅନୁସରଣ କରୁଥିଲେ ଯେଉଁଆଡେ ସେ ଯାଉଥିଲେ I ସେହି ଛାତ୍ରମାନଙ୍କୁ ଶିଷ୍ୟ ବୋଲି କହୁଥିଲେ I ସେ ସର୍ବଦା ଦୃଷ୍ଟାନ୍ତ କହୁଥିଲେ I ଦୃଷ୍ଟାନ୍ତ ଗୁଡିକ କାହାଣୀ ଯାହା ନୈତିକ ଶିକ୍ଷା ଦିଏ I (ଦେଖ: [[rc://*/tw/dict/bible/kt/lawofmoses]] ଓ [[rc://*/tw/dict/bible/kt/disciple]] ଓ [[rc://*/tw/dict/bible/kt/parable]])
## ଭାଗ ୩: ଗୁରୁତ୍ବପୁର୍ଣ୍ଣ ଅନୁବାଦ ସମସ୍ୟା
### ସମତୁଲ୍ୟ ସୁସମାଚାର କ’ଣ ଅଟନ୍ତି ?
ମାଥିଉ, ମାର୍କ ଓ ଲୁକ ସୁସମାଚାରକୁ ସମତୁଲ୍ୟ ସୁସମାଚାର କୁହାଯାଏ କାରଣ ସେମାନଙ୍କର ଅଧିକାଂଶ ଶାସ୍ତ୍ରଂଶ ସମାନ ଅଟନ୍ତି I “ସମତୁଲ୍ୟ” ଶବ୍ଦର ଅର୍ଥ “ଏକତ୍ର ଦେଖିବା”
ଶାସ୍ତ୍ରଂଶ “ସମାନ୍ତରାଳ” ଅନୁମାନ କରାଯାଏ ଯେତେବେଳେ ସେଗୁଡିକ ସମାନ କିମ୍ବା ଦୁଇଟି କିମ୍ବା ତିନିଟି ସୁସମାଚାରରେ ସମାନ ପରିଲକ୍ଷିତ ହୁଏ I ଯେତେବେଳେ ସମାନ୍ତରାଳ ଶାସ୍ତ୍ରଂଶକୁ ଅନୁବାଦ କରାଯାଏ, ଅନୁବାଦକମାନେ ଯଥା ସମ୍ଭବ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଓ ସେଗୁଡିକ ସମାନତା ରଖିବା ନିମନ୍ତେ ପ୍ରୟାସ କରିବା ଆବଶ୍ୟକ I
### କାହିଁକି ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ସମ୍ବୋଧନ କରୁଥିଲେ ?
ସୁସମାଚାରରେ, ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” କହନ୍ତି. ଏହା ଦାନିଏଲ ୭:୧୩-୧୪ର ସୁଚନା ଅଟେ. ଏହି ଶାସ୍ତ୍ରଂଶରେ ଜଣେ ବ୍ୟକ୍ତିଙ୍କୁ “ମନୁଷ୍ୟ ପୁତ୍ର” ଭାବେ ବର୍ଣ୍ଣନା କରାଯାଇଛି I ତାହାର ଅର୍ଥ ସେହି ବ୍ୟକ୍ତି ଜଣେ ମନୁଷ୍ୟ ପରି ଦେଖାଯିବ I ଈଶ୍ବର ମନୁଷ୍ୟ ପୁତ୍ରଙ୍କୁ ଅନନ୍ତକାଳ ସମଗ୍ର ଜାତିକୁ ଶାସନ କରିବା ନିମନ୍ତେ ଅଧିକାର ଦେଇଛନ୍ତି I ଏବଂ ସମସ୍ତ ଜାନୁ ସର୍ବଦା ତାହାଙ୍କୁ ଉପାସନା କରିବେ I
ଯୀଶୁଙ୍କ ସମୟରେ ଯିହୁଦୀମାନେ “ମନୁଷ୍ୟ ପୁତ୍ର” ଜଣକର ଉପାଧି ଭାବେ ବ୍ୟବହାର କରୁ ନଥିଲେ I ସେଥିପାଇଁ, ଯୀଶୁ ନିଜ ପାଇଁ ଏହା ବ୍ୟବହାର କଲେ ସେ ପ୍ରକୃତରେ କିଏ ବୋଲି ସେମାନେ ଯେପରି ଜାଣିବେ I (ଦେଖ: [[rc://*/tw/dict/bible/kt/sonofman]])
“ମନୁଷ୍ୟ ପୁତ୍ର” ଶୀର୍ଷକ ଅନୁବାଦ କରିବା ଅନେକ ଭାଷାରେ ହୁଏତ କଷ୍ଟକର ହୋଇପାରେ I ପାଠକମାନେ ହୁଏତ ଆକ୍ଷରିକ ଅନୁବାଦ ବୁଝି ନପାରନ୍ତି I ତେଣୁ ଅନୁବାଦକ ହୁଏତ ବିକଳ୍ପ ଅନୁବାଦ ବିଷୟରେ ଚିନ୍ତା କରିବା ଉଚିତ, ଯେପରିକି “ଜଣେ ମନୁଷ୍ୟ” I ଏହା ମଧ୍ୟ ହୁଏତ ଶୀର୍ଷକ ବ୍ୟାଖ୍ୟା କରିବା ନିମନ୍ତେ ଏକ ପଦଟିକା ସମ୍ପୃକ୍ତ କରି ସାହାଯ୍ୟ କରିବ I
### କାହିଁକି ମାର୍କ ବାରମ୍ବାର ଅଳ୍ପ ସମୟକୁ ଇଂଗିତ କରିବା ନିମନ୍ତେ ସର୍ବଦା ଏହି ଶୀର୍ଷକ ବ୍ୟବହର କରୁଛନ୍ତି I ମାର୍କ ଲିଖିତ ସୁସମାଚାର “ସେହିକ୍ଷଣି” ଶବ୍ଦ ୪୨ ଥର ବ୍ୟବହାର କରିଛନ୍ତି I ମାର୍କ ଘଟଣାବଳୀଗୁଡିକୁ ଆହୁରି ଅର୍ଥପୁର୍ଣ୍ଣ ଓ ଜୀବନ୍ତ କରିବା ନିମନ୍ତେ ଏପରି କରିଛନ୍ତି I ଏହା ପାଠକମାନଙ୍କୁ ଗୋଟିଏ ଘଟଣାରୁ ଅନ୍ୟ ଘଟଣାକୁ ଶୀଘ୍ର ବୁଝିବା ନିମନ୍ତେ ସାହାଯ୍ୟ କରେ I
### ମାର୍କ ଲିଖିତ ସୁସମାଚାରରେ କ’ଣସବୁ ମୁଖ୍ୟ ସମସ୍ୟାଗୁଡିକ ରହିଛି ?
ନିମ୍ନୋକ୍ତ ପଦଗୁଡିକ ବାଇବଲର ପୁରାତନ ସଂସ୍କରଣରେ ମିଳେ କିନ୍ତୁ ଆଧୁନିକ ସଂସ୍କରଣରେ ସେଗୁଡିକ ଯୋଗ କରାଯାଇ ନାହିଁ I ଅନୁବାଦକମାନଙ୍କୁ ସେହି ପଦଗୁଡିକୁ ଯୁକ୍ତ ନକରିବା ନିମନ୍ତେ ପରାମର୍ଶ ଦିଆଯାଇଛି I ଯାହାହେଉ, ଯଦି ଅନୁବାଦକଙ୍କ ଅଞ୍ଚଳରେ, ବାଇବଲର ପୁରାତନ ସଂସ୍କରଣ ଥାଏ ତେବେ ସେଥି ମଧ୍ୟରୁ ଗୋଟିଏ କିମ୍ବା ତତ୍ଟୋଧିକ ସଂଯୁକ୍ତ କରି ପାରିବେ I ଯଦି ସେଗୁଡିକ ସଂଯୁକ୍ତ କରାଯାଏ, ସେଗୁଡିକ ସୁଚିତ କରିବା ନିମନ୍ତେ ବର୍ଗବନ୍ଧନୀ ([]) ମଧ୍ୟରେ ରଖିବା ଉଚିତ ଯେ ସେଗୁଡିକ ସମ୍ଭବତଃ ମାର୍କ ଲିଖିତ ସୁସମାଚାରର ମୁଳ ଭାଷା ନୁହେଁ I
* ”ଯାହାର କାନ ଅଛି ସେ ଶୁଣୁ” (୭:୧୬)
* “କାରଣ ନରକରେ ସେମାନଙ୍କର କିଟ କ୍ଷୟ ପାଏ ନାହିଁ , ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ “ (୯:୪୬)
* “ସେଥିରେ ଧର୍ମ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା ଯାହା ପ୍ରକାଶ କରେ , ସେ ଅଧାର୍ମିକମାନଙ୍କ ସହିତ ଗଣନା ହେଲେ” (୧୫:୨୮)
ନିମ୍ନୋକ୍ତ ଶାସ୍ତ୍ରଂଶଗୁଡିକ ଆଦ୍ୟ ପାଣ୍ଡୁଲିପିରେ ମିଳେ ନାହିଁ. ଅଧିକାଂଶ ବାଇବଲ ଏହି ଶାସ୍ତ୍ରଂଶକୁ ଯୋଗ କରିଥାନ୍ତି, କିନ୍ତୁ ଆଧୁନିକ ବାଇବଲ ବର୍ଗବନ୍ଧନୀ ([]) ମଧ୍ୟରେ ଏହାକୁ ରଖିଥାଏ କିମ୍ବା ଯେକୌଣସି ଉପାୟରେ ଏହାକୁ ସୁଚିତ କରେ ଯେ ଏହି ଶାସ୍ତ୍ରଂଶ ମାର୍କ ସୁସମାଚାର ମୁଳ ଭାଷାରେ ନାହିଁ I ଅନୁବାଦକମାନଙ୍କୁ ଉପଦେଶ ଦିଆ ଯାଉଛି କି ସେମାନେ ଆଧୁନିକ ସଂସ୍କରଣ ବାଇବଲ ପରି କିଛି ସମାନ କରନ୍ତୁ I
* ”ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ, ସେ ପୁନରୁତଥାନ କରି, ଯାହାଙ୍କଠାରୁ ସାତ ଭୁତ ଛଡାଇ ଥିଲେ ସେହି ମଗଦଲିନ ମରିୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ. ସେ ଯାଇ, ପ୍ରେରିତମାନେ ତାହାଙ୍କ ସଂଗୀ ହୋଇଥିଲେ, ସେମାନଙ୍କୁ ସମ୍ବାଦ ଦେଲେ, ସେମାନେ ଶୋକ ଓ ରୋଦନ କରୁଥିଲେ. ସେ ଯେ ଜୀବିତ ଅଟନ୍ତି ଓ ତାହାଙ୍କୁ ଦର୍ଶନ ଦେଇଛନ୍ତି, ଏହା ଶୁଣି ସେମାନେ ବିଶ୍ଵାସ କଲେ ନାହିଁ I ଏହି ସମସ୍ତ ଘଟଣା ପରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋଟିଏ ପଲ୍ଲୀ ଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୁପରେ ସେମାନଙ୍କୁ ଦର୍ଶନ ଦେଲେ. ପୁଣି ସେମାନେ ଯାଇ ଅନ୍ୟ ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ, କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ବାସ କଲେ ନାହିଁ I ଏଥିଉତ୍ତାରେ ଏକାଦଶ ଶିଷ୍ୟ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ବାସ ଓ ହୃଦୟର ଜଡତା ହେତୁ ସେମାନଙ୍କୁ ଅନୁଯୋଗ କଲେ କାରଣ ଯେଉଁମାନେ ତାହାଙ୍କୁ ପୁନରୁତଥାନ ଦେଖୁଥିଲେ, ସେମାନଙ୍କ କଥା ବିଶ୍ବାସ କରୁ ନଥିଲେ. ସେଥିରେ ଯୀଶୁ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର. ଯେ ବିଶ୍ଵାସ କରି ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ, କିନ୍ତୁ ଯେ ଅବିଶ୍ଵାସ କରେ, ସେ ଦଣ୍ଡାଜ୍ଞା ପାଇବ I ଆଉ ବିଶ୍ଵାସୀମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ. ସେମାନେ ମୋ ନାମରେ ଭୁତ ଛଡାଇବେ, ସେମାନେ ନୁତନ ନୁତନ ଭାଷାରେ କଥା କହିବେ. ସେମାନେ ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ I ସେମାନେ ପିଡିତ ମାନଙ୍କ ଉପରେ ହସ୍ତ ଥୋଇଲେ, ସେମାନେ ସୁସ୍ଥ ହେବେ’ I ଏହି ରୁପେ ପ୍ରଭୁ ଯୀଶୁ କଥା କହିସାରିବା ପରେ, ସ୍ଵର୍ଗରେ ଗୃହିତ ହୋଇ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ବରେ ବସିଲେ. କିନ୍ତୁ ଶିଷ୍ୟମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ହୋଇ ଚିହ୍ନ ଗୁଡିକ ଦ୍ବାରା ସେହି ବାକ୍ୟ ପ୍ରମାଣ ସିଦ୍ଧ କଲେ” (୧୬:୯-)
(ଦେଖ: [[rc://*/ta/man/translate/translate-textvariants]])