or_tn/mat/15/intro.md

3.3 KiB

ମାଥିଉ ୧୫ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରେ I ULT ୧୫:୮-୯ରେ ପଦ୍ୟ ସହିତ ଏହିପରି କରେ, ଯାହା ପୁରାତନ ନିୟମରୁ ଶବ୍ଦ ଗୁଡିକ ଅଟନ୍ତି I

ଏହି ଅଧ୍ୟାୟରେ ବିଶେଷ ଧାରଣା

“ପ୍ରାଚୀନମାନଙ୍କ ପରମ୍ପରା”

“ପ୍ରାଚୀନମାନଙ୍କ ରୀତିନୀତି” ମୌଖିକ ବ୍ୟବସ୍ଥା ଥିଲେ ଯାହା ଯିହୁଦୀ ନେତାମାନେ ବିକଶିତ କଲେ କାରଣ ସେମାନେ ନିଶ୍ଚିତ ହେବା ଚାହୁଁଥିଲେ ଯେପରି ସମସ୍ତେ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବେ I ଯାହାହେଉ, ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଅପେକ୍ଷା ଏହି ବିଧି ବିଧାନ ପାଳନ କରିବା ନିମନ୍ତେ କଠିନ ପରିଶ୍ରମ କରୁଥିଲେ I ଯୀଶୁ ଏଥିନିମନ୍ତେ ଧାର୍ମିକ ନେତାମାନଙ୍କୁ ଅନୁଯୋଗ କରେ, ଏବଂ ପରିଣାମ ସ୍ବରୁପେ ସେମାନେ କ୍ରୋଧାନ୍ବିତ ହେଲେ I (ଦେଖ: rc://*/tw/dict/bible/kt/lawofmoses)

ଯିହୁଦୀ ଓ ବିଜାତୀ

ଯୀଶୁଙ୍କ ସମୟରେ ଯିହୁଦୀମାନେ ଭାବୁଥିଲେ ଯେ ସେମାନଙ୍କ ଜୀବନ ଶୈଳୀ ଦ୍ବାରା କେବଳ ଯିହୁଦୀମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରି ପାରିବେ I ଯୀଶୁ ଜଣେ କିଣାନୀୟା ବିଜାତୀ ସ୍ତ୍ରୀର ଝିଅକୁ ସୁସ୍ଥ କଲେ ଯେହେତୁ ସେ ଶିଷ୍ୟମାନଙ୍କୁ ଦେଖିବାକୁ ଚାହୁଁଥିଲେ ଯେ ସେ ଉଭୟ ଯିହୁଦୀ ଓ ବିଜାତିୟ ତାହାଙ୍କ ଲୋକଭାବେ ଗ୍ରହଣ କରନ୍ତି I

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ମେଷ

ବାଇବଲ ସର୍ବଦା ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ମେଷମାନେ ଥିଲେ କାରଣ ମେଷମାନେ କେହି ଜଣକର ଯତ୍ନ ନେବା ଆବଶ୍ବକ କରନ୍ତି I ଯେହେତୁ ସେମାନେ ଉତ୍ତମତା କଅଣ ଜାଣି ପାରନ୍ତି ନାହିଁ ଓ ଅନ୍ୟ ପଶୁମାନେ ଯେଉଁଠାରେ ସେମାନଙ୍କୁ ସହଜରେ ଶିକାର କରି ପାରିବେ ସେହି ସ୍ଥାନଗୁଡିକୁ ଯାଆନ୍ତି I (ଦେଖ: rc://*/ta/man/translate/figs-metaphor)