or_tn/luk/16/09.md

2.8 KiB

I say to you

“ମୁଁ” ଯୀଶୁଙ୍କୁ ସୂଚାଏ I “ମୁଁ ତୁମ୍ଭମାନଙ୍କୁ କହୁଅଛି” ବାକ୍ୟାଂଶ କାହାଣୀର ସମାପ୍ତିକୁ ଚିହ୍ନିତ କରେ ଏବଂ ବର୍ତ୍ତମାନ ଯୀଶୁ ଲୋକମାନଙ୍କୁ କହନ୍ତି ଯେ ସେମାନଙ୍କ ଜୀବନ ପାଇଁ କାହାଣୀକୁ କିପରି ପ୍ରୟୋଗ କରିପାରିବେ I

make friends for yourselves by means of unrighteous wealth

ଏହି ସ୍ଥାନରେ ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଧନର ବ୍ୟବହାର କରିବା ପାଇଁ ଧ୍ୟାନ ଦିଆଯାଇଛି I ବିକଳ୍ପ ଅନୁବାଦ: “ଜାଗତିକ ସମ୍ପତ୍ତି ସହିତ ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ସେମାନଙ୍କୁ ତୁମର ବନ୍ଧୁ କର I

by means of unrighteous wealth

ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଯେତେବେଳେ ଧନକୁ “ଅଧର୍ମ ଧନ” ବୋଲି କହନ୍ତି ସେ ଅତିଶୟୋକ୍ତି କରନ୍ତି କାରଣ ଏହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ I ବିକଳ୍ପ ଅନୁବାଦ: “ଯାହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ, ସେହି ଧନର ବ୍ୟବହାର କରିବା ଦ୍ୱାରା” ବା 2) ଯୀଶୁ ଧନକୁ “ଅଧାର୍ମିକ” ବୋଲି କହନ୍ତି କାରଣ ଲୋକମାନେ ବେଳେବେଳେ ଏହାକୁ ଅଧାର୍ମିକ ଉପାୟରେ ଉପାର୍ଜନ କରନ୍ତି ବା ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ତୁମେ ଅସାଧୁ ଉପାୟରେ ଉପାର୍ଜନ କରିଥିବା ଅର୍ଥକୁ ବ୍ୟବହାର କରିବା ଦ୍ୱାରା” (ଦେଖ: [[rc:///ta/man/translate/figs-metonymy]]ଏବଂ [[rc:///ta/man/translate/figs-hyperbole]])

they may receive

ଏହା ସୂଚାଇ ପାରେ 1) ସ୍ୱର୍ଗସ୍ଥ ଈଶ୍ୱର ସନ୍ତୁଷ୍ଟ ଅଟନ୍ତି ଯେ ତୁମେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଧନକୁ ବ୍ୟବହାର କରିଛ, ବା 2) ଯେଉଁ ବନ୍ଧୁମାନଙ୍କୁ ତୁମର ଧନ ଦ୍ବାରା ତୁମେ ସାହାଯ୍ୟ କରିଛ I

eternal dwellings

ଏହା ସ୍ୱର୍ଗକୁ ସୂଚାଏ ଯେଉଁଠାରେ ଈଶ୍ୱର ରହନ୍ତି I