or_tn/luk/05/intro.md

7.6 KiB

ଲୂକ 05 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

“ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ”

ପିତର, ଯାକୁବ ଏବଂ ଯୋହନ ମତ୍ସ୍ୟଧାରୀ ଥିଲେ I ଯେତେବେଳେ ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ମନୁଷ୍ୟମାନଙ୍କୁ ଧରିବେ, ସେ ସେମାନଙ୍କୁ କହିବାକୁ ଏହି ରୂପକ ବ୍ୟବହାର କରିଥିଲେ ଯେ ସେ ଇଚ୍ଛା କରୁଥିଲେ ଯେପରି ଲୋକମାନେ ତାଙ୍କ ସମ୍ପର୍କରେ ଶୁଭ ସମାଚାର ଶୁଣି ବିଶ୍ୱାସ କରିବେ I (ଦେଖ: [[rc:///tw/dict/bible/kt/disciple]] ଏବଂ [[rc:///ta/man/translate/figs-metaphor]])

ପାପୀମାନେ

ଯେତେବେଳେ ଯୀଶୁଙ୍କ ସମୟର ଲୋକମାନେ “ପାପୀମାନଙ୍କ” ସମ୍ପର୍କରେ କହୁଥିଲେ, ସେମାନେ ସେହି ଲୋକମାନଙ୍କ ସମ୍ପର୍କରେ କହୁଥିଲେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନ ଥିଲେ ଏବଂ ତା”ପରିବର୍ତ୍ତେ ଚୋରୀ କରିବା ଏବଂ ବ୍ୟଭିଚାର କରିବା ପରି ପାପଗୁଡିକ କରୁଥିଲେ I ଯେତେବେଳେ ଯୀଶୁ କହିଲେ ଯେ ସେ “ପାପୀମାନଙ୍କୁ” ଆହ୍ୱାନ କରିବା ନିମନ୍ତେ ଆସିଛନ୍ତି, ତାଙ୍କର କହିବାର ଅର୍ଥ ଥିଲା ଯେ କେବଳ ସେହି ଲୋକମାନେ ଯେଉଁମାନେ ବିଶ୍ୱାସ କରନ୍ତି ଯେ ସେମାନେ ପାପୀ ଅଟନ୍ତି, ସେମାନେ ହିଁ ତାଙ୍କର ଶିଷ୍ୟ ହୋଇପାରିବେ I ଏହା ସତ୍ୟ ଅଟେ, ଯଦିଓ “ପାପୀମାନଙ୍କ” ସମ୍ପର୍କରେ ଅଧିକାଂଶ ଲୋକମାନେ ଯାହା ଭାବନ୍ତି ତାହା ସେମାନେ ନୁହନ୍ତି I(ଦେଖ: rc://*/tw/dict/bible/kt/sin)

ଉପବାସ କରିବା ଏବଂ ପର୍ବପାଳନ କରିବା

ଲୋକମାନେ ଉପବାସ ପାଳନ କରିବେ, କିମ୍ବା ଦୀର୍ଘ ସମୟ ଧରି ଖାଦ୍ୟ ଗ୍ରହଣ କରିବେ ନାହିଁ, ଯେତେବେଳେ ସେମାନେ ଦୁଃଖିତ ବା ଆପଣାମାନଙ୍କ ପାପ ହେତୁ ସେମାନେ ଦୁଃଖିତ ବୋଲି ଈଶ୍ୱରଙ୍କ ନିକଟରେ ଦେଖାନ୍ତି I ଯେତେବେଳେ ସେମାନେ ଆନନ୍ଦିତ, ଯେପରି ବିବାହଗୁଡିକରେ, ସେମାନେ ଭୋଜନ କରିବେ ବା ଭୋଜନ ସମୟରେ ପ୍ରଚୁର ଖାଦ୍ୟ ଗ୍ରହଣ କରିବେ I (ଦେଖ: rc://*/tw/dict/bible/other/fast)

ଏହି ଅଧ୍ୟାୟର ମହତ୍ତ୍ଵପୂର୍ଣ୍ଣ ଅଳଙ୍କାର

ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତି

ଯୀଶୁ ଏକ ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିରେ ଫାରୂଶୀମାନଙ୍କୁ ଦୋଷାରୋପ କଲେ I ଏହି ଶାସ୍ତ୍ରାଂଶ “ଉତ୍ତମ ସ୍ୱାସ୍ଥ୍ୟବିଶିଷ୍ଟ ଲୋକମାନଙ୍କୁ” ଏବଂ “ଧାର୍ମିକ ଲୋକମାନଙ୍କୁ” ଅନ୍ତର୍ଭୂକ୍ତ କରେ I ଏହାର ଅର୍ଥ ଏହା ନୁହେଁ ଯେ ଯୀଶୁଙ୍କୁ ଆବଶ୍ୟକ କରୁ ନ ଥିବା ଲୋକମାନେ ଅଛନ୍ତି I କେହି “ଧାର୍ମିକ ବ୍ୟକ୍ତି” ନାହାନ୍ତି,” ପ୍ରତ୍ୟେକ ବ୍ୟକ୍ତି ଯୀଶୁଙ୍କୁ ଆବଶ୍ୟକ କରନ୍ତି (ଦେଖ:rc://*/ta/man/translate/figs-hypo ଏବଂ [ଲୂକ 5:31-32] {./31.ମଝି})

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

ଅନ୍ତର୍ନିହିତ ତଥ୍ୟଗୁଡିକ

ଏହି ଅଧ୍ୟାୟର ଅନେକ ଅଂଶଗୁଡିକରେ ଲେଖକ କେତେକେ ତଥ୍ୟକୁ ଅନ୍ତର୍ନିହିତ କରି ଛାଡି ଦେଇଛନ୍ତି ଯାହା ତାଙ୍କର ମୂଳ ପାଠକମାନେ ହୁଏତ ବୁଝିଥିବେ ଓ ଏହା ସମ୍ପର୍କରେ ଚିନ୍ତା କରିଥିବେ I ଆଧୂନିକ ପାଠକମାନେ ହୁଏତ ସେଥି ମଧ୍ୟରୁ କେତେକ ବିଷୟ ଜାଣି ନ ଥିବେ, ତେଣୁ ଲେଖକ ଯାହା ଜଣାଇଛନ୍ତି, ତାହା ହୁଏତ ସେମାନେ ବୁଝିବାରେ ଅସୁବିଧାର ସମ୍ମୁଖିନ ହୋଇଥିବେ I UST ଅନେକ ସମୟରେ ଦର୍ଶାଏ ଯେ କିପରି ସେହି ତଥ୍ୟକୁ ଉପସ୍ଥାପିତ କରାଯାଇ ପାରିବ ଯେପରି ଆଧୂନିକ ପାଠକମାନେ ସେହି ଶାସ୍ତ୍ରାଂଶଗୁଡିକ ବୁଝିବାରେ ସକ୍ଷମ ହେବେ I (ଦେଖ: [[rc:///ta/man/translate/translate-unknown]] ଓ [[rc:///ta/man/translate/figs-explicit]])

ଅତୀତର ଘଟଣାସବୁ

ଏହି ଅଧ୍ୟାୟର କିଛି ଅଂଶ ଘଟଣାଗୁଡିକର ଅନୁକ୍ରମଗୁଡିକ ଅଟନ୍ତି ଯାହା ଆଗରୁ ଘଟି ସାରିଛି I ଏକ ପ୍ରଦତ୍ତ ଶାସ୍ତ୍ରାଂଶରେ, ବେଳେବେଳେ ଲୂକ ଲେଖନ୍ତି ସତେ ଯେପରି ଘଟଣାଗୁଡିକ ଆଗରୁ ଘଟି ସାରିଛି ଅଥଚ ଅନ୍ୟାନ୍ୟ ଘଟଣାଗୁଡିକ ଏପର୍ଯ୍ୟନ୍ତ ପ୍ରଗତିଶୀଳ ଅଟେ (ଯଦିଓ ସେହି ଘଟଣାଗୁଡିକ ସେ ଲେଖିବା ସମୟରେ ସମ୍ପୂର୍ଣ୍ଣ ହୋଇସାରିଛି) I ଏହା ଘଟଣାଗୁଡିକର ଏକ ଅଯୌକ୍ତିକ ଅନୁକ୍ରମ ସୃଷ୍ଟି କରି ଅନୁବାଦରେ ଅସୁବିଧା ସୃଷ୍ଟି କରିପାରେ I ଏହା ହୁଏତ ଆବଶ୍ୟକ ହେବ ଯେ ସତେ ଯେପରି ସମସ୍ତ ଘଟଣାଗୁଡିକ ଘଟିସାରିଛି ବୋଲି ଲେଖିବା ଦ୍ୱାରା ଏସବୁକୁ ନିରନ୍ତରତା ପ୍ରଦାନ କରିବେ I

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ ଲୂକ 5:24 ] {../../05/24.ମଝି}) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ସମ୍ପର୍କରେ କହିବା ନିମନ୍ତେ ଅନୁମତି ଦେଇ ନ ପାରେ ସତେ ଯେପରି ସେମାନେ ଆଉ ଅନ୍ୟ କେହି ଜଣକ ବିଷୟରେ କହୁଥିଲେ (ଦେଖ: [[rc:///tw/dict/bible/kt/sonofman]] ଏବଂ [[rc:///ta/man/translate/figs-123person]])