or_tn/luk/09/intro.md

6.7 KiB

ଲୂକ 09 ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟରେ ବିଶେଷ ଚିନ୍ତାଧାରାଗୁଡିକ

“ଈଶ୍ୱରଙ୍କ ରାଜ୍ୟ ପ୍ରଚାର କରିବା”

କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଏହି ସ୍ଥାନରେ “ଈଶ୍ୱରଙ୍କ ରାଜ୍ୟ” ଶବ୍ଦଗୁଡିକ କେଉଁ ବିଷୟକୁ ସୂଚାଏ I କେତେକ କହନ୍ତି ଯେ ଏହା ଜଗତରେ ଈଶ୍ୱରଙ୍କ ରାଜତ୍ଵକୁ ଇଙ୍ଗିତ କରେ, ଏବଂ ଅନ୍ୟମାନେ କହନ୍ତି ଏହା ସେହି ସୁସମାଚାରର ସମ୍ବାଦକୁ ସୂଚାଏ ଯେ ଯୀଶୁ ତାଙ୍କର ଲୋକମାନଙ୍କ ପାପସବୁ ନିମନ୍ତେ ମୂଲ୍ୟ ଦେବା ପାଇଁ ମୃତ୍ୟୁବରଣ କଲେ I ଏହାକୁ “ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧରେ ପ୍ରଚାର କରିବା” ଭାବରେ ବା “ସେମାନଙ୍କୁ ଶିକ୍ଷା ଦେବା ଯେ ଈଶ୍ୱର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି I” (ଦେଖ: rc://*/ta/man/translate/figs-metaphor)

ଏଲୀୟ

ଈଶ୍ୱର ଯିହୂଦୀମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ମଶୀହଙ୍କ ଆସିବା ପୂର୍ବରୁ ଭାବବାଦୀ ଏଲିୟ ଫେରିଆସିବେ, ତେଣୁ କେତେକ ଲୋକ ଯେଉଁମାନେ ଯୀଶୁଙ୍କୁ ଆଶ୍ଚର୍ଯ୍ୟକର୍ମ କରିବା ଦେଖିଲେ ସେମାନେ ଯୀଶୁଙ୍କୁ ଏଲୀୟ ବୋଲି ମନେ କଲେ ([ଲୂକ 9:9] (../../ଲୂକ/09/09.ମଝି), [ଲୂକ 9:19] (../../ଲୂକ/09/19.ମଝି)) I ଯାହା ବି ହେଉ, ଏଲୀୟ ଯୀଶୁଙ୍କ ସହିତ କଥାବାର୍ତ୍ତା କରିବାକୁ ଅବଶ୍ୟ ପୃଥିବୀକୁ ଆସିଥିଲେ ([ଲୂକ 9: 30] (../../ଲୂକ/ 09/30. ମଝି)) I (ଦେଖ: [[rc:///tw/dict/bible/kt/prophet]] ଓ [[rc:///tw/dict/bible/kt/christ]] ଓ rc://*/tw/dict/bible/names/elijah )

“ଈଶ୍ୱରଙ୍କ ରାଜ୍ୟ”

ଏହି ଅଧ୍ୟାୟରେ “ଈଶ୍ୱରଙ୍କ ରାଜ୍ୟ” ବାକ୍ୟାଂଶଟି ବାକ୍ୟ କୁହାଯାଉଥିବା ବେଳେ ତଥାପି ଭବିଷ୍ୟତରେ ଥିବା ଏକ ରାଜ୍ୟକୁ ବୁଝାଏ I (ଦେଖ: rc://*/tw/dict/bible/kt/kingdomofgod )

ଗୌରବ

ଅନେକ ସମୟରେ ଶାସ୍ତ୍ର ଈଶ୍ୱରଙ୍କ ଗୌରବକୁ ଏକ ମହାନ, ଦୀପ୍ତିମାନ୍ ଜ୍ୟୋତିଃ ଭାବରେ ବର୍ଣ୍ଣନା କରିଥାଏ I ଯେତେବେଳେ ଲୋକମାନେ ଏହି ଜ୍ୟୋତିଃକୁ ଦେଖନ୍ତି, ସେମାନେ ଭୟଭୀତ ହୁଅନ୍ତି I ଲୂକ ଏହି ଅଧ୍ୟାୟରେ କହନ୍ତି ଯେ ଯୀଶୁଙ୍କ ବସ୍ତ୍ର ଏହି ଗୌରବମୟ ଜ୍ୟୋତିଃରେ ଜାଜୁଲ୍ୟମାନ ହେଲା ଯେପରି ତାଙ୍କର ଅନୁଶରଣକାରୀମାନେ ଦେଖିବାକୁ ସକ୍ଷମ ହେଲେ ଯେ ଯୀଶୁ ପ୍ରକୃତରେ ଈଶ୍ୱରଙ୍କ ପୁତ୍ର ଅଟନ୍ତି I ତହିଁ ସଙ୍ଗେ ସଙ୍ଗେ ଈଶ୍ୱର ସେମାନଙ୍କୁ କହିଲେ ଯେ ଯୀଶୁ ତାଙ୍କର ପୁତ୍ର ଅଟନ୍ତି I (ଦେଖ: [[rc:///tw/dict/bible/kt/glory]] ଓ [[rc:///tw/dict/bible/kt/fear]] )

ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ଅନ୍ୟାନ୍ୟ ପ୍ରତିବନ୍ଧକ

ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ବକ୍ତବ୍ୟ ଅଟେ ଯାହା କୌଣସି ଏକ ଅସମ୍ଭବ ବିଷୟକୁ ବର୍ଣ୍ଣନା କଲାଭଳି ମନେ ହୁଏ I ଏହି ଅଧ୍ୟାୟରେ ଗୋଟିଏ ଉଦାହରଣ ଅଛି: “ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ ସେ ତାହା ହରାଇବ, କିନ୍ତୁ ଯେକେହି ମୋ’ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ I” ([ ଲୂକ: 9:24] (../../ ଲୂକ/09 /24. ମଝି )) I “ମନୁଷ୍ୟପୁତ୍ର”

ଯୀଶୁ ଏହି ଅଧ୍ୟାୟରେ ଆପଣାକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି” ([ଲୂକ 9: 22] (../../ଲୂକ/09/22.ମଝି)) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ବିଷୟରେ କହିବା ନିମନ୍ତେ ଅନୁମତି ଦେଇ ନ ପାରେ ଯଦି ସେମାନେ ଅନ୍ୟ କୌଣସି ବ୍ୟକ୍ତି ବିଷୟରେ କଥାବାର୍ତ୍ତା କରୁଥିବେ I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]] )

“ଗ୍ରହଣ କରିବା”

ଏହି ବାକ୍ୟ ଏହି ଅଧ୍ୟାୟରେ ଅନେକ ଥର ପ୍ରକାଶିତ ହୁଏ ଏବଂ ଏହା ବିଭିନ୍ନ ବିଷୟକୁ ବୁଝାଏ I ଯେତେବେଳେ ଯୀଶୁ କହନ୍ତି, ""ଯେକେହି ମୋ’ ନାମରେ ଏହି ସାନ ଶିଶୁକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେକେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ” ([ଲୂକ 9: 48] (../../ ଲୂକ/09/48. ମଝି)), ସେତେବେଳେ ସେ ଲୋକମାନେ ଶିଶୁର ସେବା କରିବା ବିଷୟରେ କହନ୍ତି I ଯେତେବେଳେ ଲୂକ କହନ୍ତି, “ସେଠାରେ ଥିବା ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ” ([ ଲୂକ 9: 53] (../../ଲୂକ/ 09 /53.ମଝି )), ସେ ଏହା କହିବାକୁ ଚାହାନ୍ତି ଯେ, ଯୀଶୁଙ୍କଠାରେ ଲୋକମାନେ ବିଶ୍ୱାସ କଲେ ନାହିଁ ବା ତାଙ୍କୁ ଗ୍ରହଣ କଲେ ନାହିଁ I (ଦେଖ: rc://*/tw/dict/bible/kt/believe )