or_tn/luk/19/intro.md

29 lines
7.6 KiB
Markdown

# ଲୂକ 19 ସାଧାରଣ ଟିପ୍ପଣୀଗୁଡିକ
## ଗଠନ ଓ ଆକୃତି
ଜଖିୟ ନାମକ ଜଣେ ଲୋକକୁ ତାହାର ପାପରୁ ମନପରିବର୍ତ୍ତନ କରିବା ନିମନ୍ତେ ସାହାଯ୍ୟ କରିବା ପରେ [ଲୂକ19:1-10](../01.ମଝି), ଯୀଶୁ ତାଙ୍କର ଅନୁଗାମୀମାନଙ୍କୁ ଶିକ୍ଷା ଦେଲେ ଯେ ସେ ଯେତେବେଳେ ଜଣେ ରାଜା ଭାବରେ ରାଜତ୍ଵ କରିବା ଆରମ୍ଭ କରିବେ, ସେ ଯେଉଁସବୁ ବିଷୟର ଯତ୍ନ ନେବା ପାଇଁ ସେ ସେମାନଙ୍କୁ ଦେଇଛନ୍ତି ସେସବୁ ସହିତ ସେମାନେ କଅଣ କରିଅଛନ୍ତି ତାହା ସେମାନଙ୍କୁ ଜଣାଇବାକୁ ପଡ଼ିବ [ଲୂକ 19:11-27](../11 .ମଝି) I ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ଏହା କଲେ I ତା’ପରେ ସେ ଗୋଟିଏ ଗଧଛୁଆ ଉପରେ ଚଢି ଯିରୂଶାଲମକୁ ଗଲେ I ([ଲୂକ19:28-48](./28. ମଝି)) I (ଦେଖ: [[rc://*/tw/dict/bible/kt/kingdomofgod]]ଏବଂ [[rc://*/ta/man/translate/figs-parables]])
## ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ
### “ପାପୀ”
ଫାରୂଶୀମାନେ ଏକ ଦଳର ଲୋକମାନଙ୍କୁ “ପାପୀମାନେ” ବୋଲି ଉଲ୍ଲେଖ କରୁଥିଲେ I ଯିହୂଦୀ ନେତାମାନେ ଭାବୁଥିଲେ ଯେ ଏହି ଲୋକମାନେ ପାପୀ ଅଟନ୍ତି କିନ୍ତୁ ବାସ୍ତବରେ ନେତାମାନେ ମଧ୍ୟ ପାପୀ ଥିଲେ I ଏହାକୁ ଏକ ଶ୍ଲେଷ ଭାବରେ ଗ୍ରହଣ କରାଯାଇପାରେ I (ଦେଖ: [[rc://*/tw/dict/bible/kt/sin]] ଏବଂ [[rc://*/ta/man/translate/figs-irony]])
### ଦାସମାନେ
ଈଶ୍ୱର ଅପେକ୍ଷା କରୁଥିଲେ ଯେ ତାଙ୍କର ଲୋକମାନେ ସ୍ମରଣ କରିବେ ଯେ ଜଗତରେ ଯାହା କିଛି ଅଛି, ସେସବୁ ଈଶ୍ୱରଙ୍କ ନିଜସ୍ଵ ଅଟେ I ଈଶ୍ୱର ତାଙ୍କର ଲୋକମାନଙ୍କୁ ସମସ୍ତ ବିଷୟ ଦେଉଥିଲେ ଯେପରି ସେମାନେ ତାଙ୍କର ସେବା କରି ପାରିବେ I ସେ ଇଚ୍ଛା କରନ୍ତି ଯେ ସେ ସେମାନଙ୍କୁ ଯାହା ସବୁ ଦେଇଛନ୍ତି, ତାହା ସହିତ ସେ ଯାହା କରିବା ନିମନ୍ତେ ଚାହାନ୍ତି ସେମାନେ ତାହା କରିବା ଦ୍ୱାରା ତାଙ୍କୁ ସନ୍ତୁଷ୍ଟ କରନ୍ତୁ I ସେ ଯାହା କରିବା ନିମନ୍ତେ ଚାହୁଁଥିଲେ ତାହା ଯେଉଁମାନେ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରିବେ ଏବଂ ଯେଉଁମାନେ କରିନାହାନ୍ତି ସେ ସେମାନଙ୍କୁ ଦଣ୍ଡ ଦେବେ I
### ଗଧ ଏବଂ ଗଧଛୁଆ
ଯୀଶୁ ଏକ ପଶୁ ଉପରେ ଚଢି ଯିରୂଶାଲମରେ ପ୍ରବେଶ କଲେ I ଏହି ପ୍ରକାରେ ସେ ଏପରି ଜଣେ ରାଜା ପରି ଥିଲେ ଯିଏ ଏକ ମହତ୍ତ୍ଵପୂର୍ଣ୍ଣ ଯୁଦ୍ଧରେ ବିଜୟୀ ହେବା ପରେ ନଗର ମଧ୍ୟକୁ ଆସୁଥିଲେ I ଆହୁରି ମଧ୍ୟ ପୁରାତନ ନିୟମରେ ଇସ୍ରାଏଲର ରାଜାମାନେ ଗଧ ଉପରେ ଚଢ଼ୁଥିଲେ I ଅନ୍ୟ ରାଜାମାନେ ଘୋଡାମାନଙ୍କ ଉପରେ ଚଢ଼ୁଥିଲେ I ତେଣୁ ଯୀଶୁ ଦେଖାଉଥିଲେ ଯେ ସେ ଇସ୍ରାଏଲର ରାଜା ଅଟନ୍ତି ଏବଂ ସେ ଅନ୍ୟ ରାଜାମାନଙ୍କ ପରି ନୁହଁନ୍ତି I
ମାଥିଉ, ମାର୍କ, ଲୂକ ଏବଂ ଯୋହନ ସମସ୍ତେ ଏହି ଘଟଣା ସମ୍ପର୍କରେ ଲେଖିଛନ୍ତି I ମାଥିଉ ଓ ମାର୍କ ଲେଖିଛନ୍ତି ଯେ ଶିଷ୍ୟମାନ ଗୋଟିଏ ଗଧକୁ ଯୀଶୁଙ୍କ ନିକଟକୁ ଆଣିଲେ I ଯୋହନ ଲେଖନ୍ତି ଯେ ଯୀଶୁ ଏକ ଗଧକୁ ପାଇଲେ I ଲୂକ ଲେଖନ୍ତି ଯେ ସେମାନେ ତାଙ୍କ ନିକଟକୁ ଏକ ଗଧଛୁଆକୁ ଆଣିଲେ I କେବଳ ମାଥିଉ ଲେଖିଛନ୍ତି ଯେ ସେଠାରେ ଉଭୟ ଗଧ ଓ ଗଧଛୁଆ ଥିଲା I କେହି ବି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଯୀଶୁ ଗଧ ଉପରେ ବା ଗଧଛୁଆ ଉପରେ ବସିଲେ I ପ୍ରତ୍ୟେକ ବିବରଣୀ ସମାନ କଥା କହୁଥିବା ପରି ଜଣାଯିବାକୁ ଚେଷ୍ଟା ନ କରି ସେଗୁଡିକୁ ଅନୁବାଦ କରିବା ସର୍ବୋତ୍ତମ ହେବ, ଠିକ ଯେପରି ULT ରେ ଦେଖାଯାଏ I [ମାଥିଉ 21:1-7](../../ ମାଥି/21/ 01. ମଝି) ଏବଂ [ମାର୍କ 11:1-7](../../ମାର୍କ/11/01.ମଝି) ଏବଂ [ଲୂକ 19:29-36](../../ଲୂକ/19/29. ମଝି) ଏବଂ [ଯୋହନ 12:14-15](../../ଯୋହନ/12/14.ମଝି)
### ଲୁଗା ଏବଂ ଡାଳଗୁଡିକୁ ବିଛାଇବା
ଯେତେବେଳେ ଜଣେ ରାଜା ଆପଣାର ରାଜତ୍ଵ କରୁଥିବା ନଗରରେ ପ୍ରବେଶ କରନ୍ତି, ଲୋକମାନେ ଗଛଗୁଡିକରୁ ଡାଳ କାଟନ୍ତି, ଥଣ୍ଡା ପାଗରେ ଉଷ୍ମତା ପାଇବା ନିମନ୍ତେ ପିନ୍ଧିଥିବା ସେମାନଙ୍କର ଲୁଗାଗୁଡିକୁ କାଢନ୍ତି ଏବଂ ସେଗୁଡିକୁ ସର୍ବତ୍ର ରାସ୍ତା ଉପରେ ବିଛାଇ ଦିଅନ୍ତି ଯେପରି ରାଜା ତହିଁ ଉପର ଦେଇ ଗମନ କରିବେ I ରାଜାଙ୍କୁ ସମ୍ମାନ କରିବା ନିମନ୍ତେ ଏବଂ ସେମାନେ ଯେ ତାଙ୍କୁ ପ୍ରେମ କରନ୍ତି ତାହା ପ୍ରଦର୍ଶନ କରିବା ନିମନ୍ତେ ସେମାନେ ଏପରି କରୁଥିଲେ I (ଦେଖ: [[rc://*/tw/dict/bible/kt/honor]] ଏବଂ [[rc://*/ta/man/translate/translate-symaction]])
### ମନ୍ଦିରରେ ବ୍ୟବସାୟୀମାନେ
ଯେଉଁ ଲୋକମାନେ ମନ୍ଦିରରେ ପଶୁଗୁଡିକୁ ବିକ୍ରୟ କରୁଥିଲେ ଯୀଶୁ ସେମାନଙ୍କୁ ଛାଡି ଚାଲି ଯିବାପାଇଁ ବାଧ୍ୟ କଲେ I ସେ ପ୍ରତ୍ୟେକ ଲୋକମାନଙ୍କୁ ଏହା ଦେଖାଇବା ପାଇଁ ଏପରି କଲେ ଯେ ମନ୍ଦିର ଉପରେ ତାଙ୍କର ଅଧିକାର ଅଛି ଏବଂ ଯେଉଁମାନେ ଧାର୍ମିକ ପୁଣି ଈଶ୍ୱର ଯାହା ଉତ୍ତମ ବୋଲି କହିଛନ୍ତି ତାହା ଯେଉଁମାନେ କରନ୍ତି କେବଳ ସେମାନେ ହିଁ ସେଠାରେ ରହି ପାରିବେ I (ଦେଖ: [[rc://*/tw/dict/bible/kt/righteous]])