or_tn/luk/22/07.md

1.8 KiB

General Information:

ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବା ନିମନ୍ତେ ପିତରଙ୍କୁ ଓ ଯୋହନଙ୍କୁ ଯୀଶୁ ପ୍ରେରଣ କଲେ I ପଦ 7 ଏହି ଘଟଣା ସମ୍ପର୍କରେ ପୃଷ୍ଠଭୂମି ସମ୍ପର୍କୀୟ ତଥ୍ୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-background)

the day of unleavened bread

ଖମୀରଶୂନ୍ୟ ରୋଟୀର ଦିନ I ଏହି ଦିନ ଯିହୂଦୀମାନେ ଖମୀର ମିଶ୍ରିତ ସମସ୍ତ ରୋଟୀ ସେମାନଙ୍କ ଗୃହଗୁଡିକରୁ ବାହାର କରିଦେଉଥିଲେ I ତା’ପରେ ସେମାନେ ସାତଦିନ ବ୍ୟାପୀ ଖମୀରଶୂନ୍ୟ ରୋଟୀର ପର୍ବ ପାଳନ କରୁଥିଲେ I

it was necessary to sacrifice the Passover lamb

ପ୍ରତ୍ୟେକ ପରିବାର ବା ଲୋକମାନଙ୍କ ଦଳ ଏକ ମେଷଶାବକକୁ ବଧ କରିବେ ଏବଂ ତାହାକୁ ଏକତ୍ର ଭୋଜନ କରିବେ, ତେଣୁ ଅନେକଗୁଡିଏ ମେଷଶାବକମାନଙ୍କୁ ବଧ କରାଯାଉଥିଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ସେମାନଙ୍କର ନିସ୍ତାରପର୍ବର ଭୋଜନ ନିମନ୍ତେ ଗୋଟିଏ ମେଷଶାବକକୁ ବଧ କରିବାକୁ ପଡୁଥିଲା” (ଦେଖ: [[rc:///ta/man/translate/figs-explicit]] ଏବଂ [[rc:///ta/man/translate/figs-activepassive]])