or_tn/luk/17/02.md

3.8 KiB

It would be better for him if a millstone were put around his neck and he were thrown into the sea than that he should cause one of these little ones to stumble.

ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ ଲୋକମାନଙ୍କୁ ପାପ କରାଇବା ହେତୁ ଏହା ସେହି ଦଣ୍ଡ ଅଟେ, ଯାହାକୁ ଯୀଶୁ ସମୁଦ୍ରରେ ନିକ୍ଷେପ କରିବା ବିଷୟ ସହିତ ତୁଳନା କରିଛନ୍ତି I ବିକଳ୍ପ ଅନୁବାଦ: “ମୁଁ ତାହାର ବେକରେ ଚକିପଥର ରଖି ଓ ତାହାକୁ ସମୁଦ୍ରରେ ନିକ୍ଷେପ କରିବା ଦ୍ୱାରା ଅଳ୍ପ ଦଣ୍ଡ ଦେବି ନାହିଁ I ତହିଁ ପରିବର୍ତ୍ତେ ତାହାକୁ ଅତ୍ୟଧିକ ଦଣ୍ଡିତ କରିବି I ଏହାର କାରଣ ହେଉଛି ଯେ ସେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୋଇଛି I” (ଦେଖ: rc://*/ta/man/translate/figs-explicit)

It would be better for him if

ଏହା ଏକ ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିକୁ ପରିଚିତ କରେ I ଏହାର ଅର୍ଥ ଯିଏ ଲୋକମାନଙ୍କୁ ପାପରେ ପକାଇବା କାର୍ଯ୍ୟ କରେ ସେହି ବ୍ୟକ୍ତିର ଦଣ୍ଡ ସତେ ଯେପରି ସେମାନେ ସମୁଦ୍ରରେ ବୁଡିବାଠାରୁ ଅଧିକ ମନ୍ଦ ହେବ I କେହି ତାହାର ବେକରେ ଗୋଟିଏ ପଥର ବାନ୍ଧି ଦେଇ ନାହାନ୍ତି, ଏବଂ ଯୀଶୁ କହୁ ନାହାନ୍ତି ଯେ କେହି ସେପରି କରିବ I (ଦେଖ: rc://*/ta/man/translate/figs-hypo)

a millstone were put around his neck and he were thrown

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ସେମାନଙ୍କୁ ତା’ର ବେକରେ ଏକ ଚକିପଥର ବାନ୍ଧି ନିକ୍ଷେପ କରିବାକୁ ହେବ” ବା “ଯଦି କେହି ତାହାର ବେକରେ ଏକ ଓଜନିଆ ପଥର ବାନ୍ଧି ତାହାକୁ ଠେଲି ଦେବ”(ଦେଖ: rc://*/ta/man/translate/figs-activepassive)

for him ... his neck ... he were thrown ... he should cause to stumble

ଏହି ଶବ୍ଦଗୁଡିକ ଯେକୌଣସି ବ୍ୟକ୍ତିକୁ, ସ୍ତ୍ରୀ ଓ ପୁରୁଷ ଉଭୟଙ୍କୁ ବୁଝାଇପାରେ I (ଦେଖ: rc://*/ta/man/translate/figs-gendernotations)

a millstone

ଏହା ଏକ ଅତି ବଡ, ଓଜନିଆ ଗୋଲାକାର ପଥର ଅଟେ ଯାହା ଗହମ ଦାନାକୁ ପେଷି ଅଟାରେ ପରିଣତ କରିବା ପାଇଁ ବ୍ୟବହୃତ ହୁଏ I ବିକଳ୍ପ ଅନୁବାଦ: “ଏକ ଓଜନିଆ ପଥର”

these little ones

ଏହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କର ବିଶ୍ୱାସ ଏପର୍ଯ୍ୟନ୍ତ ଦୁର୍ବଳ ଅଟେ I ବିକଳ୍ପ ଅନୁବାଦ: “ଏହି ଲୋକମାନେ ଯେଉଁମାନଙ୍କର ବିଶ୍ୱାସ କ୍ଷୁଦ୍ର ଅଟେ I

he should cause to stumble

ଅନିଛାକୃତ ପାପ ବିଷୟରେ କହିବା ନିମନ୍ତେ ଏହା ଏକ ଶୈଳୀ ଥିଲା I ବିକଳ୍ପ ଅନୁବାଦ: “ପାପ କରିବା ନିମନ୍ତେ”