or_tn/luk/11/intro.md

4.1 KiB

ଲୂକ 11 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି## 11:2-4 ରେ ଥିବା ଧାଡିଗୁଡିକୁ UST ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରେ, କାରଣ ସେଗୁଡିକ ବିଶେଷ ପ୍ରାର୍ଥନା ଅଟେ I

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ପ୍ରଭୁଙ୍କ ପ୍ରାର୍ଥନା

ଯେତେବେଳେ ଯୀଶୁଙ୍କ ଅନୁଗାମୀମାନେ କିପରି ପ୍ରାର୍ଥନା କରିବାକୁ ହେବ ତାହା ଶିଖାଇବା ନିମନ୍ତେ ଅନୁରୋଧ କଲେ, ସେ ସେମାନଙ୍କୁଏହି ପ୍ରାର୍ଥନା ଶିଖାଇଲେ I ସେମାନେ ପ୍ରାର୍ଥନା କଲାବେଳେ ସେହି ସମାନ ଶବ୍ଦଗୁଡିକ ବ୍ୟବହାର କରିବା ପାଇଁ ସେ ସେମାନଙ୍କଠାରୁ ଅପେକ୍ଷା କରୁ ନ ଥିଲେ, କିନ୍ତୁ ସେମାନେ ଅବଶ୍ୟ ଜାଣନ୍ତୁ ବୋଲି ସେ ଇଚ୍ଛା କଲେ ଯେ ପ୍ରାର୍ଥନା କରିବା ବିଷୟରେ ଈଶ୍ୱର କ’ଣ ଚାହାଁନ୍ତି I

ଯୂନସ

ଯୂନସ ଜଣେ ପୁରାତନ ନିୟମର ଭାବବାଦୀ ଥିଲେ ଯିଏ ବିଜାତୀୟ ନଗରୀ ନୀନିବୀକୁ ମନ ପରିବର୍ତ୍ତନ କରିବାକୁ ସେମାନଙ୍କୁ କହିବା ନିମନ୍ତେ ପ୍ରେରିତ ହେଲେ I ସେମାନଙ୍କୁ ଯେତେବେଳେ ସେ ମନ ପରିବର୍ତ୍ତନ କରିବାକୁ କହିଲେ, ସେମାନେ ମନ ପରିବର୍ତ୍ତନ କଲେ I (ଦେଖ: [[rc:///tw/dict/bible/kt/prophet]] ଓ [[rc:///tw/dict/bible/kt/sin]])

ଆଲୋକ ଓ ଅନ୍ଧକାର

ବାଇବଲ ଅନେକ ସମୟରେ ଅଧାର୍ମିକ ଲୋକମାନଙ୍କ ବିଷୟରେ କୁହେ, ଯେଉଁ ଲୋକମାନେ ଈଶ୍ୱରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ସତେ ଯେପରି ସେମାନେ ଅନ୍ଧକାରରେ ଚାରିଆଡେ ବୁଲୁଛନ୍ତି I ଏହା ଆଲୋକ ସମ୍ପର୍କରେ କୁହେ ସତେ ଯେପରି ଏହା ହିଁ ପାପପୂର୍ଣ୍ଣ ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରିଥାଏ, ପୁଣି ସେମାନେ ଯାହା କରୁଛନ୍ତି ତାହା ମନ୍ଦ ଅଟେ ବୋଲି ବୁଝି ଈଶ୍ୱରଙ୍କ ଆଜ୍ଞାବହ ହେବା ନିମନ୍ତେ ସକ୍ଷମ କରିଥାଏ I (ଦେଖ: rc://*/tw/dict/bible/kt/repent)

ପରିଷ୍କାର କରିବା

ଫାରୂଶୀମାନେ ଆପଣାମାନଙ୍କୁ ଓ ଭୋଜନପାତ୍ରକୁ ଧୌତ କରୁଥିଲେ I ସେମାନେ ଏପରିକି ଅସନା ହୋଇ ନ ଥିବା ଜିନିଷକୁ ମଧ୍ୟ ପରିଷ୍କାର କରୁଥିଲେ I ଏହି ସମସ୍ତ ବିଷୟକୁ ଧୋଇବା ନିମନ୍ତେ ମୋଶାଙ୍କ ବ୍ୟବସ୍ଥା କହି ନ ଥିଲା, କିନ୍ତୁ ତଥାପି ସେମାନେ ତାହା ପରିଷ୍କାର କରୁଥିଲେ I ଏହାର କାରଣ ଯେ ସେମାନେ ଭାବୁଥିଲେ ଯଦି ସେମାନେ ଉଭୟ ଈଶ୍ୱର କରିଥିବା ନୀତି ନିୟମଗୁଡିକୁ ଓ ଈଶ୍ୱର କରି ନ ଥିବା ନୀତି ନିୟମଗୁଡିକୁ ପାଳନ କରିବେ, ଈଶ୍ୱର ଭାବିବେ ଯେ ସେମାନେ ଉତ୍କୃଷ୍ଟତର ଲୋକ ଅଟନ୍ତି I (ଦେଖ: [[rc:///tw/dict/bible/kt/righteous]] ଏବଂ [[rc:///tw/dict/bible/kt/lawofmoses]])