or_tn/mat/01/intro.md

2.4 KiB

ମାଥିଉ 0୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ପୁରାତନ ନିୟମର ଅତିରିକ୍ତ ଉଦ୍ଧୃତ ବାକ୍ୟକୁ ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ୧:୨୩ରେ ଉଦ୍ଧୃତ ବିଷୟବସ୍ତୁ ନିମନ୍ତେ ଏହା କରେ I

ଏହି ଅଧ୍ୟାୟରେ ବିଶେଷ ଧାରଣା

ବଂଶାବଳୀ

ବଂଶାବଳୀ ଏକ ତାଲିକା ଅଟେ ଯାହା ଜଣେ ବ୍ୟକ୍ତିଙ୍କ ପୂର୍ବପୁରୁଷ କିମ୍ବା ସନ୍ତାନଗଣମାନଙ୍କୁ ଉଲ୍ଲେଖ କରେ I ଯିହୁଦୀମାନେ ରାଜା ହେବା ନିମନ୍ତେ ଉପଯୁକ୍ତ ବ୍ୟକ୍ତିକୁ ମନୋନୀତ କରିବା ନିମନ୍ତେ ଏହି ବଂଶାବଳୀକୁ ବ୍ୟବହାର କରନ୍ତି I ସେମାନେ ଏହିପରି କଲେ କାରଣ କେବଳ ଜଣେ ରାଜାଙ୍କର ସନ୍ତାନ ରାଜା ହୋଇ ପାରିଲା I ଅଧିକାଂଶ ଗୁରତ୍ବପୁର୍ଣ୍ଣ ଲୋକମାନେ ସେମାନଙ୍କ ବଂଶାବଳୀ ଉଲ୍ଲେଖ କରନ୍ତି I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ପ୍ରତ୍ୟକ୍ଷ ଉକ୍ତିର ବ୍ୟବହାର

ମାଥିଉ ଏହି ଅଧ୍ୟାୟରେ ପ୍ରତ୍ୟକ୍ଷ ଉକ୍ତି ଉଦ୍ଦେଶ୍ୟ ମୁଳକ ଭାବେ ବ୍ୟବହାର କରିଛନ୍ତି ଯାହା ଯେ ମରିୟମ କାହା ସହିତ ବୈବାହିକ ସମ୍ପର୍କ ରଖି ନଥିଲେ I ସେ ପବିତ୍ରଆତ୍ମାଙ୍କ କର୍ତୁତ୍ବରେ ଯୀଶୁଙ୍କୁ ଗର୍ଭଧାରଣ କଲେ I ଅଧିକାଂଶ ଭାଷାରେ ପ୍ରତ୍ୟକ୍ଷ ଉକ୍ତି ନାହିଁ, ତେଣୁ ସେହି ଭାଷାରେ ଅନୁବାଦକମାନେ ସମାନ ସତ୍ୟତାକୁ ପ୍ରକାଶ କରିବା ନିମନ୍ତେ ଅନ୍ୟ ଉପାୟ ବାହାର କରିବା ଉଚିତ୍ (ଦେଖ: rc://*/ta/man/translate/figs-activepassive)