or_tn/mrk/03/intro.md

35 lines
4.9 KiB
Markdown

# ମାର୍କ ୦୩ ସାଧାରଣ ସୁଚନା
## ଏହି ଅଧ୍ୟାୟରେ ବିଶେଷ ଧାରଣା
### ବିଶ୍ରାମବାର
ବିଶ୍ରାମବାରରେ କୌଣସି କାର୍ଯ୍ୟ କରିବା ମୋଶାଙ୍କ ବ୍ୟବସ୍ଥାର ବିରୁଦ୍ଧାଚରଣ ଥିଲା I ଫାରୁଶୀମାନେ ବିଶ୍ବାସ କରନ୍ତି ଯେ ବିଶ୍ରାମବାରରେ ସୁସ୍ଥ କରିବା ଏକ “କାର୍ଯ୍ୟ” ଅଟେ, ତେଣୁ ଯେତେବେଳେ ଯୀଶୁ ଜଣେ ବ୍ୟକ୍ତିଙ୍କୁ ବିଶ୍ରାମବାରରେ ସୁସ୍ଥ କଲେ ସେମାନେ କହିଲେ ଯେ ଯୀଶୁ ବିଶ୍ରାମବାର ଅବଜ୍ଞା କରୁଛନ୍ତି I (ଦେଖ: [[rc://*/tw/dict/bible/kt/lawofmoses]])
### ”ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା”
କେହି ନିଶ୍ଚିତ ନୁହନ୍ତି ଯେ କେଉଁ କର୍ମ ମନୁଷ୍ୟ କରିବ କିମ୍ବା ସେମାନେ କ’ଣ କହିବେ ଯେତେବେଳେ ସେମାନେ ଏହି ପାପ କରନ୍ତି I ଯାହାହେଉ, ହୁଏତ ସେମାନେ ପବିତ୍ର ଆତ୍ମାଙ୍କୁ ଓ ତାହାଙ୍କ କାର୍ଯ୍ୟକୁ ପରିହାସ କରନ୍ତି I ପବିତ୍ର ଆତ୍ମାଙ୍କ କାର୍ଯ୍ୟଗୁଡିକ ମଧ୍ୟରୁ ଗୋଟିଏ କାର୍ଯ୍ୟ ଲୋକମାନଙ୍କୁ ବୁଝାଇବା ଯେ ସେମାନେ ପାପି ଅଟନ୍ତି ଓ ସେମାନେ ଈଶ୍ବରଙ୍କଠାରୁ ପାପକ୍ଷମା ଆବଶ୍ୟକ କରନ୍ତି I ଯାହାଦ୍ବାରା, ଯେକେହି ପାପ କରିବାରୁ ନିବୃତ୍ତ ନହୁଏ ସେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ଈଶ୍ବର ନିନ୍ଦା କରେ I (ଦେଖ: [[rc://*/tw/dict/bible/kt/blasphemy]] ଓ [[rc://*/tw/dict/bible/kt/holyspirit]])
## ଏହି ଅଧ୍ୟାୟରେ ଅନ୍ୟନ୍ୟା ଅନୁବାଦ ସମସ୍ୟା
### ବାରଜଣ ଶିଷ୍ୟ
ନିମ୍ନଲିଖିତ ବାରଜଣ ଶିଷ୍ୟମାନଙ୍କ ତାଲିକା:
ମାଥିଉରେ:
ଶିମୋନ (ପିତର), ଆନ୍ଦ୍ରୀୟ, ଜେବଦୀଙ୍କ ପୁତ୍ର ଯାକୁବ, ଜେବଦୀଙ୍କ ପୁତ୍ର ଯୋହନ, ଫିଲିପ୍ପ, ବାର୍ଥଲୋମୀ, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ ପୁଣି ଇଷ୍କାରିୟୋତିୟ ଯିହୁଦା
ମାର୍କରେ:
ଶିମୋନ (ପିତର), ଆନ୍ଦ୍ରୀୟ, ଜେବଦୀଙ୍କ ପୁତ୍ର ଯାକୁବ, ଜେବଦୀଙ୍କ ପୁତ୍ର ଯୋହନ (ଯାହାଙ୍କୁ ସେ ମଘନାଦର ପୁତ୍ର ବୋଲି ଉପନାମ ଦେଲେ), ଫିଲିପ୍ପ, ବାର୍ଥଲୋମୀ, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ ପୁଣି ଇଷ୍କାରିୟୋତିୟ ଯିହୁଦା
ଲୁକରେ:
ଶିମୋନ (ପିତର), ଆନ୍ଦ୍ରୀୟ, ଯାକୁବ, ଯୋହନ, ଫିଲିପ୍ପ, ବାର୍ଥଲୋମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, ଶିମୋନ (ଯାହାଙ୍କୁ କିଣାନୀୟ ବୋଲି କହନ୍ତି), ଯାକୁବଙ୍କ ପୁତ୍ର ଯିହୁଦା ପୁଣି ଇଷ୍କାରିୟୋତିୟ ଯିହୁଦା
ଥଦ୍ଦୀୟ ହୁଏତ ଯିହୁଦା ପରି ସମାନ ବ୍ୟକ୍ତି, ଯାକୁବଙ୍କର ପୁତ୍ର
### ଭାଇ ଓ ଭଉଣୀ
ଅଧିକାଂଶ ଲୋକମାନେ ସମାନ ପିତା ମାତାଙ୍କଠାରୁ ଜନ୍ମିତଙ୍କୁ “ଭାଇ” ଓ “ଭଉଣୀ” ଡାକନ୍ତି ଓ ସେମାନଙ୍କ ଜୀବନରେ ଗୁରୁତ୍ବପୁର୍ଣ୍ଣ ଭୁମିକା ଲିଭାଇ ଥାଆନ୍ତି I ଅନେକେ ଲୋକ ମଧ୍ୟ ସେମାନଙ୍କର ଗୋଟିଏ ଜେଜେଙ୍କ ଜନ୍ମମାନଙ୍କୁ “ଭାଇ” ଓ “ଭଉଣୀ” କହି ଡାକନ୍ତି I ଏହି ଅଧ୍ୟାୟରେ ଯୀଶୁ କହନ୍ତି ଯେ ଯେଉଁମାନେ ତାହାଙ୍କ ପିତାଙ୍କର ଆଜ୍ଞା ପାଳନ କରେ ସେହି ଲୋକମାନେ ତାହାଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ଅଟନ୍ତି I (ଦେଖ: [[rc://*/tw/dict/bible/kt/brother]])