or_tn/luk/17/intro.md

5.3 KiB

ଲୂକ 17 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବେଶେଷ ଚିନ୍ତାଧାରାଗୁଡିକ

ପୁରାତନ ନିୟମର ଉଦାହରଣଗୁଡିକ

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ନୋହ ଏବଂ ଲୋଟଙ୍କ ଜୀବନୀକୁ ବ୍ୟବହାର କଲେ I ନୋହ ଜଳପ୍ଲାବନ ଆସିବା ବେଳେ ପ୍ରସ୍ତୁତ ଥିଲେ, ଏବଂ ସେମାନେ ତାହାଙ୍କ ପୁନରାଗମନ ବେଳେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ଅଟେ, କାରଣ ଯେତେବେଳେ ସେ ଆସିବେ ସେ ସେମାନଙ୍କୁ ଆଗରୁ ସତର୍କ କରିବେ ନାହିଁ I ଲୋଟଙ୍କ ସ୍ତ୍ରୀ ଯେଉଁଠାରେ ସେ ବାସ କରି ଆସୁଥିଲା ସେହି ମନ୍ଦ ନଗରୀକୁ ଏତେଦୂର ଭଲ ପାଉଥିଲା ଯେ ଯେତେବେଳେ ଈଶ୍ୱର ତାକୁ ଧ୍ଵଂସ କଲେ ତାହାକୁ ମଧ୍ୟ ଦଣ୍ଡ ଦେଲେ, ଏବଂ ସେମାନେ ମଧ୍ୟ ଅନ୍ୟ ସମସ୍ତ ବିଷୟଠାରୁ ଯୀଶୁଙ୍କୁ ଅଧିକ ପ୍ରେମ କରିବା ଆବଶ୍ୟକ ଅଟେ,

ଯେଉଁମାନେ ତୁମର ଅନୁବାଦ ପାଠ କରିବେ, ସେମାନେ ହୁଏତ ସାହାଯ୍ୟ ଆବଶ୍ୟକ କରି ପାରନ୍ତି ତେଣୁ ସେମାନେ ବୁଝି ପାରିବେ ଯୀଶୁ ଏହି ସ୍ଥାନରେ କ’ଣ ଶିକ୍ଷା ଦେଉଛନ୍ତି I

ଏହି ଅଧ୍ୟାୟରେ ଥିବା ମହତ୍ତ୍ଵପୂର୍ଣ୍ଣ ଅଳଙ୍କାର

କାଳ୍ପନିକ ପରିସ୍ଥିତିଗୁଡିକ

କାଳ୍ପନିକ ପରିସ୍ଥିତିଗୁଡିକ ଏପରି ପରିସ୍ଥିତି ଯାହା ପ୍ରକୃତରେ ଘଟି ନ ଥିଲା I ଯୀଶୁ ଏହା ଶିକ୍ଷା ଦେବା ନିମନ୍ତେ ଏକ ବିଶେଷ ପ୍ରକାରର କାଳ୍ପନିକ ପରିସ୍ଥିତିକୁ ବ୍ୟବହାର କଲେ ଯେ ଯେଉଁମାନେ ଅନ୍ୟମାନଙ୍କୁ ପାପରେ ପକାଇଥାଆନ୍ତି ସେମାନଙ୍କ ପ୍ରତି ଯାହା ଘଟିବ, ସେମାନଙ୍କ ଅବସ୍ଥା ଜଳରେ ବୁଡିଯିବାଠାରୁ ଅଧିକ ମନ୍ଦ ହେବ ([ଲୂକ 19:1-2] (./01.ମଝି)) ଏବଂ ଆଉ ଏକ ପରିସ୍ଥିତିକୁ ତାଙ୍କର ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ବ୍ୟବହାର କଲେ କାରଣ ସେମାନଙ୍କର ଅଳ୍ପ ବିଶ୍ୱାସ ଥିଲା ([ଲୂକ 19:6] (../../ଲୂକ/19/06.ମଝି)) I (ଦେଖ: rc://*/ta/man/translate/figs-hypo)

ଆଳଙ୍କାରିକ ପ୍ରଶ୍ନଗୁଡିକ

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ତିନୋଟି ପ୍ରଶ୍ନ ପଚାରିଲେ ([ଲୂକ 17:7-9] (./07.ମଝି))ଯେ ଏପରିକି ଯେଉଁମାନେ ତାଙ୍କୁ ଉତ୍ତମ ରୂପେ ସେବା କରନ୍ତି ସେମାନେ ମଧ୍ୟ କେବଳ ତାଙ୍କର ଅନୁଗ୍ରହ ହେତୁ ଧାର୍ମିକ ଅଟନ୍ତି I (ଦେଖ: [[rc:///ta/man/translate/figs-rquestion]] ଓ [[rc:///tw/dict/bible/kt/grace]] ଓ rc://*/tw/dict/bible/kt/righteous)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ ଅସୁବିଧା

""ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ 17: 22 ] (../../ଲୂକ/ 17/22.ମଝି)) I ତୁମ ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ବିଷୟରେ କହିବା ନିମନ୍ତେ ଅନୁମତି ଦେବ ନାହିଁ ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଛନ୍ତି I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]])

ସ୍ବବିରୋଧାତ୍ମକ ବକ୍ତବ୍ୟ

ସ୍ବବିରୋଧାତ୍ମକ ବକ୍ତବ୍ୟ ଏକ ସତ୍ୟ ଉକ୍ତି ଅଟେ ଯାହା କୌଣସି ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବାକୁ ଯାଉଥିବା ଭଳି ମନେ ହୁଏ I ଏହି ଅଧ୍ୟାୟରେ ଏକ ସ୍ବବିରୋଧାତ୍ମକ ବକ୍ତବ୍ୟ ଦେଖାଯାଏ: “ଯେକେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେକେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ([ଲୂକ 17: 33] (../../ଲୂକ/ 17/33.ମଝି))I