or_tn/luk/20/intro.md

3.6 KiB

ଲୂକ 20 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଏବଂ ଆକୃତି

କେତେକ ଅନୁବାଦଗୁଡିକ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I 20: 17, 42-43 ରେ ଥିବା ପଦ୍ୟ ଯାହା ପୁରାତନ ନିୟମରୁ ଆସିଛି, ତାହା ସହିତ ULT ଏପରି କରିଛି I

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ଲୋକମାନଙ୍କୁ ଫାନ୍ଦରେ ପକାଇବା ପାଇଁ ପ୍ରଶ୍ନଗୁଡିକ ବ୍ୟବହାର କରିବା

ଯେତେବେଳେ ଯୀଶୁ ଫାରୁଶୀମାନଙ୍କୁ ପଚାରିଲେ କିଏ ଯୋହନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଅଧିକାର ଦେଲା ([ଲୂକ 20:4] (../ଲୂକ /20/04.ମଝି)), ସେମାନେ ଉତ୍ତର ଦେଇ ପାରିଲେ ନାହିଁ କାରଣ ସେମାନେ ଯଦି କୌଣସି ଉତ୍ତର ଦେବେ, ତାହା କେହି ଜଣେ ବ୍ୟକ୍ତିକୁ ଏକ କାରଣ ପ୍ରଦାନ କରିବ ଯେ ସେମାନେ ଭୁଲ କହୁଥିଲେ ([ଲୂକ 20:5-6] (./05.ମଝି)) I ଯେତେବେଳେ ସେମାନେ ପଚାରିଲେ ଯେ ଲୋକମାନେ କାଇସରଙ୍କୁ କର ଦେବା ଉଚିତ କି ନୁହେଁ ସେମାନେ ଭାବୁଥିଲେ ଯେ ଯୀଶୁ ଭୁଲ ଅଟନ୍ତି ବୋଲି କହିବାକୁ ସେମାନେ ସକ୍ଷମ ହେବେ ([ଲୂକ 20:22] (../ଲୂକ /20/22.ମଝି)), କିନ୍ତୁ ଯୀଶୁ ସେମାନଙ୍କୁ ଏଭଳି ଏକ ଉତ୍ତର ଦେଲେ ଯାହା ସେମାନେ ଭାବି ପାରି ନ ଥିଲେ I

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦ ସମ୍ପର୍କୀୟ କଷ୍ଟକର ବିଷୟଗୁଡିକ

ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ ଯାହା କିଛି ଏକ ଅସମ୍ଭବ ବିଷୟ ବର୍ଣ୍ଣନା କରିବା ଭଳି ପ୍ରତୀୟମାନ ହୁଏ I ଏହି ଅଧ୍ୟାୟରେ, ଯୀଶୁ ଗୀତସଂହିତାର ଏକ ଗୀତକୁ ଉଦ୍ଧୃତ କରନ୍ତି ଯାହା ଏହି ବିବରଣୀ ଦିଏ ଯେ ଦାଉଦ ତାଙ୍କର ପୁତ୍ରଙ୍କୁ “ପ୍ରଭୁ” ଅର୍ଥାତ୍ “କର୍ତ୍ତା” ବୋଲି ସମ୍ବୋଧନ କରନ୍ତି I ତଥାପି, ଯିହୂଦୀମାନଙ୍କ ନିମନ୍ତେ ସେମାନଙ୍କ ପୂର୍ବପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କଠାରୁ ମହତ୍ତର ଅଟନ୍ତି I ଏହି ଅନୁଚ୍ଛେଦରେ, ଯୀଶୁ ତାଙ୍କର ଶ୍ରୋତାମାନଙ୍କୁ ସତ୍ୟ ଭାବରେ ଜ୍ଞାନ ଦେବା ସମ୍ପର୍କରେ ନେତୃତ୍ଵ ଦେବା ପାଇଁ ଚେଷ୍ଟା କରୁଛନ୍ତି ଯେ ମଶୀହ ସ୍ୱୟଂ ସ୍ୱର୍ଗୀୟ ହେବେ ଏବଂ ସେ ନିଜେ ହିଁ ମଶୀହ ଅଟନ୍ତି I