or_tn/luk/11/09.md

16 lines
3.0 KiB
Markdown

# ask ... seek ... knock
ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଅନବରତ ପ୍ରାର୍ଥନା କରିବା ପାଇଁ ଉତ୍ସାହିତ କରିବାକୁ ଏହି ଆଜ୍ଞାସବୁ ଦିଅନ୍ତି I କେତେକ ଅନୁବାଦ ହୁଏତ ଏହି ପଦଗୁଡିକ ସହିତ ଅଧିକ ତଥ୍ୟ ମଧ୍ୟ ଆବଶ୍ୟକ କରିପାରନ୍ତି I ସେହି “ତୁମ୍ଭମାନଙ୍କୁ” ପଦ ବ୍ୟବହାର କର ଯାହା ଏହି ପରିପ୍ରେକ୍ଷୀରେ ଅଧିକ ଯଥୋଚିତ ହେବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଯାହା ଆବଶ୍ୟକ, ତାହା ମାଗିବା ଜାରି ରଖ...ଈଶ୍ୱରଙ୍କଠାରୁ ତୁମ୍ଭେମାନେ ଯାହା ଆବଶ୍ୟକ କର ତାହା ଖୋଜିବା ଜାରି ରଖ ...ଏହା ପାଅ ... ଦ୍ୱାରରେ ଆଘାତ କରିବା ଜାରି ରଖ” (ଦେଖ: [[rc://*/ta/man/translate/figs-you]])
# it will be given to you
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କୁ ଏହା ଦେବେ” ବା “ତୁମ୍ଭେମାନେ ଏହା ପାଇବ”(ଦେଖ: [[rc://*/ta/man/translate/figs-activepassive]])
# knock
ଗୋଟିଏ ଦ୍ୱାରରେ ଆଘାତ କରିବା ଅର୍ଥ ତୁମେ ବାହାରେ ଛିଡା ହୋଇଛ ବୋଲି ଗୃହ ଭିତରେ ଥିବା ବ୍ୟକ୍ତିଙ୍କୁ ଜଣେଇବା ନିମନ୍ତେ ଏହାକୁ କିଛି ସମୟ ପାଇଁ ବାଡେଇବା ଅଟେ I ଯେଭଳି ଭାବରେ ତୁମର ସଂସ୍କୃତିରେ ଲୋକମାନେ ଆସିଲେ ବୋଲି ଦର୍ଶାଇଥାନ୍ତି, ତାହାକୁ ବ୍ୟବହାର କରି ସେଭଳି ଏହାକୁ ବି ଅନୁବାଦ କରିହେବ, ଯଥା “ଡାକିବା” ବା “କାଶିବା” ବା “ତାଳି ମାରିବା I” ଏଠାରେ ଏହାର ଅର୍ଥ ଯେପର୍ଯ୍ୟନ୍ତ ସେ ଉତ୍ତର ନ ଦିଅନ୍ତି ସେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗି ରହିବା ଉଚିତ୍ I (ଦେଖ: [[rc://*/ta/man/translate/figs-metaphor]])
# it will be opened to you
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇବେ” ବା “ଈଶ୍ୱର ତୁମ୍ଭମାନଙ୍କୁ ଭିତରକୁ ସ୍ୱାଗତ କରିବେ” (ଦେଖ: [[rc://*/ta/man/translate/figs-activepassive]])