or_tn/luk/09/62.md

2.1 KiB

No one ... fit for the kingdom of God

ଯୀଶୁ ଏକ ହିତୋପଦେଶ ସହିତ ପ୍ରତ୍ୟୁତ୍ତର ଦେଇ ଯୀଶୁଙ୍କର ଶିଷ୍ୟ ହେବା ବିଷୟରେ ଶିକ୍ଷା ଦିଅନ୍ତି I ଯୀଶୁଙ୍କର କହିବାର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଯୋଗ୍ୟ ନୁହେଁ ଯଦି ସେ ଯୀଶୁଙ୍କ ଅନୁଗାମୀ ହେବା ପରିବର୍ତ୍ତେ ତାହାର ଅତୀତରେ ଥିବା ଲୋକମାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରେ I (ଦେଖ: rc://*/ta/man/translate/writing-proverbs)

No one having put his hand to the plow

ଏହି ସ୍ଥାନରେ କୌଣସି ବିଷୟ ଉପରେ “ହାତ ଦେବା” ଏକ ଋଢ଼ି ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି କିଛି କାର୍ଯ୍ୟ କରିବା ଆରମ୍ଭ କରେ I ବିକଳ୍ପ ଅନୁବାଦ: “ଏପରି କୌଣସି ବ୍ୟକ୍ତି ନାହିଁ ଯିଏ ତାହାର କ୍ଷେତ ହଳ କରିବାକୁ ଆରମ୍ଭ କରି” (ଦେଖ: rc://*/ta/man/translate/figs-idiom)

looking back

ହଳ କରିବା ସମୟରେ ଯେକେହି ପଛକୁ ଅନାଏ ସେ ଲଙ୍ଗଳକୁ ତାହାର ଆବଶ୍ୟକତା ଅନୁସାରେ ପରିଚାଳିତ କରିପାରିବ ନାହିଁ I ସେହି ବ୍ୟକ୍ତି ଉତ୍ତମ ରୂପେ ହଳ କରିବା ନିମନ୍ତେ ସମ୍ମୁଖକୁ ଦେଖିବା ପାଇଁ ଧ୍ୟାନ ଦେବା ନିଶ୍ଚିତ ଭାବରେ ଆବଶ୍ୟକ ଅଟେ I

is fit for the kingdom of God

ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ସହାୟକ ଅଟେ ବା “ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଯୋଗ୍ୟ ଅଟେ”