or_tn/mat/front/intro.md

68 lines
13 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ମାଥିଉ ଲିଖିତ ସୁସମାଚାରର ପରିଚୟ
## ଭାଗ ୧: ସାଧାରଣ ପରିଚୟ
### ମାଥିଉ ପୁସ୍ତକର ରୂପରେଖା
୧. ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏବଂ ତାହାଙ୍କ ସେବାକାର୍ଯ୍ୟର ଆରମ୍ଭ (୧:୧-୪:୨୫)
୧. ଯୀଶୁଙ୍କ ପାର୍ବତ୍ୟ ଉପଦେଶ (୫:୧-୪:୨୫)
୧. ସୁସ୍ଥତା ମାଧ୍ୟମରେ ଯୀଶୁ ଈଶ୍ବରଙ୍କ ରାଜ୍ୟର ଦୃଷ୍ଟାନ୍ତ ଦିଅନ୍ତି (୮:୧-୯:୩୪)
୧. ସେବାକାର୍ଯ୍ୟ ଓ ଈଶ୍ବରଙ୍କ ରାଜ୍ୟ ବିଷୟରେ ଯୀଶୁଙ୍କ ଶିକ୍ଷା (୯:୩୫-୧୦:୪୨)
୧. ଈଶ୍ବରଙ୍କ ରାଜ୍ୟର ସୁସମାଚାର ବିଷୟରେ ଯୀଶୁଙ୍କ ଶିକ୍ଷା I ଯୀଶୁଙ୍କ ପ୍ରତି ବିରୋଧ ଆରମ୍ଭ (୧୧:୧-୧୨:୫୦)
୧. ଈଶ୍ବରଙ୍କ ରାଜ୍ୟ ବିଷୟରେ ଯୀଶୁଙ୍କ ଦୃଷ୍ଟାନ୍ତ ସମୁହ (୧୩:୧-୫୨)
୧. ପରବର୍ତ୍ତୀ ସମୟରେ ଯୀଶୁଙ୍କୁ ବିରୋଧ ଓ ଈଶ୍ବରଙ୍କ ରାଜ୍ୟ ବିଷୟରେ ଭୁଲ୍ ବୁଝାମଣା (୧୩:୫୩-୧୭:୫୭)
୧. ଈଶ୍ବରଙ୍କ ରାଜ୍ୟରେ ଜୀବନ ବିଷୟରେ ଯୀଶୁଙ୍କ ଶିକ୍ଷା (୧୮:୧-୩୫)
୧. ଯିହୁଦା ପ୍ରଦେଶରେ ଯୀଶୁଙ୍କ ସେବାକାର୍ଯ୍ୟ (୧୯:୧-:୪୬)
୧. ଶେଷ ବିଚାର ଓ ପରିତ୍ରାଣ ବିଷୟରେ ଯୀଶୁଙ୍କ ଶିକ୍ଷା (୨୩:୧-୨୫:୪୬)
୧. ଯୀଶୁଙ୍କ କୃଶାର୍ପିତ, ତାହାଙ୍କ ମୃତ୍ୟୁ ଓ ପୁନ୍ନରୁଥାନ (୨୬:୧-୨୮:୧୯)
### ମାଥିଉ ଲିଖିତ ସୁସମାଚାର କ”ଣ ଅଟେ ?
ନୁତନ ନିୟମରେ ଚାରିଟି ସୁସମାଚାର ମଧ୍ୟରୁ ଗୋଟିଏ ମାଥିଉ ଲିଖିତ ସୁସମାଚାର ଅଟେ ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନୀ ସମ୍ବନ୍ଧରେ ବର୍ଣ୍ଣନା କରେ I ସୁସମାଚାରର ଲେଖକ ବିଭିନ୍ନ ଦୃଷ୍ଟିକୋଣରୁ ଯୀଶୁ କିଏ ଥିଲେ ଓ ସେ କ’ଣ କରିଛନ୍ତି ଏହି ବିଷୟରେ ଉଲ୍ଲେଖ କରନ୍ତି I ମାଥିଉ ଦର୍ଶାଉଛନ୍ତି ଯେ ଯୀଶୁ ମସିହ ଅଟନ୍ତି, ଓ ଈଶ୍ବର ଇସ୍ରାଏଲକୁ ତାହାଙ୍କ ଦ୍ବାରା ଉଦ୍ଧାର କରିବେ I ମାଥିଉ ସର୍ବଦା ବର୍ଣ୍ଣନା କରନ୍ତି ଯେ ଯୀଶୁ ମଶିହଙ୍କ ବିଷୟରେ ପୁରାତନ ନିୟମର ଭବିଷ୍ୟତ ବାଣୀଗୁଡିକୁ ସଫଳ କରିଛନ୍ତି I ଏହା ସୁଚାଇ ଦିଏ ଯେ ସେ ତାହାଙ୍କର ପ୍ରଥମ ପାଠକମାନେ ଅଧିକାଂଶ ଯିହୁଦୀ ହେବା ଆଶା କଲେ (ଦେଖ: [[rc://*/tw/dict/bible/kt/christ]])
### ଏହି ସୁସମାଚାର ପୁସ୍ତକଟି କିପରି ଅନୁବାଦ କରାଯିବା ଉଚିତ ?
ଅନୁବାଦକମାନେ ହୁଏତ ଏହାର ପାରମ୍ପରିକ ସଜ୍ଞା, “ମାଥିଉଙ୍କ ସୁସମାଚାର” କିମ୍ବା “ମାଥିଉଙ୍କ ଲିଖିତ ସୁସମାଚାର” ମନୋନୀତ କରିଥାଇ ପାରନ୍ତି, କିମ୍ବା ସେମାନେ ହୁଏତ ଏକ ଶୀର୍ଷକ ମନୋନିତ କରିଥାଇ ପାରନ୍ତି ଯାହା ସ୍ପଷ୍ଟ ହୋଇପାରେ, ଯେପରିକି, “ “ଯୀଶୁଙ୍କ ବିଷୟରେ ସୁସମାଚାର ଯାହା ମାଥିଉ ଉଲ୍ଲେଖ କଲେ” (ଦେଖ: [[rc://*/ta/man/translate/translate-names]])
### ମାଥିଉ ସୁସମାଚାର କିଏ ଲେଖିଛନ୍ତି ?
ପୁସ୍ତକଟି ଲେଖକଙ୍କ ନାମ ଉଲ୍ଲେଖ କରେନାହିଁ, ଯାହାହେଉ , ଆଦ୍ୟ ମଣ୍ଡଳୀ ସମୟଠାରୁ, ଅଧିକାଂଶ ଖ୍ରୀଷ୍ଟିୟାନ ମନେକରନ୍ତି ଯେ ଏହି ଲେଖକ ପ୍ରେରିତ ମାଥିଉ ଥିଲେ I
## ଭାଗ : ଗୁରୁତ୍ବପୂର୍ଣ୍ଣ ଧାର୍ମିକ ଓ ସାଂସ୍କୃତିକ ଧାରଣା
### “ସ୍ବର୍ଗରାଜ୍ୟ କହିଲେ କ’ଣ ବୁଝ ?”
ମାଥିଉ ସ୍ବର୍ଗରାଜ୍ୟ ବିଷୟରେ ସମାନଭାବେ ଉଲ୍ଲେଖ କରନ୍ତି ଯେପରି ଅନ୍ୟ ସୁସମାଚାରର ଲେଖକମାନେ ଈଶ୍ବରଙ୍କ ରାଜ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି I ସ୍ବର୍ଗରାଜ୍ୟ ଈଶ୍ବର ସମସ୍ତ ଲୋକମାନଙ୍କ ଉପରେ ଓ ପ୍ରତ୍ୟକ ସୃଷ୍ଟି ଉପରେ ରାଜତ୍ବ କରନ୍ତି I ଯେଉଁମାନଙ୍କୁ ଈଶ୍ବର ତାହାଙ୍କ ରାଜ୍ୟରେ ଗ୍ରହଣ କରନ୍ତି ସେମାନେ ଧନ୍ୟ ହେବେ I ସେମାନେ ଅନ୍ତନ୍ତକାଳ ଈଶ୍ବରଙ୍କ ସହିତ ବାସ କରିବେ I
### ଯୀଶୁଙ୍କ ଶିକ୍ଷାଦେବା ପ୍ରଣାଳୀ ସବୁ କ’ଣ ଥିଲା ?
ଲୋକମାନେ ଯୀଶୁଙ୍କୁ ଜଣେ ଗୁରୁଭାବରେ ସମ୍ମାନ ଦେଉଥିଲେ I ଜଣେ ଗୁରୁ ଈଶ୍ବରଙ୍କ ବ୍ୟବସ୍ଥାର ଶିକ୍ଷକ ଅଟନ୍ତି I ଯୀଶୁ ଇଶ୍ରାଏଲର ଅନ୍ୟ ଧାର୍ମିକ ଗୁରୁମାନଙ୍କ ସଦୃଶ ସମାନଭାବେ ଶିକ୍ଷା ଦେଉଥିଲେ I ସେ ଯେଉଁଠିକୁ ଯାଉଥିଲେ ତାହାଙ୍କ ଛାତ୍ରମାନେ ତାହାଙ୍କର ଅନୁଗମନ କରୁଥିଲେ I ସେହି ଛାତ୍ରମାନେ ଶିଷ୍ୟ କୁହାଗଲେ I ସେ ସର୍ବଦା ଦୃଷ୍ଟାନ୍ତ ଦେଉଥିଲେ I ଦୃଷ୍ଟାନ୍ତସମୁହ କାହାଣୀ ଥିଲା ଯାହା ନୈତିକତା ଶିକ୍ଷା ଦେଉଥିଲେ I (ଦେଖ: [[rc://*/tw/dict/bible/kt/lawofmoses]] ଓ [[rc://*/tw/dict/bible/kt/disciple]] ଓ [[rc://*/tw/dict/bible/kt/parable]])
## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟା
### କେଉଁଗୁଡିକ ସୁସମାଚାରର ସଂକ୍ଷିପ୍ତ ବିବରଣୀ ଅଟନ୍ତି ?
ମାଥିଉ ଲିଖିତ ସୁସମାଚାର, ମାର୍କ ଏବଂ ଲୁକ ଲିଖିତ ସୁସମାଚାରକୁ ସଂକ୍ଷିପ୍ତ ସୁସମାଚାର କୁହାଯାଏ କାରଣ ସେଠାରେ ଅନେକ ସମଭାବାପୂର୍ଣ୍ଣ ବାକ୍ୟାଂଶ ଅଛି I “ସଂକ୍ଷିପ୍ତ ବିବରଣୀ” ଶବ୍ଦର ଅର୍ଥ “ଏକତ୍ର ଦେଖିବା” ଅଟେ I
ପୁସ୍ତକର ଲେଖାଗୁଡିକ “ସମାନ୍ତର” ବିବେଚନା କରାଯାଏ ଯେତେବେଳେ ସେମାନେ ସମାନ କିମ୍ବା ଦୁଇ କିମ୍ବା ତିନି ସୁସମାଚାର ମଧ୍ୟରେ ସମାନ ଅଟନ୍ତି I ଯେତେବେଳେ ସମାନ ବାକ୍ୟାଂଶ ଅନୁବାଦ କରୁଛନ୍ତି, ଅନୁବାଦକମାନେ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଓ ସେଗୁଡିକୁ ଯଥା ସମ୍ଭବ ସମାନଭାବେ କରିବା ଉଚିତ I
### ଯୀଶୁ କାହିଁକି ଆପଣାକୁ “ମନୁଷ୍ୟ ପୁତ୍ର” ଭାବେ ସମ୍ବୋଧନ କରନ୍ତି ?
ସୁସମାଚାରରେ, ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” କହନ୍ତି I ଏହା ଦାନିଏଲ ୭:୧୩-୧୪କୁ ଉଲ୍ଲେଖ କରେ I ଏହି ଶାସ୍ତ୍ରଂଶରେ ଜଣେବ୍ୟକ୍ତିଙ୍କୁ “ମନୁଷ୍ୟ ପୁତ୍ର” ଭାବେ ବର୍ଣ୍ଣନା କରାଯାଇଛି I ଏହା ଜଣେବ୍ୟକ୍ତି ଯାହାଙ୍କୁ ମନୁଷ୍ୟ ସଦୃଶ ଦେଖାଗଲେ I ଏହାର ଅର୍ଥ ଏପରି ଜଣେବ୍ୟକ୍ତି ଥିଲେ ଯେ ମନୁଷ୍ୟ ପୁତ୍ର ସ୍ବରୁପ ଦେଖାଗଲେ, ସଦାପ୍ରଭୁ ଅନନ୍ତକାଳ ନିମନ୍ତେ ରାଜ୍ୟସମୁହ ଉପରେ ଶାସନ କରିବା ନିମନ୍ତେ ମନୁଷ୍ୟ ପୁତ୍ରଙ୍କୁ ଅଧିକାର ଦେଲେ I ଏବଂ ଅନନ୍ତକାଳ ସମସ୍ତ ମାନବଜାତି ତାହାଙ୍କର ଉପାସନା କରିବେ I
ଯୀଶୁଙ୍କ ସମୟରେ ଯିହୁଦୀମାନେ ଯେକୌଣସି ବ୍ୟକ୍ତି ନିମନ୍ତେ ଏକ ଶୀର୍ଷକ ସ୍ବରୁପ “ମନୁଷ୍ୟପୁତ୍ର” ସଜ୍ଞା ବ୍ୟବହାର କଲେନାହି, ସେଥିନିମନ୍ତେ, ଯୀଶୁ ଆପଣା ନିମନ୍ତେ ବ୍ୟବହାର କଲେ ଯେପରି ସେମାନେ ବୁଝି ପାରିବେ ଯେ ସେ ପ୍ରକୃତରେ କିଏ ଥିଲେ I (ଦେଖ: [[rc://*/tw/dict/bible/kt/sonofman]])
ଅନେକ ଭାଷାରେ “ମନୁଷ୍ୟ ପୁତ୍ର” ସଜ୍ଞାକୁ ଅନୁବାଦ କରିବା ବହୁତ ଜଟିଳ ଅଟେ I ପାଠକ ହୁଏତ ଆକ୍ଷରିକ ଅନୁବାଦକୁ ଭୁଲ୍ ବୁଝିପାରନ୍ତି I ଅନୁବାଦକମାନେ ହୁଏତ ଏକ ବିକଳ୍ପ ବିବେଚନା କରିପାରନ୍ତି, ଯେପରିକି, “ଜଣେ ମନୁଷ୍ୟ ପରି I” ଏହା ହୁଏତ ସଜ୍ଞାକୁ ବ୍ୟାଖ୍ୟା କରିବା ନିମନ୍ତେ ଏକ ପଦଟିକା ସାହାଯ୍ୟ କରିପାରେ I
### ମାଥିଉ ପୁସ୍ତକରେ ମୁଖ୍ୟ ସମସ୍ୟା ଗୁଡିକ କଣ ଅଛି ?
ନିମ୍ନରେ ପ୍ରଦତ୍ତ ପଦଗୁଡିକ ପୁରାତନ ବାଇବଲ ସଂସ୍କରଣରେ ମିଳେ ଯାହା ଆଧୁନିକ ସଂସ୍କରଣରେ ଯୋଗ କରାଯାଇ ନାହିଁ:
* “ଯେଉଁମାନେ ତୁମକୁ ଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର, ଯେଉଁମାନେ ତୁମକୁ ଘୃଣା କରନ୍ତି ସେମାନଙ୍କ ପ୍ରତି ଉତ୍ତମ କର”(୫:୪୪)
* ”ଯେଣୁ ରାଜ୍ୟ, ଧାର୍ମିକତା ଓ ଗୌରବ ସଦାସର୍ବଦା ତୁମ୍ଭର ହେଉ, ଆମେନ୍“ (୬:13)
*” ଯାହା ହଜିଯାଇଛି ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟ ପୁତ୍ର ଆସିଛନ୍ତି” (୧୮:୧୧)
* “ଅନେକେ ଆହୁତ ମାତ୍ର ଅଳ୍ପ ମନୋନିତ” (:୧୬)
*” ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୁଶୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେସଙ୍ଗେ ବିଧବାମାନଙ୍କ ଗୃହ ସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତର ଦଣ୍ଡ ପାଇବ”(୨୩:୧୪)
ଅନୁବାଦକମାନଙ୍କୁ ଏହି ପଦଗୁଡିକୁ ସଂଯୁକ୍ତ ନ କରିବା ନିମନ୍ତେ ପରାମର୍ଶ ଦିଆଯାଏ I ଯାହାହେଉ, ଯଦି ଅନୁବାଦକ ଅଞ୍ଚଳରେ, ପୁରାତନ ବାଇବଲ ସଂସ୍କରଣ ଥାଏ ତାହା ଏହିପରି ଗୋଟିଏ କିମ୍ବା ଦୁଇଟି ଶାସ୍ତ୍ରଂଶ ରହିଥାଏ, ତେବେ ଅନୁବାଦକ ଏହାକୁ ସଂଯୁକ୍ତ କରିପାରିବେ I ଯଦି ସେଗୁଡିକ ସଂଯୁକ୍ତ କରନ୍ତି, ତେବେ ସେଗୁଡିକୁ ଏକ ବର୍ଗ ବନ୍ଧନୀ ([]) ମଧ୍ୟରେ ରଖି ପାରିବେ, ଯାହା ସମ୍ଭବତଃ ମାଥିଉଙ୍କ ସୁସମାଚାରର ମୁଳଲେଖା ନୁହେଁ (ଦେଖ: [[rc://*/ta/man/translate/translate-textvariants]])