or_tn/luk/12/intro.md

5.0 KiB

ଲୂକ 12 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

”ଆତ୍ମାଙ୍କ ବିରୁଦ୍ଧରେ ଈଶ୍ୱରନିନ୍ଦା”

କେହି ନିଶ୍ଚିତ ଭାବରେ ଜାଣେ ନାହିଁ ଯେ ଲୋକମାନେ କେଉଁ କାର୍ଯ୍ୟ କରିବା ଦ୍ବାରା ବା କେଉଁ କଥା କହିବା ଦ୍ବାରା ଏହି ପାପ କରନ୍ତି I ତଥାପି, ସେମାନେ ହୁଏତ ପବିତ୍ରଆତ୍ମାଙ୍କୁ ଏବଂ ତାଙ୍କର କାର୍ଯ୍ୟକୁ ଅପମାନିତ କରନ୍ତି I ପବିତ୍ରଆତ୍ମାଙ୍କ କାର୍ଯ୍ୟର କିଛି ଅଂଶ ହେଉଛି ଲୋକମାନଙ୍କୁ ବୁଝାଇ ଦେବା ଯେ ସେମାନେ ପାପୀ ଅଟନ୍ତି ଏବଂ ଈଶ୍ୱରଙ୍କଠାରୁ କ୍ଷମା ପାଇବା ସେମାନଙ୍କ ନିମନ୍ତେ ଆବଶ୍ୟକ I ସେଥିପାଇଁ କେହି ଯଦି ପାପ କରିବା ବନ୍ଦ କରିବା ନିମନ୍ତେ ଚେଷ୍ଟା ନ କରେ ସେ ହୁଏତ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଈଶ୍ୱରନିନ୍ଦା କରୁଛି I (ଦେଖ: [[rc:///tw/dict/bible/kt/blasphemy]] ଏବଂ [[rc:///tw/dict/bible/kt/holyspirit]])

ସେବକମାନେ

ଈଶ୍ୱର ଅପେକ୍ଷା କରନ୍ତି ଯେ ତାଙ୍କର ଲୋକମାନେ ସ୍ମରଣରେ ରଖନ୍ତୁ ଯେ ଏହି ଜଗତର ସବୁ କିଛି ଈଶ୍ୱରଙ୍କ ଅଟେ I ଈଶ୍ୱର ତାଙ୍କର ଲୋକମାନଙ୍କୁ ବିଷୟଗୁଡିକ ଦିଅନ୍ତି ଯେପରି ସେମାନେ ତାଙ୍କର ସେବା କରିବେ I ସେ ଇଚ୍ଛା କରନ୍ତି ଯେ ସେ ସେମାନଙ୍କୁ ଯାହା ଦେଇଛନ୍ତି ତାହା ସହିତ ସେମାନେ ତାଙ୍କ ଇଚ୍ଛାନୁସାରେ କାର୍ଯ୍ୟ କରିବା ଦ୍ୱାରା ତାଙ୍କୁ ସନ୍ତୁଷ୍ଟ କରିବେ I ଦିନେ ଯୀଶୁ ତାଙ୍କର ସେବକମାନଙ୍କୁ ପଚାରିବେ ଯେ ସେ ସେମାନଙ୍କୁ ବ୍ୟବହାର କରିବା ନିମନ୍ତେ ଯାହା ଦେଇଛନ୍ତି ତାହା ସହିତ ସେମାନେ କ’ଣ କରିଛନ୍ତି I ଯେଉଁମାନେ ତାଙ୍କ ଇଚ୍ଛାନୁସାରେ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସେ ଏକ ପୁରସ୍କାର ପ୍ରଦାନ କରିବେ ଓ ଯେଉଁମାନେ ତାହା କରି ନାହାନ୍ତି ସେ ସେମାନଙ୍କୁ ଦଣ୍ଡ ଦେବେ I

ଦଳଭେଦ

ଯୀଶୁ ଜାଣିଥିଲେ ଯେ ଯେଉଁମାନେ ତାଙ୍କର ଅନୁଗମନ କରିବା ନିମନ୍ତେ ମନୋନୀତ କରନ୍ତି ନାହିଁ ସେମାନେ ତାଙ୍କର ଅନୁଗମନ କରିବା ନିମନ୍ତେ ମନୋନୀତ କରୁଥିବା ଲୋକମାନଙ୍କୁ ଘୃଣା କରିବେ I ସେ ଆହୁରି ମଧ୍ୟ ଜାଣିଥିଲେ ଯେ ଅଧିକାଂଶ ଲୋକମାନେ ଆଉ କାହାକୁ ପ୍ରେମ କରିବା ଅପେକ୍ଷା ଆପଣା ପରିବାରଗୁଡିକୁ ଅଧିକ ପ୍ରେମ କରିବେ I ତେଣୁ ସେ ତାଙ୍କର ଅନୁଗମନକାରୀମାନେ ଏହା ବୁଝନ୍ତୁ ବୋଲି ଚାହିଁଲେ ଯେ ସେମାନଙ୍କ ନିମନ୍ତେ ଆପଣାମାନଙ୍କ ପରିବାର ସେମାନଙ୍କୁ ପ୍ରେମ କରିବା ଅପେକ୍ଷା ତାଙ୍କ ଅନୁଗାମୀ ହେବା ଓ ତାଙ୍କୁ ସନ୍ତୁଷ୍ଟ କରିବା ହିଁ ଅଧିକ ମହତ୍ତ୍ଵପୂର୍ଣ୍ଣ ହେବା ଆବଶ୍ୟକ I ([ଲୂକ 12: 51-56](. /51.ମଝି))I

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ଜନିତ ଅସୁବିଧାଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରୁଛନ୍ତି ([ଲୂକ 12: 8] (. /08.ମଝି )) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ବିଷୟରେ କହିବା ପାଇଁ ଅନୁମତି ଦିଏ ନାହିଁ, ସତେ ଯେପରି ସେମାନେ ଆଉ କାହା ବିଷୟରେ କହୁଛନ୍ତି I (ଦେଖ: [[rc:///tw/dict/bible/kt/sonofman]]ଏବଂ [[rc:///ta/man/translate/figs-123person]])