or_tn/mat/05/intro.md

2.5 KiB

ମାଥିଉ ୦୫ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଅଧିକାଂଶ ମାଥିଉ ୫-୭ ଅଧ୍ୟାୟରେ ଥିବା ବିଷୟବସ୍ତୁକୁ ପାର୍ବତ୍ୟ ଉପଦେଶ କହନ୍ତି I ଏହା ଏକ ଦୀର୍ଘ ଶିକ୍ଷା ଅଟେ I ବାଇବଲରେ ଏହି ଶିକ୍ଷାକୁ ତିନିଭାଗରେ ବିଭକ୍ତ କରେ, କିନ୍ତୁ ଏହା ଅନେକ ସମୟରେ ପାଠକମାନଙ୍କୁ ଦ୍ବନ୍ଦରେ ପକାଏ I ଯଦି ତୁମର ଅନୁବାଦ ପାଠ୍ୟକୁ ବିଭିନ୍ନ ଭାଗରେ ବିଭକ୍ତ କରେ, ନିଶ୍ଚିତ ହୁଅ ଯେ ପାଠକ ଯେପରି ବୁଝିପାରିବ ଯେ ସମ୍ପୁର୍ଣ୍ଣ ଉପଦେଶ ଏକ ଦୀର୍ଘ ବିଭାଗ ଅଟେ I

ମାଥିଉ ୫:୩-୧୦, ସ୍ବର୍ଗୀୟ ଆନନ୍ଦ ବା ଆଶୀର୍ବାଦଭାବେ ପରିଚିତ, ଅତିରିକ୍ତ ଶାସ୍ତ୍ରଂଶରେ ପୃଷ୍ଠାର ଅଂଶ ହୋଇ ଡାହାଣରେ ଲେଖାଯାଇଛି, ପ୍ରତ୍ୟକ ଧାଡି “ଆଶୀର୍ବାଦ” ଶବ୍ଦରୁ ଆରମ୍ଭ ହୋଇଛି I ଏହିପରି ଶବ୍ଦଗୁଡିକ ଶାସ୍ତ୍ରରେ କବିତା ଆକାରର ଶିକ୍ଷା ସଦୃଶ ସ୍ଥାନ ପାଇଛି I

ଏହି ଉପଦେଶରେ ଯୀଶୁ ଅନେକ ବିଭିନ୍ନ ବିଷୟରେ କହିଲେ I ଏଣୁ ହୁଏତ ଶାସ୍ତ୍ରରେ ଏକ ଶୁନ୍ୟ ଗାର ଟାଣି ପାଠକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଇଛା କରିପାର I

ଏହି ଅଧ୍ୟାୟରେ ବିଶେଷ ଧାରଣା

”ତାହାଙ୍କ ଶିଷ୍ୟଗଣ”

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେଉଁମାନେ ଜଣେ ଅନୁଗମନକାରୀ କିମ୍ବା ଶିଷ୍ୟ ହୋଇ ଯୀଶୁଙ୍କ ଅନୁଗମନ କଲେ I ଯୀଶୁ ବାରଜଣଙ୍କୁ ତାହାଙ୍କ ଅତି ନିକଟତର ଶିଷ୍ୟ ହେବା ନିମନ୍ତେ ମନୋନୀତ କଲେ, “ବାରଜଣ ଶିଷ୍ୟ I” ପରବର୍ତ୍ତୀ ସମୟରେ ସେମାନେ ପ୍ରେରିତ ଭାବରେ ପରିଚିତ ହେଲେ I