or_tn/mat/26/intro.md

4.4 KiB
Raw Permalink Blame History

ମାଥିଉ ୨୬ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରେ I ULT ୨୬:୩୧ରେ ପଦ୍ୟ ସହିତ ଏହିପରି କରେ, ଯେଉଁ ଶବ୍ଦଗୁଡିକ ପୁରାତନ ନିୟମରୁ ନିଆ ଯାଇଛି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ମେଷ

ମେଷ ଶବ୍ଦ ଇସ୍ରାଏଲର ଲୋକମାନଙ୍କୁ ବୁଝାଇବା ନିମନ୍ତେ ଶାସ୍ତ୍ରରେ ବ୍ୟବହୃତ ଏକ ଅତି ସାଧାରଣ ପରିକଳ୍ପନା ଅଟନ୍ତି I ମାଥିଉ ୨୬:୩୧ରେ, ଯାହାହେଉ, ଯୀଶୁ ତାହଙ୍କ ଶିଷ୍ୟମାନଙ୍କୁ ଇଙ୍ଗିତ କରି “ମେଷ” ଶବ୍ଦ ବ୍ୟବହାର କଲେ ଓ କହିଲେ ଯେ ସେମାନେ ଛିନ୍ନ ଭିନ୍ନ ହୋଇଯିବେ ଯେତେବେଳେ ସେ ବନ୍ଦୀ ହେଲେ I

ନିସ୍ତାର ପର୍ବ

ଯେଉଁ ଦିନ ଈଶ୍ବର ମିଶରରେ ପ୍ରଥମ ଜାତ ସନ୍ତାନଗଣକୁ ସଂହାର କଲେ କିନ୍ତୁ ଇସ୍ରାଏଲମାନଙ୍କୁ “ଅତିକ୍ରମ କରି” ଜୀବିତ ଛାଡିଦେଲେ ସେହି ଦିନ ଯିହୁଦୀମାନେ ପାଳନ କରିବା ନିମନ୍ତେ ନିସ୍ତାର ପର୍ବ ଥିଲା I

ଶରୀର ଓ ରକ୍ତ ଖାଇଲେ

ମାଥିଉ ୨୬:୨୬-୨୮ ତାହାଙ୍କ ଶିଷ୍ୟମାନଙ୍କ ସହିତ ଯୀଶୁଙ୍କର ଶେଷଭୋଜ ବିଷୟରେ ବର୍ଣ୍ଣନା କରେ I ସେହି ସମୟରେ, ଯୀଶୁ ସେମାନଙ୍କୁ କହିଲେ ଯାହା ସେମାନେ ଖାଇଲେ ଓ ପିଇଲେ ତାହା’ ତାହାଙ୍କର ଶରୀର ଓ ରକ୍ତ ଥିଲେ I ପ୍ରାୟ ସମସ୍ତ ଖ୍ରୀଷ୍ଟିଆନମାନେ ଏହାକୁ ସ୍ମରଣ କରିବା ନିମନ୍ତେ “ପ୍ରଭୁ ଭୋଜ,” “ପ୍ରେମ ଭୋଜ,” “ପବିତ୍ର ଭୋଜ” ପାଳନ କରନ୍ତି I

ଏହି ଅଧ୍ୟାୟରେ ଅନ୍ୟ ଅନୁବାଦ ସମସ୍ୟା

ଯିହୁଦା ଯୀଶୁଙ୍କୁ ଚୁମ୍ବନ କରିବା

ମାଥିଉ ୨୬:୪୯ ଯିହୁଦା କିପରି ଯୀଶୁଙ୍କୁ ଚୁମ୍ବନ କଲା ବର୍ଣ୍ଣନା କରେ ଯେପରି ସୈନିକମାନେ କାହାକୁ ବନ୍ଦୀ କରିବେ ଜାଣି ପାରିବେ I ଯିହୁଦୀମାନେ ପରସ୍ପକୁ ସମ୍ମାନ କରିବା ସମୟରେ ଚୁମ୍ବନ କରନ୍ତି I

“ମୁଁ ଈଶ୍ବରଙ୍କ ମନ୍ଦିରକୁ ଭାଙ୍ଗିବା ନିମନ୍ତେ ସକ୍ଷମ ଅଟେ”

ଦୁଇଜଣ ବ୍ୟକ୍ତି ଯୀଶୁଙ୍କୁ ଦୋଷାରୋପ କରି କହିଲେ ଯେ ସେ ଯିରୁଶାଲମ ମନ୍ଦିରକୁ ଭାଙ୍ଗି ପୁଣି “ତିନିଦିନ” ମଧ୍ୟରେ ତୋଳିଦେଇ ପାରେ (ମାଥିଉ ୨୬:୬୧) I ସେମାନେ ତାହାଙ୍କୁ ଦୋଷାରୋପ କରୁଥିଲେ ଯେ ଏ ଈଶ୍ବର ନିନ୍ଦା କରୁଛି ଓ କହୁଛି ଯେ ଈଶ୍ବର ତାହାଙ୍କୁ ମନ୍ଦିର ଭାଙ୍ଗି ପୁଣି ତୋଳିଦେବା ନିମନ୍ତେ ଅଧିକାର ଦେଇଛନ୍ତି I ପ୍ରକୃତରେ ଯୀଶୁ କଅଣ କହିଥିଲେ ଯେ ଯଦି ଯିହୁଦୀ ଅଧିକାରୀମାନେ ଏହି ମନ୍ଦିରକୁ ଭାଙ୍ଗିଦେବେ, ସେ ନିଶ୍ଚୟ ତିନି ଦିନରେ ଏହାକୁ ତୋଳି ଦେବେ (ଯୋହନ :୧୯) I