or_tn/mrk/11/intro.md

2.8 KiB

ମାର୍କ ୧୧ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୧: ୯-୧୦, ୧୭, ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁଗୁଡିକ ପୁରାତନ ନିୟମରୁ ଅଟନ୍ତି

ଏହି ଅଧ୍ୟାୟରେ ବିଶେଷ ଧାରଣା

ଗଧ ଓ ଶାବକ

ଗୋଟିଏ ପଶୁ ଉପରେ ବସି ଯୀଶୁ ଯିରୁଶାଲମକୁ ଯାତ୍ରା କଲେ I ଏହପରି ଭାବରେ ସେ ଜଣେ ରାଜା ଗୁରୁତ୍ବପୁର୍ଣ୍ଣ ଯୁଦ୍ଧ ଜୟ କରି ନଗରକୁ ଆସିଲେ I ମଧ୍ୟ, ପୁରାତନ ନିୟମରେ ଇସ୍ରାଏଲର ରାଜାମାନେ ଗଧ ଉପରେ ବସୁଥିଲେ I ଅନ୍ୟ ରାଜାମାନେ ଘୋଡା ଉପରେ ଭ୍ରମଣ କରୁଥିଲେ I ଏଣୁ ଯୀଶୁ ପ୍ରକାଶ କରୁଥିଲେ ଯେ ସେ ଇସ୍ରାଏଲର ରାଜା ଥିଲେ ଓ ସେ ଅନ୍ୟ ରାଜାମାନଙ୍କ ପରି ନଥିଲେ I

ମାଥିଉ, ମାର୍କ, ଲୁକ ଓ ଯୋହନ ସମସ୍ତେ ଏହି ଘଟଣା ବିଷୟରେ ଉଲ୍ଲେଖ କରନ୍ତି I ମାଥିଉ ଓ ମାର୍କ ଉଲ୍ଲେଖ କରନ୍ତି ଯେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଗଧ ଆଣିଲେ I ଯୋହନ ଲେଖନ୍ତି ଯେ ଯୀଶୁ ଗୋଟିଏ ଗଧ ଆଣିଲେ I ଲୁକ ଲେଖନ୍ତି ଯେ ସେମାନେ ତାହାଙ୍କ ନିକଟକୁ ଗୋଟିଏ ଗଧ ଶାବକ ଆଣିଲେ I କେବଳ ମାଥିଉ ବର୍ଣ୍ଣନା କରନ୍ତି ଯେ ସେଠାରେ ଉଭୟ ଗଧ ଓ ଶାବକ ଥିଲେ I କେହି ଜାଣନ୍ତି ନାହିଁ ଯେ ଯୀଶୁ ଗଧ କିମ୍ବା ଶାବକ ଉପରେ ବସିଲେ I ସେଗୁଡିକୁ ସମସ୍ତ ସମାନ ବିଷୟ କହିବାକୁ ଚେଷ୍ଟା ନକରି ULTରେଯେପରି ଦେଖାଯାଏ ସେପରି ଅନୁବାଦ କରିବା ଉତ୍ତମ ହେବ I (ଦେଖ: [ମାଥିଉ ୨୧:୧-୭] (../../mat/21/01. md) ଓ [ମାର୍କ ୧୧:୧-୭] (../../mrk / 11/01.md) ଓ [ଲୁକ ୧୯:୨୯-୩୬] (../../luk/19/29.md) ଓ [ଯୋହନ ୧୨:୧୪-୧୫] (../../jhn/12/14.md))